ଯାଜପୁର: ପାଣିକୋଇଲି ଥାନା ରଣପାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶ୍ବଶୁରଙ୍କୁ ଟାଙ୍ଗିଆରେ ହାଣି ବୋହୂ ହତ୍ୟା କରିଛି। ହତ୍ୟାକଣ୍ଡ ପରେ ଅଭିଯୁକ୍ତ ବୋହୂ ଫୋରାର ଥିବା ବେଳେ ପୋଲିସ ତନାଘନା କରୁଛି।


COMMERCIAL BREAK
SCROLL TO CONTINUE READING

ସୂଚନା ପ୍ରକାରେ, ସୋମବାର କୌଣସି କଥାକୁ ନେଇ ରଣପାଳ ଗ୍ରାମର ରୂପା ହାତୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ଶ୍ୱଶୁର ପବନା ହାତୀଙ୍କ ସହ ମଧ୍ୟ ରୂପାଙ୍କ ପାଟିତୁଣ୍ଡ ହେଲା। ପରେ ଉତ୍ୟକ୍ତ ହୋଇ ରୂପା ବିଳମ୍ବିତ ରାତିରେ ଶ୍ୱଶୁରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।


Also Read: ରାତ୍ରି ଜଗୁଆଳିଙ୍କୁ ମାଡ଼ ମାରି ପମ୍ପ ହାଉସ୍ ଲୁଟିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ


ପାରିବାରିକ କଳହରୁ ଆକ୍ରମଣର ଶିକାର ହୋଇଥିବା ପବନା ହାତୀଙ୍କ ମୃତ୍ୟୁ ହୋଇଛି। ଏହି ହତ୍ୟାକାଣ୍ଡ ପରେ ରୂପା ଫେରାର ହୋଇଯାଇଛନ୍ତି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।