କେନାଲରେ ପଡିଥିବା ବିଷାକ୍ତ ମଦ ପିଇ ୬ ଶ୍ରମିକ ମୃତ
ପୋଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଜାୱାନ ଅଞ୍ଚଳର ରୋହେରା ଗ୍ରାମ ନିକଟ ଏକ କେନାଲରେ ମିଳିଥିବା ଦେଶ ମଦ ପିଇବା ପରେ ଇଟାଭାଟିର କର୍ମଚାରୀମାନେ ଅସୁସ୍ଥ ହୋଇପଡିଥିଲେ।
ଆଲିଗଡ: ଉତ୍ତର ପ୍ରଦେଶର ଆଲିଗଡ ଜିଲ୍ଲାର ଏକ ଗାଁରେ ବିଷାକ୍ତ ମଦ ପିଇବାର ଅନ୍ୟ ଏକ ଘଟଣାରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର ରାତିରେ ଜାୱାନ ଅଞ୍ଚଳର ରୋହେରା ଗ୍ରାମ ନିକଟ ଏକ କେନାଲରେ ମିଳିଥିବା ଦେଶ ମଦ ପିଇବା ପରେ ଇଟାଭାଟିର କର୍ମଚାରୀମାନେ ଅସୁସ୍ଥ ହୋଇପଡିଥିଲେ।
ଇଟାଭାଟି କର୍ମଚାରୀମାନେ କେନାଲରେ ଫିଙ୍ଗାଯାଇଥିବା ମଦ (poisonous liquor) ପାଇଥିଲେ। ଦେଶି ମଦ ପିଇବାର କିଛି ସମୟ ପରେ ସେ ଅସୁସ୍ଥ ହୋଇପଡିଥିଲେ। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କାଲାନିଧି ନୈଥାନି ଗଣମାଧ୍ୟମକୁ କହିଛନ୍ତି ଯେ, ମଦ ବ୍ୟବସାୟରେ ଜଡିତ କିଛି ଲୋକ ପୋଲିସ (UP Police) ର ଚଢଉ ଭୟରେ କେନାଲରେ ପକାଇ ଦେଇଛନ୍ତି।
Also Read: ଦୁଇଟି ବିଭାଗରେ କାମ କରୁଛନ୍ତି Employee 420! କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟାଭିଡିଲା ସ୍ୱାସ୍ଥ୍ୟ ବିଭାଗ
ଜବାହରଲାଲ ନେହେରୁ ମେଡିକାଲ କଲେଜ ହସ୍ପିଟାଲର ମୁଖ୍ୟ ଅଧୀକ୍ଷକ କହିଛନ୍ତି ଯେ, ବିଷାକ୍ତ ମଦ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ତିନିଜଣ ହସ୍ପିଟାଲକୁ ଆସିବା ପୂର୍ବରୁ ମୃତ୍ୟୁ ବରଣ କରିଛନ୍ତି। ଅବଶିଷ୍ଟ ୨୪ ପୀଡିତଙ୍କ ଜୀବନ ବଞ୍ଚାଇବାକୁ ଡାକ୍ତରମାନେ ସଂଘର୍ଷ କରୁଛନ୍ତି, ଗୁରୁତର ଅସୁସ୍ଥ ରୋଗୀମାନେ ବୁଧବାର ରାତିରେ ଏବଂ ଗୁରୁବାର ଡାକ୍ତରଖାନାକୁ ଆସିଛନ୍ତି।
ନିକଟ ଅତୀତରେ ଜିଲ୍ଲାର ଏହା ହେଉଛି ଦ୍ୱିତୀୟ ମଦମୃତ୍ୟୁ ଘଟଣା। ମେ ୨୮ରେ ବିଷାକ୍ତ ମଦ ପିଇ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋଟ ୮୭ ପୀଡିତଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ଏପର୍ଯ୍ୟନ୍ତ ମଦମୃତ୍ୟୁ ମାମଲାରେ ୩୪ ଜଣଙ୍କୁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ, ବିଷାକ୍ତ ମଦ ପିଇଥିବା ଅନେକ ଲୋକଙଅକ ଆଖିର କ୍ଷତିଗ୍ରସ୍ତ ହୋଇଛି ଏବଂ ସେମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି।