ହାଇଦ୍ରାବାଦ: ଯୌନ ପିପାସୁ ଯୁବତୀଙ୍କୁ ୨୦ ବର୍ଷ ଜେଲ। ଅମାନବୀୟ ଭାବେ ୯ ବର୍ଷର ନାବଳକକୁ ଅକଥନୀୟ ଅତ୍ୟାଚାର, ଶାରିରୀକ ଯନ୍ତ୍ରଣା ଏବଂ ଯୌନ ନିର୍ଯାତନା ଭଳି ଚରମ ଆଘାତ ଦେଉଥିବା ମଣିଷରୂପୀ ରାକ୍ଷସକୁ ଶେଷରେ ୨୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତ ହାଇଦ୍ରାବାଦସ୍ଥିତ ଏକ ସ୍ୱତନ୍ତ୍ର କୋର୍ଟ। ଏହାସହ ୨୦ ହଜାର ଜରିମାନା ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 


COMMERCIAL BREAK
SCROLL TO CONTINUE READING

ପୀଡ଼ିତ ନାବାଳକ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଥିଲା ହେଲେ ତାହାର ଯତ୍ନ ନେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଯାହାକୁ ନିଯୁକ୍ତ କରିଥିଲେ ସିଏ ଥିଲା ଜଣେ ଯୌନ ପିପାସୁ। ୯ ବର୍ଷର ଶିଶୁ ଠାରୁ ଖୋଜୁଥିଲା ଯୌନ ସୁଖ। ଆଉ ସେ ପୁଣି ଜଣେ ମହିଳା ହୋଇ ଏଭଳି କାଣ୍ଡ କରୁଥିଲା। ଗତ ୨୦୧୭ ବର୍ଷରେ ଘଟିଥିବା ଏହି ଘଟଣାରେ ଏକପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଏବଂ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। 


Also Read: ଦୁଷ୍କର୍ମ ଓ ହତ୍ୟା ମାମଲା; ମାଲିକିଆଣୀକୁ ନ୍ୟାୟ ଦେବ ଶୁଆ, କୋର୍ଟରେ କହିଲା...


ସମ୍ପୃକ୍ତ ନାବଳକ ନିଜ ସ୍କୁଲରେ ଘଟୁଥିବା ଯୌନ ନିର୍ଯାତନା କଥା ବାବଦରେ ଘରେ କହିବା ପରେ କେୟାର ଟେକର ମହିଳା ବିରୋଧରେ ଗତ ୨୦୧୭ ଡିସେମ୍ୱରରେ ଅଭିଯୋଗ ଦାଏର କରିଥିଲେ ପୀଡ଼ିତଙ୍କ ବାପା। ତାଙ୍କ ପୁଅର ଶରୀରରେ ଅନେକ ପୋଡ଼ା ଦାଗ ଥିବା ସେ ପୋଲିସକୁ କହିଥିଲେ। ଏହାସହ ତାଙ୍କ ପୁଅ ପଢ଼ୁଥିବା ସ୍କୁଲର ନବନିଯୁକ୍ତ କେୟାର ଟେକର ତାଙ୍କ ପୁଅକୁ ଯୌନ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ। 


ପରିସ୍ରା ଯିବା ସମୟରେ ମହିଳା ଜଣକ ତାଙ୍କ ପୁଅର ଯୌନାଙ୍ଗକୁ ଅନୁପଯୁକ୍ତ ଭାବେ ସ୍ପର୍ଶ କରିବା ସହ ସିଗାରେଟ ପିଇ ନାବଳକର ଦେହରେ ଚେଙ୍କ ମଧ୍ୟ ଦେଉଥିଲା। ସେହିପରି ସ୍କୁଲରେ ପ୍ରାୟ ସବୁବେଳେ କେୟାର ଟେକର ଜଣକ ତାକୁ ହଇରାଣ ହରକତ କରୁଥିବା ମଧ୍ୟ ପୋଲିସ ପାଖରେ ଅଭିଯୋଗ କରିଥିଲେ। ସେପଟେ କାହାକୁ କିଛି ନ କହିବା ପାଇଁ ଧମକ ମଧ୍ୟ ଦେଉଥିଲା ଅଭିଯୁକ୍ତ ମହିଳା। ଯଦି କାହାକୁ କିଛି କହେ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ତାକୁ ଡରାଇ କହୁଥିଲା। 


Also Read: ଗଣେଶ ପୂଜା ଦେଖିବାକୁ ଯାଇ ୭ ବର୍ଷୀୟା ଶିଶୁ କନ୍ୟା ଦୁଷ୍କର୍ମର ଶିକାର


ପ୍ରତିଦିନ ଏଭଳି ନିର୍ଯାତନା ଶିକାର ହେବା ପରେ ତାଙ୍କ ବାପାଙ୍କ ଆଗରେ ସବୁ କିଛି କହି ଦେଇଥିଲା ନାବାଳକ। ପୋଲିସ ଏହି ଘଟଣାରେ ତଦନ୍ତ କରି କେୟାର ଟେକର ବିରୋଧରେ ପୋକ୍ସୋ ଆକ୍ଟର ବିଭିନ୍ନ ଧାରା ଲଗାଇ ଅଭିଯୁକ୍ତ ମହିଳା କେ.ଜ୍ୟୋତିଙ୍କୁ ଗିରଫ କରିଥିଲା। ଏ ଘଟଣା ଘଟିବାର ପ୍ରାୟ ୩ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି।