ଅଜୟ ନାଥ, ସମ୍ବଲପୁର: ନିଆରା ବିବାହ। ବିବାହ ବନ୍ଧନରେ ବାନ୍ଧି ହେଲେ ଦିବ୍ୟାଙ୍ଗ। ସୋସିଆଲ ମିଡିଆ ବ୍ୟବହାରକୁ ନେଇ ନାନା ବାଦ ବିବାଦ ଲାଗି ରହିଥିବା ବେଳେ  ଏହି ସୋସିଆଲ ମିଡିଆ ପାଇଁ ୨ ଦିବ୍ୟାଙ୍ଗ ଜନ୍ମ ଜନ୍ମର ସାଥି ହୋଇ ପାରିଛନ୍ତି । ଏପରିକି ୨ ଦିବ୍ୟାଙ୍ଗଙ୍କ ଆଦର୍ଶ ବିବାହ ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ବେଳେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିବାହରେ ସାମିଲ ହୋଇ ଦିବ୍ୟାଙ୍ଗ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଫେସବୁକ (Facebook) ରୁ ଚିହ୍ନା ପରିଚୟ ପରେ ହ୍ବାଟସଆପ (WhtsApp) ରେ ଚାଟିଂ, ଚାଟିଂ ରୁ କଥା ପହଞ୍ଚିଲା ପ୍ରେମ ନିକଟରେ । ଆଉ ତାହା ଶୁଭ ବିବାହର ସୁଖଦ ଅନୁଭୂତିରେ ଶେଷ ହୋଇଛି । ଦିବ୍ୟାଙ୍ଗ ଲକ୍ଷ୍ମୀ ଓ ମହାବୀରଙ୍କ ଅକୁହା ପ୍ରେମ କାହାଣୀର କଥା ଯାହା ଫେସବୁକରୁ ଆରମ୍ଭ ହୋଇ ବିବାହ ବେଦୀରେ ଶୁଭ ବିବାହରେ ପରିସମାପ୍ତି ହୋଇଛି । ସମ୍ବଲପୁର ଚିପିଲିମା ଅଞ୍ଚଳର ଆଦିକନ୍ଦ ତ୍ରିପାଠୀ ଏବଂ କ୍ଷୀରୋଦିନୀଙ୍କ ମଧ୍ୟମ କନ୍ୟା ହେଉଛନ୍ତି ଲକ୍ଷ୍ମୀ, ଯିଏ କି ପିଲାଟି ଦିନରୁ ନା କଥା ହୋଇପାରନ୍ତି ନା କିଛି ଶୁଣିପାରନ୍ତି । ସେପଟେ ମାଆ ବାପା ଉଭୟ ବୃଦ୍ଧାବସ୍ଥା ମଧ୍ୟରେ କିପରି ମଝିଆ ଝିଅର ବାହାଘର କରିବେ ସେନେଇ ଚିନ୍ତାରେ ଥିଲେ ।


Also Read: ଦେଶର ପରିବହନ ବ୍ୟବସ୍ଥାକୁ ଅଚଳ କରିବ Cyber Attack, ସତର୍କ ରହିବାକୁ NHAI ର ନିର୍ଦ୍ଦେଶ


ଏ ମଧ୍ୟରେ ଯୋଗ ସୂତ୍ରରୁ ଲକ୍ଷ୍ମୀ ନିଜେ ହିଁ ତାଙ୍କର କୌଣସି ଜଣେ ସୁନ୍ଦରଗଡ଼ (Sundergarh) ର ସହପାଠୀ ମାଧ୍ୟମରେ ନିଜର ମନର ମଣିଷ କୁ ଖୋଜି ବାହାର କରିଛନ୍ତି । ପ୍ରଥମେ ଫେସବୁକ ଓ ପରେ ହ୍ବାଟସଆପ୍ ମାଧ୍ୟମରେ ସେ ନିଜର ମନର ମଣିଷ ସାଥୀ ଖୋଜି ବାହାର କରିଛନ୍ତି । ତାଙ୍କର ମନର ମଣିଷ ମହାବୀର, ଯିଏ ଝାଡ଼ଖଣ୍ଡର ଗୋବିନ୍ଦପୁର ଲୋଟା ପାହାଡ଼ ଗାଁର ସ୍ବର୍ଗତଃ ଦୁଖିରାମ ଶୁକ୍ଳା ଓ ପତ୍ନୀ ସାବିତ୍ରୀ ଶୁକ୍ଳାଙ୍କ କନିଷ୍ଠ ପୁତ୍ର ଅଟନ୍ତି । ସେ ମଧ୍ୟ ଜନ୍ମରୁ ମୁକ ଓ ବଧିର ଅଟନ୍ତି । ମହାବୀର ମଧ୍ୟ ନିଜେ ଜଣେ ସଫଳ ବ୍ୟବସାୟୀ ଅଟନ୍ତି।


Also Read:  ଖସିଲା ସୁନା ଦର, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍


ଲକ୍ଷ୍ମୀଙ୍କ ପରିବାର ବିବାହ ପାଇଁ ସହମତି ପ୍ରକାଶ କରିବା ସହ ଲକ୍ଷ୍ମୀ ଓ ମହାବୀରଙ୍କ ବିବାହ ସମ୍ବଲପୁର ଭତ୍ରା ଶଙ୍କର ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଭତ୍ରା ଶଙ୍କର ମଠ ଠାରେ ଅନୁଷ୍ଠିତ ବିବାହରେ ଉଭୟ କନ୍ୟା ଓ ବର ପକ୍ଷର ଲୋକେ ସାମିଲ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଭଳି ଆଦର୍ଶ ବିବାହ ସମ୍ବଲପୁର (Sambalpur) ଜିଲ୍ଲାରେ ପ୍ରଥମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


Edited: Zee Odisha Desk