ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ
Advertisement

ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ

ମୁଣ୍ଡବିହୀନ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଯେଉଁଥିରେ ହତ୍ୟାକାଣ୍ଡର ଅନେକ ଗୁମର ଲୁଚି ରହିଛି। ଯାହା ପୋଲିସକୁ ତଦନ୍ତ କରିବାରେ ସହାୟକ ହେବ।

ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ବର: ଉପକଣ୍ଠ ଦାସପୁରରୁ ମୁଣ୍ଡବିହୀନ ମୃତଦେହ ମିଳିବାର ୨ ଦିନ ପରେ ବି ମିଳିନି ମହିଳାଙ୍କ ପରିଚୟ। ଏବେ ବି ପୋଲିସ ସେହି ଗାଏବ ମୁଣ୍ଡକୁ ଖୋଜୁଛି। ସେପଟେ ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଯେଉଁଥିରେ ହତ୍ୟାକାଣ୍ଡର ଅନେକ ଗୁମର ଲୁଚି ରହିଛି। ଯାହା ପୋଲିସକୁ ତଦନ୍ତ କରିବାରେ ସହାୟକ ହେବ।

ପୋଷ୍ଟମର୍ଟ ରିପୋର୍ଟ ଅନୁସାରେ ମହିଳାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା (Murder) କରାଯାଇଥିଲା। ପରେ କୌଣସି ଧାରୁଆ ଅସ୍ତ୍ରରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରାଯାଇଛି। ତେବେ ମୃତ ମହିଳା ଜଣକ ଗର୍ଭବତୀ ଥିଲେ ବୋଲି ଶବବ୍ୟବଚ୍ଛେଦ ରିପୋର୍ଟ କହୁଛି। ସେହିପରି ମହିଳା (Beheaded body)ଙ୍କ ବୟସ ୩୦ରୁ ୩୫ ବର୍ଷ ଓ ଉଚ୍ଚତା ୫ ଫୁଟ ୩ ଇଞ୍ଚ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ତେବେ  ରି -ପୋଷ୍ଟମର୍ଟମ ପାଇଁ ସାମ୍ପୁଲ AIIMSକୁ ପଠାଯାଇଛି।

Also Read:  ଘାଣ୍ଟିଚକଟି ହେଉଛି ପୋଲିସ: ହାତ ପାହାନ୍ତାରେ କଟାମୁଣ୍ଡ ଶବର ଆତତାୟୀ !

ସେପଟେ କମିଶନରେଟ ପୋଲିସ (Commissionerate Police) ମୃତ ମହିଳାଙ୍କ ପରିଚୟ ଖୋଜିବାରୁ ପୋଷ୍ଟର ମାରିଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମହିଳାଙ୍କ ଚିହ୍ନଟ ପାଇଁ ସବିଶେଷ ତଥ୍ୟ ଦେଇଛି। ପୋଷ୍ଟମର୍ଟମର ରିପୋର୍ଟ (Autopsy Report) କୁ ଅନୁଧ୍ୟାନ କଲେ ହତ୍ୟାକାରୀ ଓ ମୃତକ ପରିଚିତ ଥିଲେ। ଅନୈତିକ ସମ୍ପର୍କ (Extramarital affair) କିମ୍ୱା ପ୍ରେମବ୍ୟାପାରରୁ ବି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ପୋଲିସ ବରିଷ୍ଠ ଫରେନସିକ ଏକ୍ସପର୍ଟ (Forensic Expert) ଏବଂ ଡାକ୍ତରଙ୍କ ସହ ଆଲୋଚନା କରି ମାମଲାର ତନାଘନା କରୁଛି।

ସୂଚନାଯୋଗ୍ୟ, ୨ ଦିନ ତଳେ ରାଜଧାନୀ ଭୁବନେଶ୍ୱର (Bhubaneswar) ଉପକଣ୍ଠ ଦାସପୁରର ରାସ୍ତାକଡରୁ ମୁଣ୍ଡବିହୀନ ମୃତଦେହ ଜବତ କରାଯାଇଥିଲା। ଘଟଣା ସ୍ଥଳରୁ ଏକ ଛୁରି ମଧ୍ୟ ମିଳିଛି। ପାଖରେ କୌଣସି ପରିଚୟ ପତ୍ର ନଥିବାରୁ ମୃତ ମହିଳାଙ୍କ ସଠିକ ପରିଚୟ ମିଳିପାରି ନାହିଁ। ତେବେ ମୃତକଙ୍କ ପୋଷାକରୁ ସେ ଅଣଓଡିଆ ହୋଇଥିବା ଅନୁମାନ କରାଯାଉଛି। ମହିଳାଙ୍କ ଶରୀରରେ ପରିଚୟ ପାଇଁ ହାତରେ କେବଳ ଗୋଟିଏ ଟାଟୁ ଅଛି।