ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ ଫଳାଉଛନ୍ତି ପରିବା
Advertisement
Article Detail0/zeeodisha/odisha954177

ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ ଫଳାଉଛନ୍ତି ପରିବା

ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ସ୍ୱପ୍ନେ ଠାରେ କରାଯାଉଛି ନିଆରା ପ୍ରଣାଳୀରେ ପନିପରିବା ଚାଷ। ବିନା ପାଣି ଓ ବିନା ସାର ପ୍ରୟୋଗ କରି ହୋଇପାରୁଛି ପନିପରିବା ଚାଷ।

ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ  ଫଳାଉଛନ୍ତି ପରିବା

ସମ୍ବଲପୁର: ବିନା ପାଣିରେ ହେଉଛି ପରିବା ଚାଷ! କଥାଟି ଆଶ୍ଚୟ ଲାଗୁଥିଲେ ବି ସତ। ଏପରି କିଛି ଅସମ୍ଭବ କାଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ୱପ୍ନେ ଗାଁର ଚାଷୀ ମହେନ୍ଦ୍ର ଭୋଇ। 

ସମ୍ବଲପୁର (Sambalpur)  ଜିଲ୍ଲା ରେଙ୍ଗାଲୀ ସ୍ୱପ୍ନେ ଠାରେ କରାଯାଉଛି ନିଆରା ପ୍ରଣାଳୀରେ ପନିପରିବା ଚାଷ (Vegitables farming) । ବିନା ପାଣି ଓ ବିନା ସାର ପ୍ରୟୋଗ କରି ହୋଇପାରୁଛି ପନିପରିବା ଚାଷ। ଶୁଣିବାକୁ ବିଶ୍ୱାସ ନ ଲାଗୁଥିଲେ ମଧ୍ୟ ଏପରି କିଛି ଆସମ୍ଭବ କାଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ସ୍ୱପ୍ନେ ଅଞ୍ଚଳର ଚାଷୀ। ସବୁଠୁ ଆଶ୍ଚର୍ଯ୍ୟ ର କଥା  ହେଲା ଯେ ଏହି ପରିବା ଚାଷ ହେଉଥିବା ଅଞ୍ଚଳକୁ ଗ୍ରାମରୁ ଗଲା ବେଳେ ଦୀର୍ଘ ଚାରି କିଲୋମିଟର ଚାଲି ଚାଲି  ପ୍ରଥମେ ନଦୀ ଭିତରକୁ  ଯିବାକୁ ପଡି ଥାଏ  ଆଉ ତା ପରେ ଡ଼ଙ୍ଗା ସାହାଯ୍ୟରେ ଦୀର୍ଘ ଏକ କିଲୋମିଟର ଗଲା ପରେ ହିଁ ପରିବା ବାଡି ପଡିଥାଏ।

Also Read: ପର୍ଯ୍ୟଟନର ଦ୍ୱାର ହେବ ସମ୍ବଲପୁର; କାର୍ଯ୍ୟକାରୀ ହେବ ମାଷ୍ଟର ପ୍ଲାନ୍

ସ୍ୱପ୍ନେର ଏହି ସଫଳ ପରିବା ଚାଷର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପରିବା ଚାଷଟି ବିନା ପାଣି ବିନା ରାସାୟନିକ ସାର (fertilizer) ପ୍ରୟୋଗ କରି କରାଯାଇଥାଏ। କେବଳ ପରିବା ଚାଷ ନଦୀର ପଟୁମାଟି ଉପରେ କରାଯାଇଥାଏ। ଯେତେବେଳେ ପାଣି ଧୀରେ ଧୀରେ ଶୁଖିବାରେ ଲାଗିଥାଏ ଠିକ ସେତିକି ବେଳେ ଏହି ଗ୍ରାମର ଚାଷୀମାନେ ମଞ୍ଜି ବା ଚାରା ରୋପଣ ନେଇ  ପରିବା ବାଡିରେ କେବଳ ମାଟି ଖୋଳି ପୋତି ଦେଇଥାନ୍ତି। ଆଉ କିଛି ଦିନ ଗଲା ପରେ ଧୀରେ ଧୀରେ ସେଥିରେ ପନିପରିବା  ଫଳିଵାରେ ଲାଗିଥାଏ ବୋଲି ଜଣେ ସଫଳ ଚାଷୀ ମହେନ୍ଦ୍ର ଭୋଇ କହିଛନ୍ତି।

