ଲଣ୍ଡନ: କୁହାଯାଏ, ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ। ଏହି ପେଶାଧାରୀଙ୍କୁ ପୃଥିବୀର ପ୍ରାୟତଃ ସମସ୍ତ ମଣିଷ ସମ୍ମାନ ଜଣାନ୍ତି। କିନ୍ତୁ କିଛି ହାତ ଗଣିତି ଡାକ୍ତରଙ୍କ ପାଇଁ ପୁରା ସମାଜ ବଦନାମ ହେଉଛି। ଚିକିତ୍ସା ବାହାନାରେ ୪୮ ଜଣ ମହିଳା ରୋଗୀଙ୍କୁ ଯୌନ ଉତ୍ପୀଡନର ଶିକାର କରିଥିବା ଭାରତୀୟ ବଂଶୋଦ୍ଭବ ଡାକ୍ତର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତମାସରେ ସ୍କଟଲାଣ୍ଡ କୋର୍ଟ ରାୟ ଶୁଣାଇବେ।


COMMERCIAL BREAK
SCROLL TO CONTINUE READING

ସ୍କଟଲାଣ୍ଡରେ ପ୍ରାକ୍ଟିସ କରୁଥିବା ଜଣେ ଡାକ୍ତର ଯୌନ ଉତ୍ପୀଡନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏକାଧିକ ସାକ୍ଷୀ ଓ ପ୍ରମାଣ ଆଧାରରେ ଗୁରୁବାର ସ୍କଟଲାଣ୍ଡର ଗ୍ଲାସଗୋ ହାଇକୋର୍ଟ, ଡାକ୍ତର କୃଷ୍ଣା ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡାକ୍ତର କୃଷ୍ଣା ସିଂହ ଚିକିତ୍ସା ବାହାନାରେ ମହିଳା ରୋଗୀଙ୍କ ସହ ଅସଦାଚରଣ କରୁଥିଲେ। ସେ ମହିଳାଙ୍କୁ ଚୁମ୍ବନ ଦେବା, ସମ୍ବେଦନଶୀଳ ଅଙ୍ଗ ଛୁଇଁବା, ଅନାବଶ୍ୟକ ଯାଞ୍ଚ କରିବା ଓ ଅଶ୍ଳୀଳ କଥା କହୁଥିବାର ପ୍ରମାଣ ମିଳିଛି।


Also Read: କୋହଳ ହେଲା କର୍ଫ୍ୟୁ, ୪୪ ଏତଲାରେ ୧୪୮ ଗିରଫ


 


ଦୋଷୀ ଡାକ୍ତର ୭୨ ବର୍ଷିୟ କୃଷ୍ଣା ସିଂହ ଜଣେ ଭାରତୀୟ ବଂଶୋଦ୍ଭବ। ସେ ଗତ ୩୫ ବର୍ଷରେ ୪୮ ଜଣ ମହିଳାଙ୍କୁ ଯୌନ ଉତ୍ପୀଡନର ଶିକାର କରିଥିଲେ। କୋର୍ଟରେ ଶୁଣାଣୀ ବେଳେ କୃଷ୍ଣା ନିଜ ଉପରେ ଲାଗିଥିବା ଅଭିଯୋଗକୁ ଅସ୍ୱିକାର କରିଛନ୍ତି। ଡାକ୍ତର କହିଛନ୍ତି ଯେ, ସେ ଯେଉଁ ପଦ୍ଧତିରେ ଚିକିତ୍ସା କରୁଥିଲେ ସେଗୁଡିକ ଭାରତରେ ଟ୍ରେନିଂ ସମୟରେ ଶିକ୍ଷା ଦିଆଯାଇଥିଲା। ଡାକ୍ତର କୃଷ୍ଣାଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି। କିନ୍ତୁ ଆସନ୍ତା ମାସରେ ତାଙ୍କ ଦଣ୍ଡର ରାୟ ପ୍ରକାଶ ପାଇବ।