ବୋଦା ବଦଳରେ ଯୁବକର ଗଳା କାଟିଦେଲା ଦୁର୍ବୃତ୍ତ, ଜାଣନ୍ତୁ ପୁରା ମାମଲା
ସଂକ୍ରାନ୍ତି ଅବସରରେ ମନ୍ଦିରରେ ବୋଦା ବଳି ଦିଆଯିବାର ପ୍ରଥା ଥିଲା ହେଲେ ଦୁର୍ବୃତ୍ତ ଜଣକ ବୋଦାକୁ ଧରିଥିବା ବ୍ୟକ୍ତିର ବେକକୁ ଚୋଟ ମାରିଦେଇଥିଲେ । ଯାହାଫଳରେ ଯୁବକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା ।
ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଚିତୁରରେ ନିଲାମ ପ୍ରକ୍ରିୟା ସମୟରେ ଏକ ଚମକାଇ ଦେଲା ଭଳି ଖବର ସାମ୍ନାକୁ ଆସିଛି। ଚିତୁର ଜିଲ୍ଲାରେ ବଳସାପଲ୍ଲେ ସ୍ଥିତ ମନ୍ଦିରରେ ଆସ୍ଥା ଓ ପରମ୍ପରା ନାଁରେ ନୀରିହ ପଶୁଙ୍କୁ ବଲି ଦିଆଯିବାର ପ୍ରଥା ରହିଛି । ହେଲେ ବଳି ଦେବା ସମୟରେ ସେଠାରେ ଏମିତି କିଛି ଘଟିଥିଲା ଯାହାକୁ ନେଇ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ବାସ୍ତବରେ, ସଂକ୍ରାନ୍ତି ଅବସରରେ ମନ୍ଦିରରେ ବୋଦା ବଳି ଦିଆଯିବାର ପ୍ରଥା ଥିଲା ହେଲେ ଦୁର୍ବୃତ୍ତ ଜଣକ ବୋଦାକୁ ଧରିଥିବା ବ୍ୟକ୍ତିର ବେକକୁ ଚୋଟ ମାରିଦେଇଥିଲେ । ଯାହାଫଳରେ ଯୁବକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା । ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି।
ଏହି ମାମଲାଟି ଆନ୍ଧ୍ର ପ୍ରଦେଶ (Andhra Pradesh) ର ଚିତୁର ଜିଲ୍ଲାର । ଏହି ମନ୍ଦିରରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଳି ପ୍ରଥାକୁ ରଖାଯାଇଥିଲା। ସଂକ୍ରାନ୍ତି ଅବସରରେ ଏହି ମନ୍ଦିରରେ ପଶୁଙ୍କ ବଳି ଦିଆଯାଇଥାଏ। ହେଲେ ଚଳିତ ବର୍ଷ ବଳି ସମୟରେ ଜଣଙ୍କର ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକୃତରେ ବଳି ଦେବା ବ୍ୟକ୍ତି ଜଣଙ୍କ ବୋଦାର ବେକ କାଟିକା ପରିବର୍ତ୍ତେ ତାକୁ ଧରିଥିବା ବ୍ୟକ୍ତିର କାଟିଦେଇଥିଲା ।
Also Read: Jai Bhim at Oscars: ମିଳିଲା ସବୁଠାରୁ ବଡ଼ ସମ୍ମାନ, ସେଲିବ୍ରେସନ ମୁଡରେ ସୂର୍ୟ୍ୟା ଫ୍ୟାନ୍ସ
କେମିତି ଘଟିଲା ଘଟଣା
କୁହଯାଉଛି ଯେ, ପଶୁ ବଳି (Animal sacrifice) ପାଇଁ ଦାୟିତ୍ୱ ଚଲାପଥୀ ନାମକ ବ୍ୟକ୍ତିକୁ ଦିଆଯାଇଥିଲା । ଆଉ ବଳିଦେବା ସମୟରେ ଚଲାପଥୀ ପ୍ରଚୁର ମଦ୍ୟପାନ କରିଥିଲା। ସେହି ସମୟରେ ସେ ବୋଦା ବେକକୁ କାଟିବା ପରିବର୍ତ୍ତେ ତାକୁ ଧରିଥିବା ବ୍ୟକ୍ତିର ବେକରେ ଚୋଟଟି ପଡ଼ିଥିଲା । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୋଦାକୁ ଧରିଥିବା ବ୍ୟକ୍ତି ଜଣଙ୍କ ତଳେ ପଡ଼ିଯାଇଥିଲେ। ପାଖରେ ଥିବା ଲୋକମାନେ ଆହତ ଅବସ୍ଥାରେ ଯୁବକକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Also Read: Divorce ପରେ ଭାଇରାଲ ହେଲା ଧନୁଷ-ଐଶ୍ୱର୍ଯ୍ୟାଙ୍କ Love Story
ଘଟଣା ପରେ ବଳି ପକାଉଥିବା ଚଲାପଥୀକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏବଂ ଚଲାପଥୀକୁ ଅଧିକ ପଚରାଉଚରା କରାଯାଉଛି ।