ଦୁଷ୍କର୍ମ ଓ ହତ୍ୟା ମାମଲା; ମାଲିକିଆଣୀକୁ ନ୍ୟାୟ ଦେବ ଶୁଆ, କୋର୍ଟରେ କହିଲା...
Advertisement
Article Detail0/zeeodisha/odisha987945

ଦୁଷ୍କର୍ମ ଓ ହତ୍ୟା ମାମଲା; ମାଲିକିଆଣୀକୁ ନ୍ୟାୟ ଦେବ ଶୁଆ, କୋର୍ଟରେ କହିଲା...

Argentina ରେ ଏଲିଜାବେଥ୍ ଟୋଲେଡୋ (Elizabeth Toledo) ଅନ୍ୟ ଦୁଇ ଜଣଙ୍କ ସହିତ ଏକ ଭଡା ଘରେ ରଖୁଥିଲେ। ପୋଲିସ, ଏଲିଜାବେଥଙ୍କ ନିଜ ଘରେ ହିଁ ତାଙ୍କ ମୃତଦେହ ଜବତ କରିଥିଲା।

ଡିଜାଇନ୍ ଫଟୋ

ବ୍ୟୁନସ୍ ଆୟର୍ସ୍: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁଆ ହେଉଛି ମୁଖ୍ୟ ସାକ୍ଷୀ। ଶୁଆର ସାକ୍ଷ୍ୟ ମଧ୍ୟ କୋର୍ଟରେ ଗ୍ରହଣ କରାଯାଇଥିଲା ଏବଂ ସେହି ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବ। ଦୁଷ୍କର୍ମ ପରେ ଆର୍ଜେଣ୍ଟିନାର ୪୬ ବର୍ଷୀୟା ଏଲିଜାବେଥ ଟୋଲେଡୋଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ଘଟିବା ସମୟରେ ତାଙ୍କର ପୋଷା ଶୁଆ ସେଠାରେ ଉପସ୍ଥିତ ଥିଲା। ତେଣୁ ପ୍ରବର୍ତ୍ତନ ପୋଲିସ ତାଙ୍କୁ ମୁଖ୍ୟ ସାକ୍ଷୀ ଭାବରେ କୋର୍ଟରେ ଉପସ୍ଥାପନ କରିଛି।

'ଦି ସନ୍'ର ରିପୋର୍ଟ ଅନୁଯାୟୀ, Argentina ରେ ଏଲିଜାବେଥ୍ ଟୋଲେଡୋ (Elizabeth Toledo) ଅନ୍ୟ ଦୁଇ ଜଣଙ୍କ ସହିତ ଏକ ଭଡା ଘରେ ରଖୁଥିଲେ। ପୋଲିସ, ଏଲିଜାବେଥଙ୍କ ନିଜ ଘରେ ହିଁ ତାଙ୍କ ମୃତଦେହ ଜବତ କରିଥିଲା। ମୃତକଙ୍କ ସହ ରହୁଥିବା ଲୋକମାନେ ଏହି ଘଟଣା କରିଥାଇ ପାରନ୍ତି ବୋଲି ପୋଲସ (Police) ସନ୍ଦେହ କରିଛି। ତେବେ ପଚରାଉଚୁରାରେ ସେ ବିଶେଷ କିଛି ପ୍ରମାଣ ମିଳିପାରି ନଥିଲେ, କିନ୍ତୁ ବର୍ତ୍ତମାନ ଶୁଆର ସାକ୍ଷୀ ଅପରାଧୀଙ୍କୁ ଦଣ୍ଡ ଦେଇପାରେ।

Also Read: ଗାଧୋଇବାକୁ ଯାଉଥିବା ୨ ମହିଳାଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି

ରିପୋର୍ଟରେ କୁହାଯାଇଛି ଯେ, ଘଟଣାସ୍ଥଳରେ ଉପସ୍ଥିତ ଜଣେ ପୋଲିସ ଶୁଆଟି କିଛି କହୁଥିବାର ଶୁଣିଥିଲେ। ଏହା ପରେ ସେ ଅନୁଭବ କଲେ ଯେ ଶୁଆର ସାକ୍ଷ୍ୟ ମାମଲାକୁ ବଦଳାଇପାରେ। ଆର୍ଜେଣ୍ଟିନାର ସାନ ଇସିଡ୍ରୋ କୋର୍ଟରେ ପାରାକୁ ହାଜର କରାଯାଇଛି। ପୋଲିସର କହିବା ଅନୁସାରେ ଶୁଆ କହୁଥିବା ଶବ୍ଦ ହୁଏତ ତାଙ୍କ ମାଲିକଙ୍କ ଶେଷ ଶବ୍ଦ ହୋଇଥାଇପାରେ। ପଡୋଶୀମାନେ ମଧ୍ୟ ତାଙ୍କୁ ଶୁଣିଥଲେ ଯେ, 'ନା, ଦୟାକରି ମୋତେ ଛାଡିଦିଅ, ତୁମେ ମୋତେ କାହିଁକି ମାରିଲ?'

ପୋଲିସ୍ ବିଶ୍ୱାସ କରୁଛି ଯେ, ମରିବା ପୂର୍ବରୁ ଏଲିଜାବେଥ୍ ଟୋଲେଡୋ ଅଭିଯୁକ୍ତଙ୍କୁ କହିଥିବା କଥାକୁ ଶୁଆଟି ମନେ ରଖି ତାହାର ପୁନରାବୃତ୍ତି କରିଥିଲା। ଏଲିଜାବେଥଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୫୩ ବର୍ଷିୟ ମିଗୁଏଲ୍ ରୋଲାନ୍ ଏବଂ ୬୫ ବର୍ଷିୟ ଜର୍ଜ ଆଲଭାରେଜଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି। ଯଦି ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ। ଶୁଆର ସାକ୍ଷ୍ୟ ବ୍ୟତୀତ ପୋଲିସ ମୃତକଙ୍କ ଡିଏନଏ ରିପୋର୍ଟରୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ପାଇଛି। ଡିସେମ୍ବର ୨୦୧୮ରେ ଏଲିଜାବେଥ ଟୋଲେଡୋଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।