ନୂଆଦିଲ୍ଲୀ: ପୁଣି ଜୀବନ ନେଇଛି ପୋଲିଓ ବୁନ୍ଦା! ଗତ ରବିବାର ଦିନ ପୋଲିଓ ନେଲା ପରେ ୨ଟି ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡାର ରାଜନଗର ଅଞ୍ଚଳରେ ଜଣଙ୍କର ଓ ତେଲେଙ୍ଗାନାର ମାଲକାଜଗିରି ଜିଲ୍ଲାରେ ଅନ୍ୟଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଶିଶୁଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ।


COMMERCIAL BREAK
SCROLL TO CONTINUE READING

ଗତ ରବିବାରଠୁ ଦେଶବ୍ୟାପୀ ୩ ଦିନିଆ ପୋଲିଓ ଅଭିଯାନ (Polio Abhiyan) ଚାଲିଥିଲା। କିନ୍ତୁ ଏହି ସମୟରେ ଓଡିଶା ଓ ତେଲେଙ୍ଗାନା (Telangana) ରେ ଅଘଟଣ ଘଟିଛି। ପୋଲିଓ (Polio drop) ଖାଇଲା ପରେ କେନ୍ଦ୍ରପଡା (Kendrapara) ଜିଲ୍ଲା ରାଜନଗର ଅନ୍ତର୍ଗତ ବଳରାମପୁର ଗ୍ରାମର ରଞ୍ଜନ ମଳିକଙ୍କ ୨୦ ଦିନର ପୁଅର ମୃତ୍ୟୁ ହୋଇଛି। ମୃତ ଶିଶୁ (Chid Died) ପୂର୍ବରୁ ଅସୁସ୍ଥ ଥିଲା ବୋଲି ପରିବାର ଲୋକ କହିଥିବା ବେଳେ ମୃତ୍ୟୁର କାରଣ ଖୋଜିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Also Read: ଆଜିଠାରୁ ପଲସ୍ ପୋଲିଓ, ତିନିଦିନ ବନ୍ଦ ରହିବ କୋରୋନା ଟିକାକରଣ


ସେପଟେ ତେଲେଙ୍ଗାନାର ମାଲକାଜଗିରି ଜିଲ୍ଲାର ଶାମ୍ବିପୁରରେ ପୋଲିଓ (Pulse Polio) ଖାଇବାର ଘଣ୍ଟାଏ ପରେ ଅଢେଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ୍ୟୁ ପୂର୍ବରୁ ଶିଶୁଟି ସୁସ୍ଥ ଥିଲା। ଗୋଟିଏ ଅଙ୍ଗନୱାଡି କେନ୍ଦ୍ରରେ ୧୭ ଜଣ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବା ବେଳେ କେବଳ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟମାନେ ସୁସ୍ଥ ଅଛନ୍ତି। ବର୍ତ୍ତମାନ ଏକ ଡାକ୍ତରୀ ଟିମ ଗଠନ କରାଯାଇ ଶିଶୁର ପୋଷ୍ଟରମର୍ଟମ ରିପୋର୍ଟର ଯାଞ୍ଚ କରି ମୃତ୍ୟୁର କାରଣ ଖୋଜାଯାଇଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟାଧିକାରୀ କହିଛନ୍ତି।