Asad Ahmed Encounter: ଅତିକ୍ ଅହମ୍ମଦଙ୍କ (Atique Ahmed) ପୁଅ ଅସଦ ଅହମ୍ମଦଙ୍କ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି । ଅସଦଙ୍କର ୟୁପିର ଝାନ୍ସୀ ଠାରେ ଏନକାଉଣ୍ଟର କରାଯାଇଛି । ଉମେଶ ପାଲ ହତ୍ୟା ମାମଲାରେ ଅସଦ ଜଣେ ଅଭିଯୁକ୍ତ ଥିଲେ । ଅସଦଙ୍କ ସହ ତାଙ୍କ ସାଥୀ ସୁଟର ଗୁଲାମଙ୍କର ମଧ୍ୟ ଏକ ଏନକାଉଣ୍ଟର ହୋଇଛି । ପୋଲିସ ଅନେକ ଦିନ ଧରି ଅସଦକୁ ଖୋଜୁଥିଲା । ଅସଦ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ରଖାଯାଇଥିଲା । ଅସଦଙ୍କ ଏନକାଉଣ୍ଟର ପରେ ଉମେଶ ପାଲଙ୍କ ପତ୍ନୀ ଓ ମା’ଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଉମେଶ ପାଲଙ୍କ ପତ୍ନୀ ଜୟା ପାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉମେଶଙ୍କ ପତ୍ନୀ କହିଛନ୍ତି, “ମୁଁ ନ୍ୟାୟ ଦେବା ଦାୟିତ୍ୱ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଛାଡି ଦେଇଥିଲି । ସେ ତାଙ୍କ ଝିଅର ସିନ୍ଦୁରର ହତ୍ୟାକାରୀଙ୍କୁ ମାରି ଆମକୁ ନ୍ୟାୟ ଦେଇଛନ୍ତି । ସେ ଯାହା କରିଛନ୍ତି ଭଲ କରିଛନ୍ତି । ପ୍ରଶାସନ ନ୍ୟାୟ ପ୍ରଦାନ କରୁଛି । ପୋଲିସ ବହୁ ସହଯୋଗ କରିଛି । ଯୋଗୀ ଜି ଯାହା କିଛି କରିବେ, ଭଲ କରିବେ ।"


ଅନ୍ୟପକ୍ଷରେ ଉମେଶ ପାଲଙ୍କ ମା' ଶାନ୍ତି ଦେବୀ ପୋଲିସକୁ ପ୍ରଶଂସା କରିଥିଲେ । ଉମେଶଙ୍କ ମା କହିଛନ୍ତି, “ଏହା ମୋ ପୁଅ ପାଇଁ ଶ୍ରଦ୍ଧାଞ୍ଜଳି । ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ।”



ୟୁପି STF ଟିମ୍ କରିଛି ଏହି ଏନକାଉଣ୍ଟର
ଏହାପୂର୍ବରୁ ଅସଦଙ୍କ ଏନକାଉଣ୍ଟର ପରେ ଏଡିଜି ଅମିତାଭ ୟଶ କହିଥିଲେ ଯେ ଅସଦଙ୍କୁ ଜୀବନ୍ତ ଧରିବାକୁ ଉଦ୍ୟମ ହୋଇଛି ଓ ତାଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ କୁହାଯାଇଛି । ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ଟିମକୁ ଡେପୁଟି ଏସପି ନବେନ୍ଦୁ ଓ ଡେପୁଟି ଏସପି ବିମଲ କର ନେତୃତ୍ୱ ନେଇଥିଲେ ।


୨୪ ଫେବୃଆରୀ ୨୦୨୩ ରେ ଅପରାହ୍ନ ୫ ଟା ସମୟରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ତାଙ୍କ ସୁରକ୍ଷାଅଧିକାରୀ ରାଘବେନ୍ଦ୍ର ସିଂ ଓ ସନ୍ଦୀପ ନିଶାଦ ମଧ୍ୟ ଜୀବନ ହରାଇଥିଲେ । ଘଟଣାର ପରଦିନ, ୨୫ ଫେବୃଆରୀରେ, ଉମେଶ ପାଲଙ୍କ ପତ୍ନୀ ଜୟା ପାଲଙ୍କ ଅଭିଯୋଗରେ ଅତିକ୍ ଅହମ୍ମଦ, ଶାଇସ୍ତା ପରଭେନ, ଆଶ୍ରାଫ, ଗୁଡୁ ମୁସଲିମ, ଗୁଲାମ ଓ ଅନ୍ୟ ୯ ଜଣଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ କରିଥିଲେ ।


ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଅସଦ ଅତିକ୍ ଅହମ୍ମଦଙ୍କ ପାଞ୍ଚ ପୁଅ ମଧ୍ୟରୁ ତୃତୀୟ ଥିଲେ । ଅସଦ ଉପରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଉମେଶପାଲ ହତ୍ୟା ମାମଲାର ୪୮ ଦିନ ପରେ ଅସଦଙ୍କ ଏନକାଉଣ୍ଟର ହୋଇଛି । କହିରଖୁଛୁ ଯେ ୨୪ ଫେବୃଆରୀ ୨୦୨୩ ରେ ଅପରାହ୍ନ ୫ ଟା ସମୟରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା ।


ଏହା ବି ଦେଖନ୍ତୁ: Harbhajan-Sreesanth Fight: ହରଭଜନ-ଶ୍ରୀସାନ୍ତଙ୍କ ମଧ୍ୟରେ ପୁଣଥରେ ହେଲା ଝଗଡା, ଲିଫ୍ଟରେ କଲେ 'ହଙ୍ଗାମା', ଦେଖନ୍ତୁ ଭିଡିଓ


ଏହା ବି ଦେଖନ୍ତୁ: First Underwater Metro: ମେଟ୍ରୋ ରଚିଲା ଇତିହାସ; ହୁଗୁଳୀ ନଦୀ ତଳେ ଗଡ଼ିଲା ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ, ଦେଖନ୍ତୁ ଭିଡିଓ