ପୁରୀ: କାଳିଆ ଘରେ ପୁଣି ଲାଗିଲା କଳଙ୍କ। ପବିତ୍ର ବୋଲାଉଥିବା ଶ୍ରୀକ୍ଷେତ୍ର ପୁରୀରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ଟାଉନ ଥାନା ପରେ ସମୁଦ୍ରକୂଳ ଥାନା ଅଞ୍ଚଳରେ ଜଣେ ଦୁଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପାକୁ ଗିରଫ କରି ପୋଲିସ ମାମଲାର ତଦନ୍ତ ଚଳାଇଛି।


COMMERCIAL BREAK
SCROLL TO CONTINUE READING

ପୁରୀ ଟାଉନ ଥାନା ଅଞ୍ଚଳରେ ୫ ବର୍ଷର କନ୍ୟାକୁ ଦୁଷ୍କର୍ମ ମାମଲାକୁ ତିନି ଦିନ ନ ପୁରୁଣୁ  ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ଜଣେ ଦୁଇ ବର୍ଷର ନିଷ୍ପାପ ଶିଶୁକନ୍ୟାକୁ ଖୋଦ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କିଛିଦିନ ଧରି ଝିଅକୁ ଯୌନଶୋଷଣ କରୁଥିବା ନେଇ ପିଡିତାଙ୍କ ମାଆ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 


Also Read: ଦମ୍ପତ୍ତିଙ୍କୁ ଦଶ ଲକ୍ଷର ଚୂନ ଲଗାଇଲେ ସାଇବର ଠକ, ବାହାରିଲା ଓଡ଼ିଶା ଲିଙ୍କ୍


ଅଭିଯୋଗ ଆଧାରରେ ୨୪ ବର୍ଷୀୟ ଅଭିଯୁକ୍ତ ରାଜକମଲ କର୍ମକାରକୁ ପୋଲିସ ଗିରଫ କରିଛି। କେସ ନମ୍ବର ୧୭/୨୨ରେ ମାମଲା ରୁଜୁ ହୋଇଥିବା ବେଳେ ରାଜକମଲଙ୍କ ନାମରେ ଦଫା ୩୪୧, ୩୨୩, ୩୭୬( କଖ) ଓ ପୋକ୍ସୋ ଆକ୍ଟ ଲାଗିଛି। ସେପଟେ ଅସୁସ୍ଥ ନାବାଳିକାକୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅତିରିକ୍ତ ଏସପି ମିହିର ପଣ୍ଡା ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ, ରବିବାର ପୁରୀରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦିନ ଦ୍ୱିପହରରେ ଟାଉନ୍ ଥାନା ଅଂଚଳରେ ଶିଶୁକୁ ଦୁଷ୍କର୍ମ କରି ଅଭିଯୁକ୍ତ ମହେଶ ମହାନ୍ତି ଫେରାର ହୋଇଯାଇଛି। ନାବାଳିକାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି।