କୋହଳ ହେଲା କର୍ଫ୍ୟୁ, ୪୪ ଏତଲାରେ ୧୪୮ ଗିରଫ
Advertisement
Article Detail0/zeeodisha/odisha1153107

କୋହଳ ହେଲା କର୍ଫ୍ୟୁ, ୪୪ ଏତଲାରେ ୧୪୮ ଗିରଫ

ରାମ ନବମୀରେ ହୋଇଥିବା ହିଂସା ପରେ ଖାରଗୋନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କର୍ଫ୍ୟୁ କଟକଣା କୋହଳ କରାଯାଇଛି।

ଡିଜାଇନ୍ ଫଟୋ

ଭୋପାଲ: ରାମ ନବମୀ ଦିନ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ଡ ଘଟିଛି। ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ହିଂସାକାଣ୍ଡ ଘଟିବା ପରେ ସେଠାରେ କର୍ଫ୍ୟୁ ଲଗାଯାଇଛି। ଏବେ ଏହି କର୍ଫ୍ୟୁକୁ ଜିଲ୍ଲା ପ୍ରଶାସନ ସାମାନ୍ୟ କୋହଳ କରିଛନ୍ତି। ବିଶେଷ କରି ମହିଳାମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟରେ ବାହାରକୁ ବାହାରିବା ପାଇଁ ଅନୁମଦତି ଦିଆଯାଇଛି। 

ରାମ ନବମୀରେ ହୋଇଥିବା ହିଂସା ପରେ ଖାରଗୋନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ବର୍ତ୍ତମାନ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କର୍ଫ୍ୟୁ କଟକଣା କୋହଳ କରାଯାଇଛି। ଜିଲ୍ଲାପାଳ ଅନୁଗ୍ରାହା ପି କହିଛନ୍ତି ଯେ, କେବଳ ମହିଳାମାନଙ୍କ ପାଇଁ ସକାଳ ୧୦ରୁ ୧୨ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା କୋର୍ଫ୍ୟୁ କୋହଳ ହୋଇଛି। ଏହି ସମୟରେ କେବଳ ରାସନ, କ୍ଷୀର, ଔଷଧ ଓ ପନିପରିବା ଦୋକାନ ଖୋଲା ରହିବ। ଯାନବାହନ ଚଳାଚଳ ଉପରେ ଏବେ ବି କଟକଣା ଅଛି।

Also Read: ହତ୍ୟା ଅଭିଯୁକ୍ତ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ!

 

ସେପଟେ ଖାରଗୋନର ଆନନ୍ଦ ନଗରରେ  କିଛି ଲୋକ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ତେବେ ପଥର ଫିଙ୍ଗା ଅଭିଯୋଗ ମିଥ୍ୟା, ସେଭଳି କୌଣସି ଘଟଣା ଘଟିନାହିଁ ବୋଲି ଅତିରିକ୍ତ ଡିସିପି ଅଙ୍କିତ ଜୈସୱାଲ କହିଛନ୍ତି। ଖାରଗୋନ ହିସାଂକାଣ୍ଡରେ ୪୪ଟି ମାମଲା ରୁଜୁ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୪୮ ଜଣକୁ ଗିରଫ କରାଯାଇଛି। ଭିଡିଓ ଫୁଟେଜ ଯାଞ୍ଚ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ, ରାମ ନବମୀ ଅବସରରେ ଖାରଗୋନରେ ଏକ ବିଶାଳ ଶୋଭାଯାତ୍ର ଆୟୋଜନ କରାଯାଇଥିଲା। କିନ୍ତୁ କିଛି ଲୋକ ଭିଡ ଉପରେ ପଥର ମାଡ କରିଥିବା ନେଇ ତଲାବ ଛକ ନିକଟରେ ହିଂସାକାଣ୍ଡ ଘଟିଥିଲା। ହିଂସାକାଣ୍ଡରେ ଶତାଧିକ ଲୋକ ଆହତ ହୋଇଥିଲେ। ୧୦ରୁ ଊର୍ଦ୍ଧ୍ୱ ଘର, ଦୋକାନ ଓ ଗାଡିକୁ ଦୁର୍ବୃତମାନେ ଦାଳି ଦେଇଥିଲେ।