E-Cycle ତିଆରି କରି ଚର୍ଚ୍ଚାରେ ଭିସୁଟ୍ ଛାତ୍ରଛାତ୍ରୀ
ସମ୍ବଲପୁର ଭିସୁଟ ରୋଵୋଟିକ ସୋସାଇଟିର ଛାତ୍ରଛାତ୍ରୀମାନେ ଏକ ଇ ସାଇକେଲ ତିଆରି କରିଛନ୍ତି। ଗୋଟିଏ ସାଇକେଲକୁ ଦେଖି ଏହି ପରିକଳ୍ପନା ସୃଷ୍ଟି ହୋଇଥିଲା।
ସମ୍ବଲପୁର: ଭିସୁଟକୁ ମିଳିଲା ଆଉ ଏକ ସଫଳତା। ଜଣେ ଚତୁର୍ଥ ବର୍ଷ ଛାତ୍ର ଇ ସାଇକେଲ ତିଆରି କରି ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବଢିଚାଲିଥିବା ବେଳେ ଏଭଳି ଏକ ସାଇକେଲ ତିଆରି କରି ଏବେ ଭିସୁଟ ଛାତ୍ରଛାତ୍ରୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭିସୁଟର ରୋଵୋଟିକ ସୋସାଇଟିର ଛାତ୍ରଛାତ୍ରୀ ଇ ସାଇକେଲ ତିଆରି କରି ଏଭଳି ଏକ କୃତିତ୍ୱ ହାସଲ କରିଛନ୍ତି।
ସମ୍ବଲପୁର ଭିସୁଟ ରୋଵୋଟିକ ସୋସାଇଟିର ଛାତ୍ରଛାତ୍ରୀମାନେ ଏକ ଇ ସାଇକେଲ ତିଆରି କରିଛନ୍ତି। ଗୋଟିଏ ସାଇକେଲକୁ ଦେଖି ଏହି ପରିକଳ୍ପନା ସୃଷ୍ଟି ହୋଇଥିଲା। କେମିତି ବର୍ତ୍ତମାନ ପେଟ୍ରୋଲ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଉଛି। ବିଦ୍ୟୁତ ଚାଳିତ ଗାଡି ମଧ୍ୟ ଖୁବ ମହଙ୍ଗା। ଏଥିପାଇଁ ୭୦ରୁ ୮୦ ହଜାର ଟଙ୍କା ଦେବାକୁ ପଡୁଛି। ସେଥିରୁ ନିସ୍ତାର ପାଇବା ପାଇଁ ଖୁବ କମ ଖର୍ଚ୍ଚରେ ଯେପରି ଗୋଟିଏ କିଛି ତିଆରି କରାଯିବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା।
Also Read: ମୃତ୍ୟୁ ମୁଖରୁ ଟାଣି ଆଣିଲେ ଡାକ୍ତର
ଗୋଟିଏ ସାଇକେଲ, ଗୋଟିଏ ମୋଟର, ଡାଏନୋମା ତଥା କିଛି ଛୋଟ ଛୋଟ କମ ମୂଲ୍ୟର ଜିନିଷକୁ ନେଇ ଏହି ଇ ସାଇକେଲ ତିଆରି ହୋଇଛି। ଯେଉଁଥିରେ ଚାବି ଅନ କଲେ ସାଇକେଲ ଷ୍ଟାର୍ଟ ହେବ। ଏକସିଲେଟର ମୋଡ଼ିଲେ ସାଇକେଲ ଚାଲିବ। ସାଇକେଲ ଚାଲିଲେ ଡାଏନୋମା ଚାର୍ଜ ହେବ ଏବଂ ସାଇକେଲ ବିନା ପେଡେଲ ମାରି ଚାଲି ପାରିବ। ମାତ୍ର ୮ରୁ ୧୦ ହଜାର ଟଙ୍କା ଖର୍ଚ୍ଚରେ ଏଭଳି ଏକ ଇ ସାଇକେଲ ତିଆରି କରାଯାଇ ପାରିବ। ଏହା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷଣ ହେବ ନାହିଁ ବୋଲି ରୋଵୋଟିକ ସୋସାଇଟିର ଛାତ୍ର ଆକାଶ ପଟ୍ଟନାୟକ କହିଛନ୍ତି।
ଏହି ଇ ସାଇକେଲଟି ଦୁଇ ଚକିଆ ହୋଇଥିବା ବେଳେ ଏହାକୁ ଆହୁରି ଗବେଷଣା କରି କିଭଳି ତାକୁ ତିନି ଚକିଆ କରାଯାଇ ପାରିବ ସେ ଦିଗରେ ଛାତ୍ରଛାତ୍ରୀ ଲାଗିଛନ୍ତି। ତିନି ଚକିଆ ହେଲେ ଏହା ଭିନ୍ନକ୍ଷମଙ୍କୁ ସହାୟକ ହେବ। ସେମାନେ ବିନା କଷ୍ଟରେ ଏହି ଇ ଟ୍ରାଇ ସାଇକେଲ ଜରିଆରେ ଯିବା ଆସିବା କରି ପାରିବେ। ଟ୍ରାଇ ସାଇକେଲ ହେଲା ପରେ ବଲାନ୍ସ ମଧ୍ୟ ଠିକ ରହିବ। ତା ସହ ଏଥିରେ ଆଉ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚ ବୃଦ୍ଧି ହୋଇ ୧୫ ହଜାର ଟଙ୍କାରେ ମିଳିପାରିବ ବୋଲି କୁହାଯାଇଛି।
Also Read: ରୋଷେଇ ଘରେ ତେଲର ସାଇଡ୍ ଇଫେକ୍ଟ
ସରକାର ଏ ଦିଗରେ ଦୃଷ୍ଟି ଦେଇ ଏହି ପ୍ରକଳ୍ପକୁ ସ୍ୱୀକୃତି ଦେଲେ ଆଗକୁ ପରିବେଶ ପ୍ରଦୂଷଣରୁ ସମାଜ ବଞ୍ଚିବ ଏବଂ ଲୋକେ ଖର୍ଚ୍ଚାନ୍ତ ମଧ୍ୟ ହେବେ ନାହିଁ ବୋଲି ଭିସୁଟ ଚତୁର୍ଥ ବର୍ଷ, ରୋଵୋଟିକ ସୋସାଇଟିର ଛାତ୍ରୀ ସ୍ୱାତି କୁମାରୀ କହିଛନ୍ତି। ତେବେ ଇ ସାଇକେଲ ବର୍ତ୍ତମାନ ସମୟ ପାଇଁ ଏକ ବରଦାନ ସଦୃଶ। ଏହାକୁ ସ୍ୱୀକୃତି ମିଳିଲେ ନିଶ୍ଚିତ ସମାଜ ପାଇଁ ସହାୟକ ହେବ ଏଥିରେ ସନ୍ଦେହ ନାହିଁ।