ରୋଷେଇ ଘରେ ତେଲର ସାଇଡ୍ ଇଫେକ୍ଟ
Advertisement

ରୋଷେଇ ଘରେ ତେଲର ସାଇଡ୍ ଇଫେକ୍ଟ

ପରିବହନ ଉପରେ ନିର୍ଭର କରୁଥିବା ଏସବୁ କଞ୍ଚାମାଲ ଓ ଗ୍ରୋସରୀ ସାମଗ୍ରୀର ଦାମ୍ ତଳମୁହାଁ ହେବା ନେଇ ଆଶାଥିବା ବେଳେ ଏବେ ଅମଳ ଉପରେ ନିର୍ଭର ରହିଛି। ତେବେ ଆସନ୍ତା ୨୦ ତାରିଖ ପର ଠାରୁ ଦାମ୍ କମିବା ନେଇ ବ୍ୟବସାୟୀ ସଂଘ ଆକଳନ କରିଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: କମିବ ଅତ୍ୟାବଶ୍ୟକ ସାମଗ୍ରୀର ଦର। ସେଞ୍ଚୁରି ମୁହାଁ କଞ୍ଚା ପରିବା ଦର ଏବେ ୫୦ ଟଙ୍କା ତଳକୁ ଖସିଛି। ସାରା ଦେଶରେ ପକେଟକୁ ଗରମ କରୁଥିବା ବର୍ଦ୍ଧିତ ତୈଳ ଦର ପ୍ରଭାବରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ ଆକାଶଛୁଆଁ ହୋଇଥିଲା। ଆଉ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର୍ ହ୍ରାସ ଅଫର ଖାଉଟିଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ବିଶେଷ କରି ପରିବହନ ଉପରେ ନିର୍ଭର କରୁଥିବା ଏସବୁ କଞ୍ଚାମାଲ ଓ ଗ୍ରୋସରୀ ସାମଗ୍ରୀର ଦାମ୍ ତଳମୁହାଁ ହେବା ନେଇ ଆଶାଥିବା ବେଳେ ଏବେ ଅମଳ ଉପରେ ନିର୍ଭର ରହିଛି। ତେବେ ଆସନ୍ତା ୨୦ ତାରିଖ ପର ଠାରୁ ଦାମ୍ କମିବା ନେଇ ବ୍ୟବସାୟୀ ସଂଘ ଆକଳନ କରିଛି।

ଦରଦାମରେ ଲାଗିଲା ବ୍ରେକ୍। ଆଗକୁ ଖସିବ ଦର, ଖାଉଟିଙ୍କୁ ବି ସୁହାଇବ। ତୈଳ ଦର ହ୍ରାସ ପରେ ଏପରି ଆଶା ଉଜ୍ଜିବୀତ ହୋଇଛି। ଲଗାତର ରେକର୍ଡ ପରେ ରେକର୍ଡ ବ୍ରେକ୍ ତେଲ ଦର ପ୍ରଭାବରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ମଧ୍ୟ ଆରପାର୍ କରିଥିଲା। ପରିବହନ ଉପରେ ନିର୍ଭର କରୁଥିବା ସବୁ ସାମଗ୍ରୀ ତେଲ ଦର ସହ ପ୍ରତିଯୋଗୀତା ଭାବେ ବୃଦ୍ଧି ପାଇଚାଲିଥିଲା। ସମସ୍ତ କଞ୍ଚା ପନିପରିବା ଦର ଶତକ ମୁହାଁ ହୋଇଥିଲା। ଏବେ ଦୀପାବଳି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ଆଶ୍ବସ୍ତିର ଖବର ଭେଟିଦେଇଛନ୍ତି। ତେଲ ଦର ହ୍ରାସ କରିବା ପରେ ଧୀରେ ଧୀରେ ପନିପରିବା ଦର ମଧ୍ୟ ହ୍ରାସ ପାଉଛି। ପରିବା ଦର ଏବେ ୫୦ ତଳକୁ ଖସିଥିବା ବେଳେ ଆଗକୁ ଆହୁରି ଖସିବା ନେଇ ଖାଉଟି ଆଶା ବାନ୍ଧିଛନ୍ତି।

Also Read: ନବୀନଙ୍କ ଦୀପାବଳି ଉପହାର! ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି, ମିଳିବ ଏହି ସବୁ ସୁବିଧା

ସେପଟେ ବ୍ୟବସାୟୀଙ୍କ ମତରେ ବର୍ତ୍ତମାନ ଅଳମ ଆରମ୍ଭ ହୋଇଥିବାରୁ ପୂର୍ବ ଅପେକ୍ଷା ଦୀପାବଳି ପରଠାରୁ ଧୀରେ ଧୀରେ ଦର ହ୍ରାସ ପାଉଛି। କିଛି କଞ୍ଚାପରିବା ଦର ୫୦ ଟଙ୍କା ତଳକୁ ଖସିଥିବା ବେଳେ ଆଳୁ ଓ ପିଆଜ ଦର ମଧ୍ୟ ହ୍ରାସ ପାଇଛି। ଆଗକୁ ତୈଳ ଦର କମିବା ସହ ସ୍ଥିର ରହିଲେ ୨୦ ତାରିଖ ପରଠାରୁ ତଥା କାର୍ତ୍ତିକ ମାସ ପରେ ଦର ଆହୁରି ଖସିବ ବୋଲି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି।

ଏସବୁ ଭିତରେ ଖାଇବା ତେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ଆହୁରି ଚିନ୍ତା ବଢାଇଛି। ତେଳ ଦର ହ୍ରାସ ଭେଟି ପରେ ସରକାରଙ୍କ ଏଥିପ୍ରତି ଆଭିମୁଖ୍ୟ କଣ ରହୁଛି ତାହାକୁ ଅପେକ୍ଷା। ଅନ୍ୟପଟେ ଆସନ୍ତା ଦଶ ଦିନ ମଧ୍ୟରେ ଏଲପିଜି ଗ୍ୟାସ ଦର କମ ନ କଲେ ଆନ୍ଦୋଳନ ହେବ ବୋଲି କେନ୍ଦ୍ର ସରକାରକୁ ବିଜେଡି ଧମକ ଦେଇଛି।