ଅଚଳ ପ୍ରାଣୀ ଚିକିତ୍ସାଳୟ ସଚଳ କେବେ ?
Advertisement

ଅଚଳ ପ୍ରାଣୀ ଚିକିତ୍ସାଳୟ ସଚଳ କେବେ ?

ଯାହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁର୍ଲା ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ (Veterinary Hospital)। ଗୋଟେ ପଟେ ଗୋ-ପାଳନ ଓ ଗୃହପାଳିତ ପଶୁଙ୍କ ଲାଳନପାଳନ କରିବା ନିମନ୍ତେ ଯୋଜନା ମାନ କରିଛନ୍ତି। 

ଅଚଳ ପ୍ରାଣୀ ଚିକିତ୍ସାଳୟ ସଚଳ କେବେ ?

ଅଜୟ ନାଥ, ସମ୍ବଲପୁର: ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟନଗରୀ ବୋଲାଉଥିବା ବୁର୍ଲା ସହରରେ ସ୍ୱାସ୍ଥ୍ୟଗତ ସମସ୍ୟା ସର୍ବଦା ମୁଣ୍ଡ ଟେକି ରହିଛି। ସହରରେ ଥିବା ଏକ ମାତ୍ର ପ୍ରାଣୀ ଚିକିତ୍ସାଳୟ ମଧ୍ୟ ଏଥିରୁ ବାଦ ପଡିନି। ବୁର୍ଲା ସହରରେ ଥିବା ପ୍ରାଣୀ ଚିକିତ୍ସାଳୟ କେବଳ ନାଁକୁ ମାତ୍ର ରହିଛି ।ଝୁଲୁଛି ତାଲା ନା ଆସୁଛନ୍ତି ପଶୁ ଡାକ୍ତର,ନା ହେଉଛି ପଶୁ ଚିକିତ୍ସା।

ରାଜ୍ୟ ସରକାର (Odisha Government) ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ଅନେକ ଯୋଜନା କରିଛନ୍ତି । ହେଲେ ସାଧାରଣ ଜନତା ସରକାରଙ୍କ ଏହି ଯୋଜନା ଗୁଡିକରୁ ଅନେକ ଦୂରରେ ରହୁଛନ୍ତି । ଯାହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ବୁର୍ଲା ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ (Veterinary Hospital)। ଗୋଟେ ପଟେ ଗୋ-ପାଳନ ଓ ଗୃହପାଳିତ ପଶୁଙ୍କ ଲାଳନପାଳନ କରିବା ନିମନ୍ତେ ଯୋଜନା ମାନ କରିଛନ୍ତି। 

Also Read: ଦେଶରେ କୋରୋନା ବିସ୍ଫୋରଣ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

କିନ୍ତୁ ବୁର୍ଲା (Burla) ଠାରେ ରହିଥିବା ପଶୁପକ୍ଷୀଙ୍କ ସୁରକ୍ଷା ଓ ଚିକିତ୍ସା ନିମନ୍ତେ ଥିବା ପ୍ରାଣୀ ଚିକିତ୍ସାଳୟ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଅକାମି ହୋଇପଡିଛି। ଏହି ପଶୁ ଚିକିତ୍ସାଳୟରେ ଜଣେ ହେଲେ ଡାକ୍ତର ନଥିବା ବେଳେ ଜଣେ କର୍ମଚାରୀର ମଧ୍ୟ ଏହି ଚିକିତ୍ସାଳୟରେ ଦେଖା ନାହିଁ। ସର୍ବଦା ଏହି ଚିକିତ୍ସାଳୟରେ ଝୁଲି ରହିଥାଏ ତାଲା। ସହରରେ ଥିବା ଏକ ମାତ୍ର ପଶୁ ଚିକିତ୍ସାଳୟର ଏପରି ଅବସ୍ଥା ଦେଖି ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Also Read: ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ଏନେଇ ସମ୍ବଲପୁର (Sambalpur) ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଏହାର ସମାଧାନ ଖୁବଶୀଘ୍ର କରାଯିବ ବୋଲି କହିଛନ୍ତି। ଯେହେତୁ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କର ବଦଳି ହୋଇଯାଇଥିବା କାରଣରୁ ସେହି ସ୍ଥାନଟି ଖାଲି ପଡ଼ିଛି । ଆଉ ଜଣେ ଡାକ୍ତରଙ୍କୁ ବୁର୍ଲା ଡାକ୍ତରଖାନା ଦାୟିତ୍ୱ ଦିଆଯାଇଛି । ସେ ନିଜ ସ୍ଥାନର କାର୍ଯ୍ୟ ଏବଂ ବୁର୍ଲାର ଦାୟିତ୍ବ ତୁଲାଉଥିବାରୁ ଟିକେ ଅସୁବିଧା ହେଉଛି । ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଯାଇଥିବା ବେଳେ ଶୀଘ୍ର ସମସ୍ୟା ର ସମାଧାନ ହେବ ବୋଲି କହିଛନ୍ତି ସମ୍ବଲପୁର ସିଡିଭିଓ (Sambalpur CDVO) । ବୁର୍ଲା ପ୍ରାଣୀ ଚିକିତ୍ସାଳୟ ର ଡାକ୍ତର ସମସ୍ୟା ର ସମାଧାନ ଖୁବଶୀଘ୍ର କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି।