ରାତ୍ରି ଜଗୁଆଳିଙ୍କୁ ମାଡ଼ ମାରି ପମ୍ପ ହାଉସ୍ ଲୁଟିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ
Advertisement
Article Detail0/zeeodisha/odisha966959

ରାତ୍ରି ଜଗୁଆଳିଙ୍କୁ ମାଡ଼ ମାରି ପମ୍ପ ହାଉସ୍ ଲୁଟିଲେ ୨୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ

କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଲୁଟିନେଇଥିବା ଜଣାପଡିଛି। 

ଡିଜାଇନ ଫଟୋ

ଢେଙ୍କାନାଳ: କାମାକ୍ଷାନଗରରେ ବୃଦ୍ଧି ପାଉଛି ଲୁଟେରାଙ୍କ ଦୌରାତ୍ମ୍ୟ। ସୋମବାର ବିଳମ୍ବିତ ରାତିରେ ରେକୁଳା ପମ୍ପ ହାଉସରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ୨୦ରୁ ଅଧିକ ଦୁର୍ବୃତ୍ତ ରାତ୍ରି ଜଗୁଆଳିଙ୍କୁ ମାଡ ମାରି ପ୍ରାୟ ୩ ଲକ୍ଷ ଟଙ୍କାର ପାଇପ, ମୋବାଇଲ ଓ ସୁନା ଚେନ ଲୁଟିନେଇଛନ୍ତି। 

କାମାକ୍ଷାନଗର ସହରକୁ ପିଏଚଡି ତରଫରୁ ନୂତନ ପାଣି ପାଇପ ସଂଯୋଗ ପାଇଁ ରଖାଯାଇଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଲୁଟିନେଇଥିବା ଜଣାପଡିଛି। ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ପାଇପ ଲୁଟ ହୋଇଥିବା ରାତ୍ରି ଜଗୁଆଳି କହିଛନ୍ତି। ଏନେଇ ଥାନାରେ ଏତଲା ଦିଆଯାଇଛି। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ଦୁର୍ନୀତି ବଖାଣୁଛି ଆବାସ ଯୋଜନାର ଫଳକ

ଅଭିଯୋଗ ଅନୁସାରେ ରାତି ପ୍ରାୟ ୧ଟା ବେଳକୁ ୨୦ରୁ ଅଧିକ ଲୁଟେରା ଆସି ପମ୍ପ ହାଉସରେ ଥିବା ପମ୍ପ ଡ୍ରାଇଭର ଶ୍ରୀଧର ବେହେରା ଓ ପ୍ରଦୀପ୍ତ ବେହେରାଙ୍କୁ ହାତ ଗୋଡ ବାନ୍ଧିବା ସହିତ ମାଡ ମାରିଥିଲେ। ଏହା ପରେ ସେଠାରେ ରଖା ଯାଇଥିବା ପାଇପକୁ ଗାଡିରେ ନେଇ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।