ହତ୍ୟାକାରୀ ଘଟଣାସ୍ଥଳ ନିକଟରେ ଥିବା ଭାରତ ବାୟୋଟେକ ପାର୍କର କୌଣସି ଶ୍ରମିକ ହୋଇଥିବା ସନ୍ଦେହ କରିଛି ପୋଲିସ । ସେଥିପାଇଁ ଭାରତ ବାୟୋଟେକ୍ ପାର୍କକୁ ଯାଇ ପ୍ରତ୍ୟେକ ଶ୍ରମିକଙ୍କ ରହିବା ସ୍ଥାନ ଯାଞ୍ଚ କରିଛି ପୋଲିସ।
Trending Photos
ସରୋଜ କୁମାର ବେହେରା, ଭୁବନେଶ୍ବର: ଉପକଣ୍ଠ ଦାସପୁରରେ ମିଳିଥିବା ମୁଣ୍ଡବିହୀନ ମୃତଦେହର ପରିଚୟ ଖୋଜୁଛି ପୋଲିସ । ତା ସହ ଖୋଜୁଛି ଗାଏବ ହୋଇଥିବା କଟାମୁଣ୍ଡ। ପ୍ରାୟ ୩ କିଲୋମିଟର ଅଞ୍ଚଳର ସମସ୍ତ କୋଣ ଅନୁକୋଣ ଛାନଭିନ୍ କଲା ପରେ ବି ମିଳୁନି ସୁରାକ୍ । ହତ୍ୟାକାରୀ ଘଟଣାସ୍ଥଳ ନିକଟରେ ଥିବା ଭାରତ ବାୟୋଟେକ ପାର୍କର କୌଣସି ଶ୍ରମିକ ହୋଇଥିବା ସନ୍ଦେହ କରିଛି ପୋଲିସ । ସେଥିପାଇଁ ଭାରତ ବାୟୋଟେକ୍ ପାର୍କକୁ ଯାଇ ପ୍ରତ୍ୟେକ ଶ୍ରମିକଙ୍କ ରହିବା ସ୍ଥାନ ଯାଞ୍ଚ କରିଛି ପୋଲିସ ।
ସେଠାରୁ ପୋଲିସ ଗୋଟିଏ ଛୁରୀ ଜବତ କରିଛି। ତେବେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଛୁରୀ ସହ ଜବତ ଛୁରୀ (Knife) ର କୌଣସି ସାମଞ୍ଜସ୍ୟ ଅଛି କି ନାହିଁ ତା'ର ଯାଞ୍ଚ କରାଯାଉଛି। ହତ୍ୟାକାରୀ ପାଣି ଟାଙ୍କି ନିକଟକୁ ଆସି ହାତ ଧୋଇଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ମଧ୍ୟ ସେ ନେଇ ପୋଲିସ (Police) କୁ ଆଭାସ ଦେଇସାରିଛି ।
Also Read: କୋରୋନା ଟିକା ନନେଲେ ଦରମା କାଟ୍ !
ମହିଳାଙ୍କ ପୋଷ୍ଟର ଜାରି କରି ପରିଚୟ ଖୋଜିବା ସହ ଏଥିସହ ହତ୍ୟାକାଣ୍ଡ କିଭଳି ଘଟିଛି ଜାଣିବା ପାଇଁ ବରିଷ୍ଠ ଫରେନସିକ ଏକ୍ସପର୍ଟ (Forensic Expert) ଏବଂ ଡାକ୍ତରଙ୍କ ସହ ଆଲୋଚନା ଜାରି ରଖିଛି କମିଶନରେଟ୍ ପୋଲିସ ।
Also Read: ଆସନ୍ତାକାଲିଠୁ ବାବୁଙ୍କ ପାଳି, କେବେ ନେବେ ନେତା-ମନ୍ତ୍ରୀ?
ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିବା ନିହାତି ଆବଶ୍ୟକ । ତାଙ୍କ ପୋଷାକରୁ ସେ ଓଡ଼ିଶା (Odisha) ବାହାରର ଏବଂ ଭୁବନେଶ୍ୱର (Bhubaneswar) ରେ ରହୁଥିବା ସନ୍ଦେହ କରାଯାଉଛି । ଏ ସମସ୍ତ ପ୍ରଶ୍ନ ମଧ୍ୟରେ ପୋଲିସ ତଦନ୍ତ ଦିଗହରା । ଫିଙ୍ଗର ପ୍ରିଣ୍ଟ ଜରିଆରେ ପରିଚୟ ଜାଣିବା ସୁବିଧା ଥିଲେ ମଧ୍ୟ ଏହା କମିଶନରେଟ୍ ପୋଲିସ (Commissionerate Police) ନିକଟରେ ଉପଲବ୍ଧ ନୁହେଁ। ଏ ଘଟଣାରେ ଅପରାଧୀ ପୋଲିସକୁ ଚକମା ଦେବାରେ ସଫଳ ହୋଇଛନ୍ତି ।
Edited: Zee Odisha Desk