ବିନା ଭକ୍ତରେ ଶ୍ରୀମନ୍ଦିରକୁ ମାଡିଗଲା କୋରୋନା!
Advertisement
Article Detail0/zeeodisha/odisha894966

ବିନା ଭକ୍ତରେ ଶ୍ରୀମନ୍ଦିରକୁ ମାଡିଗଲା କୋରୋନା!

ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ସତ୍ତ୍ୱେ ବି କୋରୋନାରେ ସେବାୟତ ଓ କର୍ମଚାରୀ ପ୍ରଭାବିତ ହେଉଛନ୍ତି। ଆଜି ସୁଦ୍ଧା ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କୋରନାରେ ସଂକ୍ରମିତ ହୋଇଛନ୍ତି।

ଫାଇଲ ଫଟୋ

ପୁରୀ: ମହାମାରୀ କବଳରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ। ବଡଦେଉଳକୁ ଭକ୍ତଙ୍କ ବାରଣ ସତ୍ତ୍ୱେ ବଢୁଛି ସଂକ୍ରମଣ। ଆଗକୁ ଚନ୍ଦନ ଯାତ୍ରା ସହ ଅକ୍ଷୟ ତୃତୀୟା ଆସୁଛି। ଯାହାକୁ ନେଇ ଏବେ ସମସ୍ତଙ୍କୁ ଚିନ୍ତା ଘାରିଛି।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଶ୍ରିମନ୍ଦିର (Srimandir) ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ବନ୍ଦ ସତ୍ତ୍ୱେ ବି କୋରୋନାରେ ସେବାୟତ ଓ କର୍ମଚାରୀ ପ୍ରଭାବିତ ହେଉଛନ୍ତି। ଆଜି ସୁଦ୍ଧା ଶ୍ରୀମନ୍ଦିର ସହ ଜଡିତ ୧୪୨ ଜଣ କୋରନାରେ ସଂକ୍ରମିତ ହୋଇଛନ୍ତି। ସେଥିରେ ୬୩ ସେବାୟତ ଓ ୩୩ ଜଣ ତାଙ୍କ ପରିବାର ସଦସ୍ୟ ଅଛନ୍ତି। 

Also Read: କୋରୋନା କାଳେ ମହାପ୍ରଭୁଙ୍କ ଜଳ କ୍ରୀଡା: ନରେନ୍ଦ୍ରରୁ ବାହାରିଲା ଡଙ୍ଗା, ଅକ୍ଷୟ ତୃତୀୟା ପୂର୍ବରୁ ସେବାୟତଙ୍କୁ ୨ଟି ଟିକା

ସମୁଦାୟ ୯୬ ଜଣ ସେବାୟତ (Puri Sevayat)କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଶ୍ରୀମନ୍ଦିର (Puri Jagannath Temple) କର୍ମଚାରୀଙ୍କ ସଂଖ୍ୟା ୪୬ ଛୁଇଁଲା। ତେବେ ୪୯ ଜଣ ସେବାୟତଙ୍କ ସମେତ ୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏଯାବତ ଜଣେ ସେବାୟତ ଓ ଜଣେ ଜେଟିପି କୋରୋନା (Coronavirus) ରେ ମୃତ୍ୟୁ ବରଣ କରିଛନ୍ତି।

ସେପଟେ ସେବାୟତ ଟିକାକରଣ (Corona Vaccination) ପାଇଁ ଟୋକନ ବଣ୍ଟାହୋଇଥିବା ବେଳେ ଦୋଳମଣ୍ଡପ ସାହୀରେ ନୂଆ ଭେକସିନେସନ ସେଣ୍ଟର ଖୋଲାଯାଇଛି। ଟିକାକରଣ ପାଇଁ ମୋଟ ୨୫ ହଜାର ଡୋଜ୍ ଆବଶ୍ୟକ ଅଛି।  ୧୯୯୦ ଜଣଙ୍କୁ ପ୍ରଥମ ଡୋଜ ଓ ୫୭୮ ଜଣଙ୍କୁ ଦ୍ଵିତୀୟ ଡୋଜ୍ ଟିକା ଟିକା ଦିଆଯାଇଛି। ତେବେ ଆସନ୍ତା ଚନ୍ଦନ ଯାତ୍ରା ସୁଦ୍ଧା ସମସ୍ତ ସେବାୟତଙ୍କ ଦୁଇଟି ଡୋଜ୍ ଟିକା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।