ସରୋଜ ବେହେରା,ଭୁବନେଶ୍ବର: ଭୁବନେଶ୍ବର ଦାସପୁର ମୁଣ୍ଡ କଟା ମହିଳାଙ୍କୁ ହତ୍ୟା ଘଟଣାରେ ନୟାନ୍ତ ହୋଇପଡିଥିବା କମିଶନରେଟ ପୋଲିସ ଶେଷରେ ପୋଷ୍ଟର ମାରି ପରିଚୟ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛି। ବିଭିନ୍ନ ଥାନା ଅଞ୍ଚଳରେ ମହିଳା ପିନ୍ଧିଥିବା ପୋଷାକ, ଟାଟୁ ଆଦିର ଫଟୋ ମାରି ପରିଚୟ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛି। ସେପଟେ ବିଶ୍ବସ୍ତ ସୁତ୍ରରୁ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟା ବେଳକୁ ସେ ଗର୍ଭବତୀ ଥିବା ଜଣାପଡିଛି। ପୋଲିସ ନିକଟକୁ ପୋଷ୍ଟମର୍ଟମ ରିପୋର୍ଟ ଆସି ନଥିବା ବେଳେ ରି ଭେରିଫିକେଶନ ଅର୍ଥାତ ପୁନର୍ବାର ଯାଞ୍ଚ କରିବା ପାଇଁ ଏମ୍ସରେ ପୁଣି ଥରେ ପୋଷ୍ଟମର୍ଟମ କରିବାକୁ ଯୋଜନା କରିଛି।


COMMERCIAL BREAK
SCROLL TO CONTINUE READING

କିଭଳି ହେଲା ହତ୍ୟା? କିଏ ସେ ହତ୍ୟାକାରୀ? କିଏ ଏହି ମହିଳା? ହତ୍ୟା ପଛରେ ଅବୈଧ ପ୍ରେମ ସମ୍ପର୍କ ନାହିଁ ତ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ କମିଶନରେଟ ପୋଲିସ ମୁଣ୍ଡରେ ଘୁରି ବୁଲୁଛି। ମୁଣ୍ଡ ନଥିବା ମହିଳାଙ୍କ ପରିଚୟ ମିଳି ପାରିନଥିବା ବେଳେ ପୋଷ୍ଟର ମାରି ମହିଳାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛି ପୋଲିସ। ଛକ ଛକ ରାସ୍ତା ଘାଟରେ ପୋଷ୍ଟର ମାରି ମହିଳାଙ୍କ ପରିଚୟ ବାବଦରେ ଜାଣିବାକୁ ପ୍ରୟାସ ଜାରି ରଖିଛି ପୋଲିସ।


Also Read: ଘାଣ୍ଟିଚକଟି ହେଉଛି ପୋଲିସ: ହାତ ପାହାନ୍ତାରେ କଟାମୁଣ୍ଡ ଶବର ଆତତାୟୀ !


ଗତକାଲି ଭାରତ ବାୟୋଟେକ କ୍ୟାମ୍ପସରେ ଛାନଭିନ କରିବା ପରେ ସେଭଳି କୌଣସି ସୁରାକ ପୋଲିସ ହାତରେ ଲାଗିନାହିଁ। ଏଭଳି ପରିସ୍ଥିତିରେ ହତ୍ୟାକାରୀ ପାଖରେ ପହଞ୍ଚିବା ପୋଲିସ ପାଉଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତଥାପି ପୋଲିସ ମହିଳାଙ୍କ ପରିଚୟ ତଥା ହତ୍ୟାକାରୀର ପରିଚୟ ପାଇବା ପାଇଁ ଆଶାବାଦୀ ରହିଛି। ଏଥପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସିସିଟିଭି (CCTV), ଟାୱାର ଟ୍ରାକିଂ ସିଷ୍ଟମ (Tower Tracking System) ଉପରେ ନଜର ରଖିଛି।    


Also Read:  ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ


ସେପଟେ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରାଯାଉଛି। ହେଲେ ରିପୋର୍ଟ ଯାହା ଆସିଛି ତାହା ପୋଲିସ ପାଇଁ ଆହୁରି ସମସ୍ୟା ବଢାଇପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ପୋଲିସକୁ ଏଯାବତ ପୋଷ୍ଟ ମର୍ଟମ ରିପୋର୍ଟ ମିଳି ନାହିଁ ହେଲେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଗଳା କଟା ଯାଇଥିବା ବିଶ୍ବସ୍ତସୂତ୍ରରୁ ଜଣାପଡିଛି। କେବଳ ସେତିକି ନୁହେଁ ମୃତ୍ୟୁ ବେଳକୁ ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି।


Also Read: ରାଜଧାନୀରେ ଚାଞ୍ଚଲ୍ୟ, ମୁଣ୍ଡ ବିହୀନ ଶବ ଜବତ


ଏଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ପରେ ପୁଣି ଥରେ ମହିଳାଙ୍କ ପୋଷ୍ଟ ମର୍ଟମ କରିବା ପାଇଁ ଉଦ୍ଧାର ହୋଇଥିବା ମୁଣ୍ଡିବିହୀନ ଶବକୁ ଏମସ୍ ପଠାଯାଇଛି। ଏଭଳି ଏକ ସ୍ପର୍ଶକାତର ଘଟଣାରେ ପୋଲିସର ସୁରକ୍ଷା ବ୍ୟବସ୍ଥା ତଥା ପୋଲିସର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି। 'ଦି ମୋଷ୍ଟ ପାୱାରଫୁଲ କମିଶନରେଟ ପୋଲିସ' (The Most Powerful Commissionerate of Police) ଏବେ ନିଜ ମାନ ରଖିବା ପାଇଁ କେତେ ଶୀଘ୍ର ମାମଲାର ସମାଧାନ କରିପାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।