ଗଣେଶ ପୂଜା ଦେଖିବାକୁ ଯାଇ ୭ ବର୍ଷୀୟା ଶିଶୁ କନ୍ୟା ଦୁଷ୍କର୍ମର ଶିକାର
Advertisement

ଗଣେଶ ପୂଜା ଦେଖିବାକୁ ଯାଇ ୭ ବର୍ଷୀୟା ଶିଶୁ କନ୍ୟା ଦୁଷ୍କର୍ମର ଶିକାର

ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରତିକାତ୍ମକ ଫଟୋ

ଗଜପତି: ଆଉ ଜଣେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା କାଶୀନଗର ଥାନା ଅନ୍ତର୍ଗତ କେ ସୀତାପୁର ଗ୍ରାମରେ ଘଟିଛି। ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉଭୟଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁସାରେ, ଶନିବାର ସନ୍ଧ୍ୟା ସମୟରେ କେ ସୀତାପୁର ଗ୍ରାମରେ ଗଣେଶ ପୂଜା ଦେଖିବା ପାଇଁ ପିଡିତା ନାବାଳିକା ନିଜ ସାହିରୁ ଅନ୍ୟ ସାହିକୁ ଯାଇଥିଲେ। ସେ ମଣ୍ଡପ ନିକଟରେ ଖେଳୁଥିବା ସମୟରେ ତାଙ୍କୁ ଡାକି ନେଇ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି କାଶୀନଗର ପୋଲିସ ଉଭୟଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ଆଣିଛି।

Also Read: ଲିଭିଗଲା ମୁମ୍ବାଇ 'ନିର୍ଭୟା'ର ଜୀବନ ଦୀପ; ୩୩ ଘଣ୍ଟା ଧରି ହସ୍ପିଟାଲରେ କରିଥିଲେ ମୃତ୍ୟୁ ସହ ସଂଗ୍ରାମ

ପୀଡିତାଙ୍କ ମାଇଁଙ୍କ ଅଭିଯୋଗ ପ୍ରକାରେ, ଅଭିଯୁକ୍ତ ଝିଅକୁ ପୂଜା ମଣ୍ଡପ ନିକଟରୁ ନିଛାଟିଆ ଛାତ ଉପରକୁ ଡାକି ନେଇ ଦୁଷ୍କର୍ମ କରିଛି। ପରେ ପୀଡିତା ଯନ୍ତ୍ରଣା ସହ୍ୟ ନକରିପାରି ନିଜ ବାପା ମାଆଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ପୋଲିସ ଅଭିଯୁକ୍ତକୁ ନିଜ ହେପାଜତରେ ରଖି ଡାକ୍ତର ମାଇନା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। 

ସେପଟେ ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଚିକିତ୍ସା ଜାରି ରହିଥିବା କହିଛନ୍ତି। ଘଟଣାରେ ପୀଡିତା ଓ ଅଭିଯୁକ୍ତ ଉଭୟ ନାବାଳକ ହୋଇଥିବା ବେଳେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ସମୟରେ ଜୁବେନାଇଲ କୋର୍ଟରେ ଅଭିଯୁକ୍ତକୁ ହାଜର କରିବ ବୋଲି ପୋଲିସ କହିଛି।