ପ୍ରେମିକ ସହିତ ମିଶି ନିଜ ମା`କୁ ହତ୍ୟା କଲା ଝିଅ, BJP ର କର୍ପୋରେଟର ପ୍ରାର୍ଥୀ ରହିସାରିଛନ୍ତି ମୃତକ
ଫେବୃଆରୀ ୧୯ ରେ, ଦିଲ୍ଲୀ ପୋଲିସକୁ ଏକ PCR କଲ ଆସିଥିଲା ଯେ ଗୋଟିଏ ଘରେ ଜଣେ ଝିଅକୁ ମାରପିଟ କରାଯାଉଛି, କଲରେ ସବୁକିଛି ସ୍ପଷ୍ଟ ନଥିଲା । ଘଟଣାସ୍ଥଳକୁ ଯାଇ ପୋଲିସ ଦେଖିବାକୁ ପାଇଥିଲା ଯେ ସୁଧା ରାଣୀ ନାମକ ଜଣେ ୫୫ ବର୍ଷୀୟା ମହିଳାଙ୍କ ରକ୍ତସ୍ରାବ ହେଉଛି ଏବଂ ତାଙ୍କ ଗଳା କଟା ଯାଇଛି ଏବଂ ଅଳଙ୍କାର ଘରୁ ନିଖୋଜ ଅଛି ।
ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରେ ଦିଲ୍ଲୀର ଆମ୍ବେଦକର ନଗରରେ ସୁଧା ରାଣୀ ନାମକ ଜଣେ ୫୫ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣାର ପୋଲିସ ସମାଧାନ କରିଛି । ଏହି ମାମଲାରେ ମୃତ ମହିଳା ସୁଧା ରାଣୀଙ୍କ ଝିଅ ଦେବୟାନୀ ଓ ତାଙ୍କ ପୁରୁଷ ବନ୍ଧୁ କାର୍ତ୍ତିକଙ୍କୁ ଗିରଫ କରାଯାଇଛି । ମୃତ ସୁଧା ୨୦୦୭ ରେ ବିଜେପିରୁ ମ୍ୟୁନିସିପାଲିଟି କାଉନସିଲର ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ ।
ଫେବୃଆରୀ ୧୯ ରେ, ଦିଲ୍ଲୀ ପୋଲିସକୁ ଏକ PCR କଲ ଆସିଥିଲା ଯେ ଗୋଟିଏ ଘରେ ଜଣେ ଝିଅକୁ ମାରପିଟ କରାଯାଉଛି, କଲରେ ସବୁକିଛି ସ୍ପଷ୍ଟ ନଥିଲା । ଘଟଣାସ୍ଥଳକୁ ଯାଇ ପୋଲିସ ଦେଖିବାକୁ ପାଇଥିଲା ଯେ ସୁଧା ରାଣୀ ନାମକ ଜଣେ 55 ବର୍ଷୀୟା ମହିଳାଙ୍କ ରକ୍ତସ୍ରାବ ହେଉଛି ଏବଂ ତାଙ୍କ ଗଳା କଟା ଯାଇଛି ଏବଂ ଅଳଙ୍କାର ଘରୁ ନିଖୋଜ ଅଛି । ଏହି ଘଟଣାକୁ ନେଇ ସୁଧାଙ୍କ ଝିଅ ଦେବୟାନୀ ବୟାନ ଦେଇଥିଲେ ଯେ ୦୯:୩୦ ସମୟରେ ଦୁଇଜଣ ବ୍ୟକ୍ତି ମାସ୍କ ପିନ୍ଧି ଘରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ବିରୋଧ କରିବରୁ ସେ ତାଙ୍କ ମା' ସୁଧାଙ୍କୁ ଗଳା କାଟି ହତ୍ୟା କରିଥିଲେ । ତେବେ ପୋଲିସ ଘରେ କୌଣସି ଜୋର ଜବରଦସ୍ତ ପ୍ରବେଶର ପ୍ରମାଣ ଦେଖିବାକୁ ପାଇ ନଥିଲା ।
ଘଟଣାର ଏହିପରି ହେଲା ଖୁଲାସା
ପଚରାଉଚରା ସମୟରେ ଦେବୟାନୀ ବାରମ୍ବାର ନିଜର ବୟାନ ବଦଳାଉ ଥିଲେ ଯାହା ଫଳରେ ପୋଲିସର ସନ୍ଦେହ ବଢିଥିଲା ଏବଂ ଟିକେ କଠୋରତା ସହ ପଚରାଉଚରା କରିବା ପରେ ସେ ଏକ ଚମକପ୍ରଦ ଖୁଲାସା ହୋଇଥିଲେ । ଦେବୟାନୀ କହିଥିଲେ ଯେ ସେ ନିଜ ପୁରୁଷ ବନ୍ଧୁ କାର୍ତ୍ତିକଙ୍କ ସହ ମିଶି ତାଙ୍କ ମା’ଙ୍କୁ ହତ୍ୟା କରିଥିଲେ ଏବଂ ଏହାକୁ ଡକାୟତି ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ । ଦେବୟାନୀ କହିଛନ୍ତି ଯେ ସେ ଗ୍ରେଟର ନୋଏଡା ନିବାସୀ ଚେତନଙ୍କ ସହିତ ବିବାହ କରିଥିଲେ ଏବଂ ତାଙ୍କର ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି, କିନ୍ତୁ କିଛି ସମୟ ପରେ ସେ ନିଜ ସ୍ୱାମୀଙ୍କୁ ଛାଡ଼ି ଦକ୍ଷିଣପୁରୀ ଅଂଚଳରେ ଶିବୁ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଲିଭିଂ ରିଲେସନରେ ରହିବାକୁ ଆରମ୍ଭ କରିଥିଲେ ।
ଦେବୟାନୀଙ୍କ ମା' ସୁଧା ଏହାକୁ ପସନ୍ଦ କରୁନଥିଲେ । ସେ ଚାହୁଁଥିଲେ ଯେ ଶିବୁଙ୍କ ସହ ସମ୍ପର୍କ ସମାପ୍ତ କରିବା ପରେ ସେ ନିଜ ସ୍ୱାମୀଙ୍କ ସହ ପୁନର୍ବାର ଜୀବନଯାପନ କରନ୍ତୁ । ଏହା ଯୋଗୁଁ ଦେବୟାନୀ ମଧ୍ୟ ରାଗି ଯାଇଥିଲେ, କାରଣ ଯଦି ସେ ଏହା ନକରନ୍ତି ତେବେ ତାଙ୍କ ମା' ତାଙ୍କୁ ଆର୍ଥିକ ସହାୟତା ଦେବା ବନ୍ଦ କରିଦେବେ କହିଥିଲେ ।
ଏହାପରେ ଦେବୟାନୀ ନିଜ ପ୍ରେମିକ ଶିବୁଙ୍କ ବନ୍ଧୁ କାର୍ତ୍ତିକ ଯାହାକୁ ସେ ଏକ ବର୍ଷ ଧରି ଜାଣିଥିଲେ, ତାଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ । ସେ ପ୍ରଥମେ ଚା’ରେ ନିଦ ବଟିକା ଦେଇ ମା’ଙ୍କୁ ଚେତାଶୂନ୍ୟ କରାଇଥିଲେ, ଓ ଏହାପରେ ଦେବୟାନୀ କାର୍ତ୍ତିକଙ୍କୁ ସେଠାକୁ ଡାକିଥିଲେ, ଯିଏକି ସର୍ଜିକାଲ ବ୍ଲେଡରେ ଦେବୟାନୀଙ୍କ ମାଆର ଗଳା କାଟି ହତ୍ୟା କରିଥିଲେ । ଏହା ପରେ ଦେବୟାନୀ କାର୍ତ୍ତିକଙ୍କୁ ତାଙ୍କ ମା’ଙ୍କ ଅଳଙ୍କାର ଦେଇ ସେଠାରୁ ଭଗାଇ ଦେଇଥିଲେ ଏବଂ ପରେ PCR କୁ କଲ କରି ହତ୍ୟାକୁ ଡକାୟତିର ରଙ୍ଗ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦେବୟାନୀ ନିଜର ବାରମ୍ବାର ବୟାନ ବଦଳାଇବା ଯୋଗୁଁ ସେ ଧରାପଡିଥିଲେ ।
ଦେବୟାନୀ ଏବଂ ତାଙ୍କ ବନ୍ଧୁ କାର୍ତ୍ତିକଙ୍କୁ ପୋଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମା’ଙ୍କ ଅଳଙ୍କାର ଏବଂ ସର୍ଜିକାଲ ବ୍ଲେଡ ମଧ୍ୟ ସେମାନଙ୍କ ନିକଟରୁ ଉଦ୍ଧାର କରାଯାଇଛି ।
ଏହା ବି ପଢ଼ନ୍ତୁ: ନିଜର ଏହି ୪ ଟି ଅଭ୍ୟାସକୁ ବଦଳାନ୍ତୁ, ଆପଣଙ୍କୁ କେବେବି ହେବନି କ୍ୟାନସର!
ଏହା ବି ପଢ଼ନ୍ତୁ: ଏହି କମ୍ପାନୀ ଦେଉଛି ବମ୍ପର ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