ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ରକୁ ବି ମାଡିଲାଣି ଧଳା ହଜରର ଚେର। ସହରର ସାହୁ କଲୋନୀରୁ ପ୍ରାୟ ଲକ୍ଷେ ଟଙ୍କାର ବ୍ରାଉନ ସୁଗର ଜବତ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସମ୍ବଲପୁର ପୋଲିସ।


COMMERCIAL BREAK
SCROLL TO CONTINUE READING

ଗତ ୭ ତାରିଖ ସକାଳେ ଟାଉନ ଥାନା (Sambalpur p/s)  ଅନ୍ତର୍ଗତ ସାହୁ କଲୋନୀରୁ ତିନି ଜଣ ଯୁବକଙ୍କୁ ପୋଲିସ ସ୍ପେସିଆଲ ସ୍କ୍ୱାର୍ଡ ଦ୍ୱାରା ଗିରଫ କରିଛି। ଅଭିଯୁକ୍ତମାନେ ବ୍ରାଉନ ସୁଗର ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଗିରଫ ଯୁବକମାନେ ମୋତିଝରଣର ଏମଡ଼ି ଆରିଫ (୩୪), ଚାରଭାଟିର ବିକାଶ ଡୁଡ଼ୁକିଆ (୨୩) ଏବଂ ପଟ୍ଟନାୟକପଡାର ବଣ୍ଟି ପ୍ରଧାନ (୨୩) ବୋଲି ପୋଲିସ ସୂଚନା ଦେଇଛି। 



Also Read: ଅଚଳ ପ୍ରାଣୀ ଚିକିତ୍ସାଳୟ ସଚଳ କେବେ ?


ଅଭିଯୁକ୍ତଙ୍କ ନିକଟରୁ ୭.୬ ଗ୍ରାମ ବ୍ରାଉନ ସୁଗର (Brown sugar) ଜବତ କରାଯାଇଛି। ବଜାରରେ ତାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଚଢଉ ବେଳେ ବ୍ରାଉନ ସୁଗର ସହ ନଗଦ ୩୭୪୦ ଟଙ୍କା, ତିନୋଟି ମୋବାଇଲ ଏବଂ ଦୁଇଟି ବାଇକ ଜବତ କରାଯାଇଛି। ଗତ ୮ ତାରିଖରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ତେବେ ସମ୍ବଲପୁର (Sambalpur) ରେ ବ୍ରାଉନ ସୁଗର ଧରାପଡିବା ଘଟଣା ପ୍ରଥମ ବୋଲି ଜଣାପଡିଛି।