ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟରେ ପ୍ରଶ୍ନର ପାହାଡ଼ !
ସୌମ୍ୟଙ୍କ ପରିବାର ପଋରୁ ଲଢ଼ୁଥିବା ଓକିଲ ନାନା ପ୍ରଶ୍ନ ଛିଡ଼ା କରିଥିବା ବେଳେ ସୌମ୍ୟଙ୍କ ପରିବାର ଲୋକେ ପୁଣିଥରେ ପୋଲିସ ତଦନ୍ତ ଉପରେ ସନ୍ଦେହ କରିଛନ୍ତି ।
କଟକ: କେବେ ପୋଲିସର ତରବରିଆ କ୍ଲିନଚିଟ୍ । ତ କେବେ ବିଳମ୍ବିତ ତଦନ୍ତ । ଯାହାକୁ ନେଇ ରହସ୍ୟ ଓ ପ୍ରଶ୍ନ ଘେରରେ ରହିଆସିଛି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ । ଏଭଳି ସ୍ଥିତିରେ ଆଶା ଥିଲା ବ୍ୟବଚ୍ଛେଦ ରିପୋର୍ଟରୁ କିଛି ସତ୍ୟାସତ୍ୟ ମିଳିବ । ପ୍ରାୟ ୧୪ଦିନର ଅପେକ୍ଷା ପରେ ପଦାକୁ ଆସିଛି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଯେଉଁଥିରେ ୯୫ ପ୍ରତିଶତ ଜଳିଯିବାରୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବା ବେଳେ ବିଷକ୍ରିୟା ସନ୍ଦେହକୁ ବାଦ୍ ଦିଆଯାଇଛି । ତେଣୁ ସୌମ୍ୟଙ୍କ ପରିବାର ପଋରୁ ଲଢ଼ୁଥିବା ଓକିଲ ନାନା ପ୍ରଶ୍ନ ଛିଡ଼ା କରିଥିବା ବେଳେ ସୌମ୍ୟଙ୍କ ପରିବାର ଲୋକେ ପୁଣିଥରେ ପୋଲିସ ତଦନ୍ତ ଉପରେ ସନ୍ଦେହ କରିଛନ୍ତି । ଆଉ ବିଦ୍ୟାଭାରତୀଙ୍କ ଗିରଫ ଦାବି କରି ସୌମ୍ୟଙ୍କ ବାପା କହିଛନ୍ତି, ନ୍ୟାୟ ପାଇଁ ସେ ହେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ।
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ (Acf Somyaranjan) ମହାପାତ୍ର ମୃତ୍ୟୁ ମିଷ୍ଟ୍ରୀ । ନା ପୋଲିସ ପାଉଛି କିଛି ଠୋସ୍ ସୁରାକ୍.ନା ସଲଭ୍ ହେଉଛି କେସ୍ । ଓଲଟା ପୁଳା ପୁଳା ପ୍ରଶ୍ନ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁକୁ ଆହୁରି ରହସ୍ୟାବୃତ୍ତ କରୁଛି । ପାରଳାଖେମୁଣ୍ଡି ପୋଲିସ ଏ ଜିଲ୍ଲାରୁ ସେ ଜିଲ୍ଲା ଘୁରି ଘୁରି ତଦନ୍ତ କରୁଛି । ଅନ୍ୟପଟେ ସୌମ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଙ୍କ ଚିଠି । ଆହୁରି ସସପେନ୍ସ କ୍ରିଏଟ୍ କରି ତଦନ୍ତକୁ କଷ୍ଟକର କରୁଛି । ଏଭଳି ସ୍ଥିତିରେ ପଦାକୁ ଆସିଛି ସୌମ୍ୟଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ (Postmortem Report)।
Also Read: ଦୂର ହେଲା ଦ୍ୱନ୍ଦ୍ୱ, ପେଟ୍ରୋଲ ଓ ଡିଜେଲ ପାଇଁ ରାଜ୍ୟ ଦେଉଛି କେତେ Tax ?
