ଗଜପତି: ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ନରହରିପୁର ନିକଟ ନିର୍ମାଣଧିନ କୋଠା ପରିସରରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ୍ୟୁର କାରଣ ଅସ୍ପଷ୍ଟ। ପାରିପାଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ମୃତଦେହ ଜବତ କରି ପୋଲିସ ଆରମ୍ଭ କଲା ତଦନ୍ତ।


COMMERCIAL BREAK
SCROLL TO CONTINUE READING

ଆଜି ସକାଳେ ନରହରିପୁର ନିକଟ ନିର୍ମାଣଧିନ ଫାର୍ମ ହାଉସ (Farm House) ବାରଣ୍ଡାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧର ହୋଇଥିଲା। ମୃତକ ଗୁମ୍ମା ବ୍ଳକ ଅନ୍ତର୍ଗତ ତୁମ୍ବୁଳ ଗ୍ରାମର ଅମ୍ବିକା ବୋଲି ଜଣା ପଡ଼ିଛି। ସେ ତାଙ୍କର ପ୍ରଥମ ସ୍ୱାମୀ ଠାରୁ ଅଲଗା ହୋଇ କିଛି ମାସ ଅନ୍ୟ କିଛି ଲୋକଙ୍କ ସହ ପାରଳାଖେମୁଣ୍ଡିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।  କିନ୍ତୁ ହଠାତ ଆଜି ସକାଳୁ ତାଙ୍କର କ୍ଷତ ବିକ୍ଷତ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା।


Also Read: ଟିକା ପାଇଁ କସରତ; ଗଜପତିରେ ଘର, ବ୍ରହ୍ମପୁରରେ ପଞ୍ଜିକରଣ


ଫାର୍ମ ହାଉସର ଦାୟୀତ୍ୱରେ ଥିବା କର୍ମଚାରୀ ଠାରୁ ଖବର ପାଇ ପାରଳାଖେମୁଣ୍ଡି (Paralakhemundi) ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଏହା ସୁଚିନ୍ତିତ ହତ୍ୟାକାଣ୍ଡ (Murder) ବୋଲି ପୋଲିସ କହୁଥିବା ବେଳେ ପୋଲିସର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଘଟଣାର ଛାନଭିନ କରିଛନ୍ତି। ଅଧିକ ତଦନ୍ତ ପାଇଁ ପୋଲିସ ସାଇଣ୍ଟିଫିକ୍ ଟିମର ସହାୟତା ଲୋଡାଯାଇଥିବା ଏଏସ୍ପି ବିଡି ସିଂହ କହିଛନ୍ତି।  


ସେପଟେ ଅମ୍ବିକାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ପୋଲିସ ବିଭିନ୍ନ ଦିଗକୁ ନେଇ ହତ୍ୟାର କାରଣ ଖୋଜୁଛି।  ବିଳମ୍ବିତ ରାତ୍ରିରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିନ୍ତୁ ମହିଳା ଜଣକ କାହିଁକି ଏବଂ କାହାର ସହିତ ବିଳମ୍ବିତ ରାତ୍ରିରେ ନିଛାଟିଆ ସ୍ଥାନକୁ ଯାଇଥିଲେ ତାହା ଜାଣିବା ପୋଲିସ (Gajapati Police) ପାଇଁ ଚାଲେଞ୍ଜ ସୃଷ୍ଟି କରୁଛି।