ଏହି ନିଆରା ପଦ୍ଧତିରେ ପନିପରିବା (Vegitables) ଚାଷ ପାଇଁ ସ୍ୱପ୍ନେ ଗ୍ରାମର ଚାଷୀମାନେ ସମଗ୍ର ଜିଲ୍ଲା ପାଇଁ ଅନନ୍ୟ ଉଦାହରଣ ସୄଷ୍ଟି କରିପାରିଛନ୍ତି। ବର୍ତ୍ତମାନ ଏହି ସ୍ୱପ୍ନେ ଗ୍ରାମର ଅନେକ ଲୋକ ଅନ୍ୟ କୌଣସି ଜାଗାରେ କାମ ନ କରି ନିଜେ ନିଜେ ପରିବା ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇ ପାରୁଛନ୍ତି। ନଦୀର ବିସ୍ତିର୍ଣ୍ଣ ପଟୁମାଟି ମଧ୍ୟରେ ପାଖାପାଖି ୩୦ ଏକର ପରିମିତ ଅଞ୍ଚଳରେ କଖାରୁ, ଜହ୍ନି, ଲାଉ, କରଲା, ଝୁଡ଼ଙ୍ଗ ଚାଷ ବହୁଳ ମାତ୍ରାରେ କରାଯାଉଛି। 

Also Read: ହୀରାକୁଦର ଆଉ ଦୁଇଟି ଗେଟ ବନ୍ଦ

ସ୍ୱପ୍ନେରୁ ଉତ୍ପାଦିତ ହେଉଥିବା ପନିପରିବାର ବେଶ ଚାହିଦା ରହିଥିବା ବେଳେ ବେପାରୀମାନେ ସିଧାସଳଖ ଏଠାରୁ ପରିବା କିଣି ନିଅନ୍ତି। ଯଦି ଏହି ପରିବା ଚାଷୀଙ୍କ ପାଇଁ ସରକାର କୋଲଡ଼ଷ୍ଟୋର ଯୋଗାଇ ଦେବେ ତେବେ ଏହି ଚାଷୀମାନେ ଅଧିକ ଦୁଇ ପଇସା ଲାଭ ପାଇପାରନ୍ତେ ବୋଲି ଚାଷୀମାନେ  କୁହନ୍ତି। କୃଷି ବିଶେଷଜ୍ଞଙ୍କ ମତରେ, ବିନା ସାରରେ ପ୍ରାକୃତିକ ଉପାୟରେ ଚାଷ କରାଯାଉଛି ସେଥିପାଇଁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ଯଦି ସରକାର ଏଭଳି ଚାଷକୁ ଗୁରୁତ୍ୱ ଦେବେ ତା ହେଲେ ଉଭୟ ଚାଷୀ ଓ ଖାଉଟିମାନଙ୍କ ପାଇଁ ସହାୟକ ହେବ ବୋଲି କୄଷି ବିଶେଷଜ୍ଞ ଦିବ୍ୟରାଜ ବେରିହା ମତ ଦେଇଛନ୍ତି।

ନଦୀ ମଧ୍ୟରେ ବିସ୍ତିର୍ଣ୍ଣ ପଟୁମାଟିରେ ବିନା ପାଣି ଓ ବିନା ରାସାୟନିକ ସାର ପ୍ରୟୋଗ କରି ଯେଭଳି ସଫଳତାର ସହ ପରିବା ଚାଷ ହୋଇପାରୁଛି। ସେ ଦିଗରେ ସରକାର ଅଧିକ ଗବେଷଣା କଲେ ଏହି ସ୍ୱପ୍ନେ  ଅଞ୍ଚଳ ପରିବା ଚାଷ କ୍ଷେତ୍ରରେ ରାଜ୍ୟର ଏକ ଆଗଧାଡିର ଅଞ୍ଚଳରେ ପରିଗଣିତ ହୋଇପାରନ୍ତା ଓ ଲୋକେ ବିଷ ଖାଇବାକୁ ବଞ୍ଚି ଯାଆନ୍ତେ ଏଥିରେ ସନ୍ଦେହ ନାହିଁ।