ବିଶ୍ୱରଞ୍ଜନ ବିଶ୍ୱଶ୍ରୀ, ପୁରୀ: ସମଗ୍ର ପୃଥିବୀରେ ବର୍ତ୍ତମାନ କୋରୋନା ପାଇଁ ସାଧାରଣ ଜନତାଙ୍କ ଜୀବନ ଜିବିକା ଦୁର୍ଦଶା ଭିତରେ ଗତି କରୁଛି। କିନ୍ତୁ ଏହି ମହାମାରୀ ସମୟରେ କିଛି ଅସାଧୁ ପାଥୋ ଲ୍ୟାବ ମାଲିକ ଲୋକମାନଙ୍କୁ ଠକିବା ଲାଗି ବିଭିନ୍ନ ପ୍ରକାର ପନ୍ଥା ଆପଣଉଛନ୍ତି। ଜାଲ କୋଭିଡି ଟେଷ୍ଟିଂ ରିପୋର୍ଟ ଦେଇ ଅର୍ଥ ଲୋଭ ନିଶାରେ ଲୋକଙ୍କୁ ଶୋଷଣ  କରୁଛନ୍ତି। ପୁରୀ କାକଟପୁର ଅଞ୍ଚଳରେ ଏଭଳି ଏକ ରାକେଟର ପର୍ଦ୍ଦାଫାସ ହୋଇଛି।


COMMERCIAL BREAK
SCROLL TO CONTINUE READING

ଗତକାଲି ରାତିରେ କାକଟପୁରର (Kakatpur) ମା ଡାଇଗ୍ନୋଷ୍ଟିକ ନାମକ ଏକ ପାଥୋ ଲ୍ୟାବ (Patho Lab)କୁ କାକଟପୁର ପୋଲିସ, ତହସିଲଦାର ଚଢ଼ାଉ କରି ଥିଲେ। ଚଢଉ ସମୟରେ ୨ଟି ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ଓ ଅନେକ କାଗଜପତ୍ର ଜବତ କରିବା ସହ ଲ୍ୟାବକୁ ସିଲ କରାଯାଇଛି। ଏହା ବ୍ୟତୀତ ଲ୍ୟାବ ମାଲିକ ପ୍ରକାଶ ଦାସଙ୍କୁ ଗରିଫ କରାଯାଇଛି।


Also Read: ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ


କାକଟପୁରର UCO Bank ପଛପଟେ ଥିବା ମା ଡାଇଗ୍ନୋସ୍ଟିକ ଲ୍ୟାବର ମାଲିକ  ପ୍ରକାଶ ଦାସ ଲୋକଙ୍କୁ କୋଭିଡି ଟେଷ୍ଟ ରିପୋର୍ଟ ଦେଉଥିଲେ। ଏହା ସହିତ ଚିକିତ୍ସା ଲାଗି ଲୋକମାନଙ୍କ ଠାରୁ ସେ ୪୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ଏମିତି ଟେଷ୍ଟିଂ  କରାଯାଉଥିବା ବାଙ୍ଗୁରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଜାଣିବାକୁ ପାଇଥିଲେ। 


ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମାମଲାର ତନାଘନା ଚଳାଇବା ପରେ ଘଟଣାର ସତ୍ୟାସତ୍ୟ ବାହାରକୁ ଆସିଥିଲା। ଫଳରେ ଅଧିକାରୀ ଜଣକ କାକଟପୁର  ଥାନାରେ  ଅଭିଯୋଗ କରିଥିଲେ। ଆଉ ସେହି ଅଭିଯୋଗ ଆଧାରରେ ମା ଡାଇଗ୍ନୋସ୍ଟିକ ଲ୍ୟାବରେ ଚଢଉ କରାଯାଇଥିଲା। 


Also Read: ବିନା ଭକ୍ତରେ ଶ୍ରୀମନ୍ଦିରକୁ ମାଡିଗଲା କୋରୋନା!


ଅନ୍ୟପଟେ ଟେଷ୍ଟିଂ କୀଟ ଏଠି ପହଁଚୁଛି କେମିତି, କୋରୋନା ମେଡ଼ିସିନ ଓ ଟିକା ଦେବାପାଇଁ ମାଲିକ କାହାଠାରୁ ସାହସ ପାଇଛନ୍ତି?  ଏହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଛି।