ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ
Advertisement

ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ

ଏବେ ମଦ ଦୋକାନ ନେବା ପାଇଁ ସରକାରଙ୍କ ପକ୍ଷରୁ ଲଟେରୀ ବ୍ଯବସ୍ଥା ହୋଇଛି। 

ମହଙ୍ଗା ପଡ଼ିଲା ଦାଦାବଟି ମାଗିବା; ଘରୁ ଟେକିନେଲା ପୋଲିସ

ପୁରୀ: ପୁଣି ଜେଲ ଗଲା କୁଖ୍ୟାତ ଅପରାଧି ପପୁ ବରାଳ ଓରଫ ଧିରେନ୍ଦ୍ର ନାଥ ବରାଳ। ପ୍ରାୟ ୩୪ଟି ଜଘନ୍ଯ ଅପରାଧରେ ଜଡ଼ିତ ପପୁ ବରାଳକୁ ଏଥର ମଦ ଦୋକାନ ଲଟେରୀ ଫିକ୍ସିଂ ମାମଲାରେ ବାନ୍ଧିଛି ଟାଉନ ଥାନା ପୁୋଲିସ। ମଦ ଦୋକାନ ନେବାପାଇଁ ଆବେଦନକାରୀଙ୍କୁ ହତ୍ଯା ଧମକ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଦାଦାବଟି ନେବା ଅଭିଯୋଗରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ହତ୍ଯା, ହତ୍ଯା ଧମକ, ମରଣାନ୍ତକ ଆକ୍ରମଣ, ହତ୍ଯା ଷଡଯନ୍ତ୍ର, ସଂଘବଦ୍ଧ ଆକ୍ରମଣ ଭଳି ଜଘନ୍ୟ ଅପରାଧରେ ପପୁ ବରାଳ ପୂର୍ବରୁ ୭ ଥର ଜେଲ୍ ଯାଇସାରିଛି। ନିକଟ ଅତୀତରେ ସେ ଜାମିନରେ ଆସି ଏଭଳି ଜଘନ୍ୟ ଅପରାଧରେ ଜଡିତ ଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାକୁ ନଜରରେ ରଖି ପୁରୀ ଏସପି (Puri SP) ଡକ୍ଟର କନୱର ବିଶାଲ ସିଂ (Dr. Kanwar Vishal Singh) ଏକ ସ୍ୱତନ୍ତ୍ର ଟିମ ଗଠନ କରି ତାର ଗତିବିଧି ଉପରେ ନଜର ରଖିଥିଲେ। 

Also Read: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବି ଅସୁରକ୍ଷିତ, ୨ ଦୁର୍ଦ୍ଦାନ୍ତଙ୍କୁ କାବୁ କରି ସେବାୟତ ସମ୍ମାନୀତ

ଏବେ ମଦ ଦୋକାନ ନେବା ପାଇଁ ସରକାରଙ୍କ ପକ୍ଷରୁ ଲଟେରୀ (Wine Shop Lottery) ବ୍ଯବସ୍ଥା ହୋଇଛି। ଏଥିରେ ଯେଉଁମାନେ ଆବେଦନ କରୁଥିଲେ ସେମାନଙ୍କ ତାଲିକା ଆଣି ତାକୁ ମୋଟା ଅଙ୍କର ବଟି (Extortion) ମାଗୁଥିଲା। ଠିକ ସମୟରେ ବଟି ନପହଞ୍ଚିଲେ ହତ୍ଯା ଧମକ ଦେଉଥିଲା। ଏ ବାବଦରେ ପୁରୀ ପୋଲିସର ସ୍ୱତନ୍ତ୍ର ଟିମକୁ ପ୍ରମାଣ ମିଳିବା ପରେ ବୁଧବାର ଭୋର ସମୟରେ ଧାନକୁଟି ସାହିସ୍ଥିତ ଘରୁ ପୋଲିସ ପପୁ ବରାଳକୁ ଧରିଥିଲା। 

Also Read: ପୁରୀରେ ବଟି ଆଦାୟକୁ କେନ୍ଦ୍ରକରି ବିଚ୍ ରାସ୍ତାରେ ହଣାହଣି

 

ପପୁର ସୂଚନା ଆଧାରରେ ତାର ପ୍ରମୁଖ ସହଯୋଗୀ ପିଣ୍ଟୁ ଓରଫ ହରଲିକ୍ସକୁ ପୁଲିସ ଗିରଫ କରିଛି। ହରଲିକ୍ସ ବିରୁଦ୍ଧରେ ବଳିଆପଣ୍ଡା ଥାନାରେ ଦୁଇଟି ମାମଲା ରହିଛି। ପୁରୀକୁ ଅପରାଧମୁକ୍ତ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ପ୍ରୟାସ। ବିଗତ ୨ ମାସ ମଧ୍ୟରେ ଏନେଇ ୧୪ ମାମଲା ରୁଜୁ ହେବା ସହ ୫୬ ଜଣ ତଥାକଥିତ ଦାଦା ଗିରଫ ହୋଇଥିବା ନେଇ ଜଣାଇଛନ୍ତି ଏସପି।