ସମ୍ବଲପୁର: ସଡକ ଦୁର୍ଘଟଣାରେ ଅନେଶ୍ୱତ ପ୍ରତିଶତ ଜୀବନ ଚାଲି ଯାଇଥିବା ବେଳେ ଡ଼ାକ୍ତର ଏବଂ ତାଙ୍କ ଟିମର ତିନି ଦିନର ପରିଶ୍ରମରେ ଜଣେ ରୋଗୀ ଜୀବନ ଫେରି ପାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଅକ୍ଟୋବରରେ ସୁନ୍ଦରଗଡ-ଝାରସୁଗୁଡ଼ା ସଡକ ଦୁର୍ଘଟଣାରେ ସମ୍ବଲପୁର ଜିଲ୍ଲାର ଧମା ଅଂଚଳର କେତନ ସେଠ (୨୫) ଗୁରୁତର ଆହତ ହୋଇଥିଲେ। ତାଙ୍କର ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବା ସହ ସେ କୋମା ଷ୍ଟେଜକୁ ଚାଲିଯାଇଥିଲେ। ଏପରିକି ତାଙ୍କର ବାମପଟର ଆଖି ମଧ୍ୟ ନଷ୍ଟ ହୋଇଯାଇଥିଲା। ତାଙ୍କୁ ବୁର୍ଲା ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବହୁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସା କଲା ପରେ ମଧ୍ୟ ତାଙ୍କର ଚେତା ଫେରିନଥିଲା। 


Also Read: 'ଝୁମ୍ ସମ୍ବଲପୁର ଝୁମ୍'ରେ ଅର୍ଚ୍ଚିତା


ଶେଷରେ ବଞ୍ଚିବାର କ୍ଷୀଣ ଆଶା ନେଇ ଏହି କେଶ ବାବଦରେ ସୋସିଆଲ ମିଡିଆରେ ଅପଲୋଡ଼ କରାଯାଇଥିଲା। ଏହି ଖବର ପ୍ରସାରିତ ହେଲା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀଙ୍କଙ୍କ ସହ ଯୋଗାଯୋଗ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତର ସୂର୍ଯ୍ୟ ପ୍ରକାଶ ଓ ତାଙ୍କର ସହଯୋଗୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଭଗବାନ ଦେଲେ। 



ତିନି ଦିନ ପରେ ଚେତା ଫେରି ପାଇ କେତନ ସେଠ ସୁସ୍ଥ ହେଉଥିବା ଜଣା ପଡ଼ିଛି। ସେଥିପାଇଁ କେତନଙ୍କ ପରିବାର ତରଫରୁ ଡାକ୍ତର ଚୌଧୁରୀ ଓ ତାଙ୍କ ଟିମକୁ କୃତଜ୍ଞତା ଜଣା ଯାଇଛି। ଡାକ୍ତର ଚୌଧୁରୀ ମଧ୍ୟ ଏଭଳି ଏକ ମୃତବତ ଜଟିଳ କେଶରେ ସଫଳତା ପାଇଥିବାରୁ ଖୁସି ଜାହିର କରିଛନ୍ତି।