ଆଜିଠାରୁ ପଲସ୍ ପୋଲିଓ, ତିନିଦିନ ବନ୍ଦ ରହିବ କୋରୋନା ଟିକାକରଣ
Advertisement
Article Detail0/zeeodisha/odisha838862

ଆଜିଠାରୁ ପଲସ୍ ପୋଲିଓ, ତିନିଦିନ ବନ୍ଦ ରହିବ କୋରୋନା ଟିକାକରଣ


ଭୁବନେଶ୍ୱର ୟୁନିଟ୍‌-୪ ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରରେ ୯୪ ହଜାର ୦୩୯ ପୋଲିଓ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। 

ଆଜିଠାରୁ ପଲସ୍ ପୋଲିଓ, ତିନିଦିନ ବନ୍ଦ ରହିବ କୋରୋନା ଟିକାକରଣ

ଶାନ୍ତସ୍ବରୁପ ରାଉତ, ଭୁବନେଶ୍ୱର:  ଆଜିଠାରୁ ଆରମ୍ଭ ହୋଇଛି ପଲସ୍ ପୋଲିଓ କାର୍ଯ୍ୟକ୍ରମ । ଆଜିଠାରୁ ପୋଲିଓ ବୁନ୍ଦା ଦିଆଯାଇଛି । ୫ବର୍ଷରୁ କମ୍ ଶିଶୁଙ୍କୁ ଏହି Polio ବୁନ୍ଦା ଦିଆଯିବ । ଭୁବନେଶ୍ୱର ୟୁନିଟ୍‌-୪ ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରରେ ୯୪ ହଜାର ୦୩୯ ପୋଲିଓ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। 

ଏଥିପାଇଁ ୨୫୦ ଟି ବୁଥ୍ କରାଯାଇଛି। ରାଜ୍ୟବ୍ୟାପୀ ୪୧, ୩୧,୭୬୩ ଶିଶୁଙ୍କୁ ଏହି ପୋଲିଓ (Polio) ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ୧୯ ହଜାର ୫୫୭ ଟି ବୁଥ କରାଯାଇଛି । ଆଜି ବୁଥ୍ କାର୍ଯ୍ୟକ୍ରମ ରହିଥିବା ବେଳେ ଆଗାମୀ ଦୁଇଦିନ ଘର ଘର ବୁଲି ବୁଲି ପୋଲିଓ ଦିଆଯିବ। ରାଜ୍ୟରେ ଆଜିଠାରୁ ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ ପୋଲିଓ ଟିକାଦାନ (Polio Drop) ଚାଲିବ ।

Also Read: ହାତରେ ଲାଗିଲା ଆଉ ଏକ ଫୁଟେଜ୍, ଏବେବି ରହସ୍ୟଘେରରେ ଝରାଫୁଲ ଡେଥ୍ ମିଷ୍ଟ୍ରି

କୋଭିଡ଼ ଭ୍ୟାକସିନେସନ

ସେପଟେ ପୋଲିଓ ଟିକା ପାଇଁ ଏହି ତିନିଦିନ ରାଜ୍ୟରେ କୋରୋନା ଟିକାକରଣ (Corona Vaccination) ବନ୍ଦ ରହିବ । ୩ ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତମାସ ୧୭ ତାରିଖ ରୁ ୩ଦିନ ବ୍ୟାପି ପଲ୍‌ସ ପୋଲିଓ (Pulse Polio) କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ ଦେଶବ୍ୟାପୀ କୋରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । 

Also Read: ଖାଇବା ଦେବାରେ ବିଳମ୍ବ କରିବାରୁ ମା'କୁ ହତ୍ୟା କଲା ପୁଅ, ଘର ଅଗଣାରେ ଜାଳିଲା ମୃତଦେହ

ଏହାପରେ ପ୍ରାୟ ଦୁଇ ଲକ୍ଷ ଆଗଧାଡିର କୋଭିଡ଼ ଯୋଦ୍ଧା (Covid Warrior) ଙ୍କୁ ଦ୍ୱିତୀୟ ପର୍ଯ୍ୟୟରେ ଟିକା ଦିଆଯିବ। ଗୃହ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଗୃହ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀ ମାନଙ୍କୁ ଆଜି ରାତି ୧୨ ସୁଦ୍ଧା ପଞ୍ଜିକରଣ କରିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ ତାରିଖରେ ଦ୍ୱିତୀୟ ଡୋଜ ଦିଆଯିବା ନେଇ ଲକ୍ଷ୍ୟ ରହିଛି।

Edited: Zee Odisha Desk