ସୋମବାର ସୌମ୍ୟଙ୍କ ବାପା ଓ ଭାଇ କଟକ (Cuttack) ମର୍କତନଗର ଥାନାକୁ ଯାଇ ଆଣିଛନ୍ତି ବ୍ୟବଚ୍ଛେଦ ରିପୋର୍ଟ। ଯେଉଁଥିରେ ଦର୍ଶାଯାଇଛି, ସୌମ୍ୟଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଶରୀରରୁ କିରାସିନି ଗନ୍ଧ ବାହାରୁଥିଲା। ବିଷକ୍ରିୟା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇ ରିପୋର୍ଟରେ ଦର୍ଶାଯାଇଛି, ସୌମ୍ୟଙ୍କ ପାକସ୍ଥଳୀ ଖାଲି ଥିଲା, ସେଥିରୁ କିଛି ଦୁର୍ଗନ୍ଧ ବାହାରୁ ନ ଥିଲା । ସେପଟେ କିନ୍ତୁ ସୌମ୍ୟଙ୍କ ପରିବାର ପୋଲିସ ତଦନ୍ତ ଉପରେ ପୁଣି ପ୍ରଶ୍ନ ଉଠାଇବା ସହ ବିଦ୍ୟାଭାରତୀଙ୍କ ଗିରଫ ଦାବି କରିଛନ୍ତି । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ (Chief Minister) ଓ ହାଇକୋର୍ଟ (HighCourt)ଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି।
Also Read: କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ବିଜେପି ସାଧାରଣ ସମ୍ପାଦକ ଦେଲେ ଏହି ଜବାବ
ସେପଟେ ହସ୍ତଗତ ବ୍ୟବଚ୍ଛେଦ ରିପୋର୍ଟର ପୋଷ୍ଟମର୍ଟମ୍ କରିଛନ୍ତି ସୌମ୍ୟଙ୍କ ବାପାଙ୍କ ଓକିଲ । ବିଷକ୍ରିୟା ଜନିତ ସନ୍ଦେହ ଦୂର ଲାଗି କିଛି ପରୀକ୍ଷା କରାଯାଇନାହିଁ। କିରାସିନି ନିଆଁରେ ସୌମ୍ୟ ଜଳିଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି । କିରାସିନିରେ ପୋଡ଼ିହେଲେ ଘରେ କଳାଧୂଆଁ ରହିବା କଥା । କିନ୍ତୁ ସୌମ୍ୟଙ୍କ କ୍ୱାର୍ଟର୍ସରୁ କଳାଧୂଆଁ କୁଆଡ଼େ ଗଲା ? ପୋଲିସ ତଦନ୍ତ (Police Investigation)ରେ କାହାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି ? ମୃତ୍ୟୁକୁ ନେଇ ନାନା ସନ୍ଦେହ ଥିବା ବେଳେ ପୋଲିସ କାହିଁକି ସୌମ୍ୟଙ୍କ ଭିସେରା ପରୀକ୍ଷା ପାଇଁ ପଠାଇଲାନି ? ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପାଙ୍କ ଓକିଲ।
Also Read: ଲକଡାଉନ ଡାଏରୀ: କାହିଁକି ସୈଫ୍ ଙ୍କୁ ଛୁରୀରେ ମାରିଥିଲେ କରୀନା ! ଆସିଲା ଏହି କାରଣ
ସୌମ୍ୟଙ୍କ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ପରିବାର ଲୋକଙ୍କୁ ପ୍ରଥମେ ମିଳିଛି । କିନ୍ତୁ ମାମଲାର ତଦନ୍ତକାରୀ ଅଧିକାରୀ ପାଇନାହାଁନ୍ତି। ଅନ୍ୟପଟେ ବଲାଙ୍ଗିରରେ ଗଜପତି ପୋଲିସ (Gajapati Police) ତଦନ୍ତ କରି ଫେରିସାରିଛି । ତେଣୁ ପୋଷ୍ଟମର୍ଟମ୍ ରିପୋର୍ଟ ଓ ସୌମ୍ୟଙ୍କ ପରିବାର ସହ ଓକିଲଙ୍କ ପ୍ରଶ୍ନକୁ ଭିତ୍ତିକରି ଖୁବଶୀଘ୍ର ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ପୋଲିସ ପୁନଃ ଜେରା କରିପାରେ।