ଢେଙ୍କାନଳ: ଦୃର୍ବୁତ୍ତଙ୍କ ଟାର୍ଗେଟରେ ଏବେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ। ପ୍ରକଳ୍ପରେ ବ୍ୟବହୃତ ହୋଇଥିବା ତାର ପ୍ରତ୍ୟେକ ଦିନ ଚୋରି ହେବାରେ ଲାଗିଛି। କାମାକ୍ଷାନଗର ଉପଖଣ୍ଡରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପରୁ ଦୃର୍ବୁତ୍ତମାନେ ତାର କାଟି ନେଇଛନ୍ତି। ବିଭାଗ ତରଫରୁ ଥାନାରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇନାହିଁ। ଫଳରେ ପିଇବା ପାଣି ଟୋପେ ପାଇଁ  ସ୍ଥାନୀୟ ବାସନ୍ଦା ଅସୁବିଧାର ସମୁଖିନ ହେଉଛନ୍ତି।


COMMERCIAL BREAK
SCROLL TO CONTINUE READING

ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ଲକ୍ଷ୍ୟ ରହିଛି ୨୦୨୪ ସୁଧା ପ୍ରତ୍ୟେକ ଲୋକଙ୍କ ଘରେ ଟ୍ୟାପ ଯୋଗେ ବିଶୁଦ୍ଧ ପାନିୟ ଜଳ ପହଞ୍ଚିପାରିବ। ଏହି ଉଦ୍ୟେଶ୍ୟ ରଖି କାର୍ଯ୍ୟ ହେଉଥିବା ବେଳେ  କିଛି ଦୃର୍ବୁତ୍ତଙ୍କ ଟାର୍ଗେଟରେ ଏବେ ଏହି ପ୍ରକଳ୍ପରେ ଲଗାଯାଇଥିବା କପର ତାର ଉପରେ ପଡିଛି। ଯାହାକି ଉପଖଣ୍ଡରେ ୧୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପରେ ବ୍ୟବହୃତ ହୋଇଥିବା  ତାରକୁ ଦୃର୍ବୁତ୍ତମାନେ ଚୋରି କରି ନେଇଛନ୍ତି। ଫଳରେ ଲୋକମାନେ ବିଶୁଦ୍ଧ ପାନିୟ ଜଳ ପାଇିଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଯୋଗାଣ ସମ୍ପୁର୍ଣ ଠପ ହୋଇ ଯାଇଛି। ବିଭିନ୍ନ କୁଅ ପୋଖରୀରୁ ଦୂଷିତ ପାଣି ଉପରେ ନିର୍ଭର କରି ଲୋକେ ରୋଗାକ୍ରାନ୍ତ ହେଉଛନ୍ତି।


Also Read: ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ ଫଳାଉଛନ୍ତି ପରିବା


ପ୍ରକଳ୍ପ ଗୁଡିକରୁ ରିତିମତ ଭାବେ ତାର ଚୋରି ହେଉଥିବା ନେଇ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇନାହିଁ। ଏପରି କି ପୋଲିସ କପର ତାର ଚୋର ମାନଙ୍କୁ ଧରିବାରେ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନାହିଁ। ତେଣୁ ଚୋରମାନେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପରୁ ତାର ଚୋରି କରୁଛନ୍ତି। ଶଶାପଶି, କଣ୍ଟାପାଳ, ରୂପାବେଡା, ପାଟବେଡା, ମରୁଆବିଲ୍ଲି, ବିରାଶାଳ, ଖଜୁରିଆ, ରହଣି ଆଦି ସ୍ଥାନମାନଙ୍କରୁ ତାର କ୍ରମାଗତ ଭାବେ ଚୋରି ହୋଇଛି। 



ସାଧାରଣତଃ ପ୍ରକଳ୍ପ ଗୁଡିକ ଅଧିକାଂଶ ସ୍ଥାନରେ ଗ୍ରାମର ବାହାରେ ଓ ନଦୀକୂଳମାନଙ୍କରେ ନିର୍ମାଣ ହୋଇଛି। ଏଠାରେ କୋଣସି ରାତ୍ର ଯଗୁଆଳି ରହୁନାହାଁନ୍ତି। ଏହାର ସୁଯୋଗ ନେଇ ଦୃର୍ବୁତ୍ତମାନେ ପ୍ରକଳ୍ପର କପର ତାର ଗୁଡିକ ଚୋରି କରୁଛନ୍ତି। ଏହି କପର ତାର ଗୁଡିକ ବଜାର ଦରରେ ୨୦ରୁ ୩୦ ହଜାର ଟଙ୍କା ହେଉଥିବାର ଜଣାପଡିଛି। ଏଠି ଏକ ଚୋର ରାକେଟ କାମ କରୁଥିବା ଅନୁମାନ କରାଯାଉଛି। ପୂର୍ବରୁ କେତେକ ପ୍ରକଳ୍ପରୁ ଚୋରି ହୋଇଥିବା ବେଳେ ବିଭାଗ ତରଫରୁ ସେଠାରେ ତାର ଲଗାଯାଇ ପ୍ରକଳ୍ପ ଚାଲୁ କରାଯାଇଥିଲା। ପୂଣି ମଧ୍ୟ ତାର ଚୋରି ବଢିବାରେ ଲାଗିଛି। ତେଣୁ ତୁରନ୍ତ ଏହି ରାକେଟକୁ ଧରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।