ସମ୍ବଲପୁର: ଲୋପ ପାଇଯିବେ କି ଘରଚଟିଆ? କେବଳ ପାଠ୍ୟ ପୁସ୍ତକରେ ସୀମିତ ରହିଯିବେ କି ଘରଚଟିଆ? ଏଭଳି ପ୍ରଶ୍ନ ଆଜି ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଦିନେ ଯାହାଙ୍କର କଳରାବରେ ଗାଁ ଦାଣ୍ଡ ଠାରୁ ସହର ପର୍ଯ୍ୟନ୍ତ ଫାଟି ପଡୁଥିଲା, ଆଜିକାଲି କାଁ ଭାଁ ସେମାନଙ୍କ ସ୍ୱର ଶୁଣିବାକୁ ମିଳୁଛି। ଏମିତି ସମୟ ନ ଆସୁ ଯେ ଏଭଳି ପକ୍ଷୀ ବିଲୁପ୍ତ ହୋଇଯିବେ। ଗାଁ ଅଞ୍ଚଳରେ ତ କ୍ଵଚିତ କିନ୍ତୁ ସହରାଞ୍ଚଳରେ ଏହି ପକ୍ଷୀ ପ୍ରାୟତଃ ଦେଖିବାକୁ ମିଳୁ ନାହାନ୍ତି। କିନ୍ତୁ, କିଛି ସହୃଦୟ ଲୋକଙ୍କ କାରଣରୁ ଏଭଳି ଶହ ଶହ ଘରଚଟିଆ ସମ୍ବଲପୁର ସହରର ଜିଲ୍ଲା ସ୍କୁଲ ଛକରେ ଆଶ୍ରୟ ନେଇ ରହୁଛନ୍ତି।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ସହରର ମଧ୍ୟଭାଗର ଏକ ବଉଳ ଗଛରେ ହଜାରରୁ ଊର୍ଦ୍ଧ୍ବ ଘରଚଟିଆ ଆଶ୍ରୟ ନେଇଛନ୍ତି। ଜିଲ୍ଲା ସ୍କୁଲ ଛକ ଟ୍ରାଫିକ ପାଖ ରାସ୍ତା ପାର୍ଶ୍ଵରେ ରହିଥିବା ବଉଳ ଗଛରେ ଘରଚଟିଆମାନେ ରୁହନ୍ତି। ଦୀର୍ଘ ସାତ ବର୍ଷ ତଳେ ବୁର୍ଲାରୁ ସ୍ଥାନୀୟ ଅଞ୍ଚଳର ମହମ୍ମଦ ନୌସାଦ ଦୁଇ ତିନୋଟି ଛୋଟ ଛୋଟ ଘରଚଟିଆ ନେଇ ଆସିଥିଲେ। ସେମାନଙ୍କର ଉପଯୁକ୍ତ ରକ୍ଷଣା ବେକ୍ଷଣ କାରଣରୁ ଆଜି ହଜାରରୁ ଊର୍ଦ୍ଧ୍ବ ଘରଚଟିଆ ଏହି ବଉଳ ଗଛରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଅଞ୍ଚଳର ଲୋକେ ମଧ୍ୟ ଏ ଘରଚଟିଆମାନଙ୍କର ଉପଯୁକ୍ତ ରକ୍ଷଣା ବେକ୍ଷଣ କରିଥାନ୍ତି। ସମସ୍ତଙ୍କ ପାଇଁ ପାଣି ସହ ତାଙ୍କର ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଥାନ୍ତି। ନଏଭଳି ରାତି ରାତି ଅନିଦ୍ରା ରହି ପେଚା ଠାରୁ ମଧ୍ୟ ଘରଚଟିଆମାନଙ୍କୁ ରକ୍ଷା କରିଥିବା ନୌସାଦ କହିଛନ୍ତି।


Also Read: http://ଆଜିଠୁ ସଂସଦର ଶୀତ ଅଧିବେଶନ, କଂଗ୍ରେସ ନେଇଛି ଏହି ପଦକ୍ଷେପ


ଯଦି ଏହି ଘରଚଟିଆ ମାନଙ୍କର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯିବ ନିଶ୍ଚିତ ଭାବରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏଭଳି ଏକ ବିଲୁପ୍ତ ହୋଇଯାଉଥିବା ପକ୍ଷୀ ଘରଚଟିଆଙ୍କ ବିଷୟରେ ଖବର ପାଇ ସମ୍ବଲପୁର ଚଢେଇ କ୍ଲବର ସଦସ୍ୟମାନେ ଏ ବିଲୁପ୍ତପ୍ରାୟ ପକ୍ଷୀମାନଙ୍କର ଦାୟିତ୍ୱ ନେବା ପାଇଁ ଅଣ୍ଟା ଭିଡିଛନ୍ତି। ବନ ବିଭାଗ ମଧ୍ୟ କିଛି ବ୍ୟବସ୍ଥା ଗ୍ରହଣ କରି ଦିନକୁ ଦିନ ହଜି ଯାଉଥିବା ଘରଚଟିଆଙ୍କର ସୁରକ୍ଷା ପାଇଁ ଚେଷ୍ଟା କଲେ ନିଶ୍ଚୟ ପ୍ରକୃତି କୋଳରୁ ହଜି ଯାଉଥିବା ଏ ପକ୍ଷୀଙ୍କ ବଂଶ ବିସ୍ତାର ହୋଇ ପାରନ୍ତା। 



ଚଢେଇ କ୍ଲବର ସଦସ୍ୟମାନେ ଘରଚଟିଆର ସୁରକ୍ଷା ପାଇଁ ଚେଷ୍ଟା କରୁଥିବା ବେଳେ କ୍ଲବ ତରଫରୁ ପକ୍ଷୀଙ୍କର ଖାଇବା ପାଇଁ ଦାନା ଓ ରହିବା ପାଇଁ ଆଖ ପାଖରେ ଗଛ ଲଗାଯିବ ବୋଲି କୁହାଯାଇଛି। ଆଜିକାଲିର ଛୋଟ ପିଲାଙ୍କୁ ଘରଚଟିଆଙ୍କ ବାବଦରେ ପୁସ୍ତକରେ ପଢା ଯାଉଛି। କେମିତି ସେମାନେ ଏହି ପକ୍ଷୀ କୁ ଦେଖିବେ ଏବଂ ଏମାନଙ୍କ ବାବଦରେ ଜାଣିବେ ସେ ବିଷୟରେ ଚିନ୍ତା କରାଯିବାର ଆବଶ୍ୟକତା ରହିଛି।