Train fire incident News In Odia: କିଛିଦିନ ତଳେ ଏମିତି ଏକ ଘଟଣା ଘଟିଥିଲା ଯାହା ସାରା ଭାରତକୁ ଦୋହଲାଇ ଦେଇଥିଲା। କେରଳ କୋଝିକୋଡରେ ଏକ ଭୟଙ୍କର ଘଟଣା ଘଟିଥିଲା। କୋଝିକୋଡ ଟ୍ରେନ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଜଜ୍ । ମୁଖ୍ୟ ଅଭିଯୁକ୍ତ ଶାହାରୁଖ ସୈଫୀର ସ୍ୱାସ୍ଥ୍ୟ ପରୀକ୍ଷା କୋଝିକୋଡର ଏକ ସରକାରୀ ହସ୍ପିଟାଲରେ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ ଯେ, ସିଟି ପୋଲିସ କମିଶନର ରାଜପାଲ ମୀନା ଏବଂ ମୁନସିଫ୍ ମାଜିଷ୍ଟ୍ରେଟ୍ ଜଜ୍ ଏହି ଘଟଣାରେ ଅଧିକ ପଦକ୍ଷେପ ନେବାକୁ ଶୁକ୍ରବାର କେରଳର କୋଝିକୋଢ ସ୍ଥିତ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହା ପରେ ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ପଠାଇବା ନେଇ ଶୁଣାଣୀ କରିଥିଲେ। ଜଜ୍ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଶାହାରୁଖଙ୍କ ଚିକିତ୍ସା ନହେବା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଖାନାରେ ରହିବାକୁ ଅନୁମତି ଦିଆଯାଇଛି। ଚିକିତ୍ସା ପରେ ହିଁ ତାଙ୍କୁ ଜେଲକୁ ପଠାଯିବ।



ନୋଏଡା ଓ ହରିୟାଣା ରାଜ୍ୟର ରହିଛି ହାତ
କେରଳର କୋଝିକୋଡରେ ରବିବାର ଦିନ ଏକ୍ସପ୍ରେସ ଟ୍ରେନରେ ଚଢ଼ିବାକୁ ନେଇ ହୋଇଥିବା ଝଗଡାରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନିଆଁ ଲଗାଇବା ପରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା । ଆଉ ୯ ଜଣ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କୋଝିକୋଡ ଲୋଥୁର ଷ୍ଟେସନ ପାଖ ଟ୍ରାକରୁ ୩ଟି ମୃତଦେହ ଉଦ୍ଧାର ହୋଇଥିଲା । ଅଲପୁଝା-କନୌର ଏକ୍ସପ୍ରେସରେ ରାତି ସମୟରେ ଏହି ଭୟଙ୍କର କାଣ୍ଡ ଘଟିଥିଲା । ତେବେ ନୋଏଡା ଓ ହରିୟାଣା ପୋଲିସ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସହଯୋଗ କରିଥିଲେ ।


ସୂଚନା ଥାଉ କି, ଅଲପୁଝା-କନୌର ଏକଜିକ୍ୟୁଟିଭ୍ ଏକ୍ସପ୍ରେସର ଯାତ୍ରୀମାନେ ଜରୁରୀକାଳୀନ ଚେନ୍ ଟାଣିଥିଲେ, ଯାହା ପରେ ଟ୍ରେନ୍ ସ୍ଲୋ ହେବାରୁ ଉକ୍ତ ବ୍ୟକ୍ତି ପଳାଇ ଯାଇଥିଲେ । ତେବେ ରାତି ପ୍ରାୟ ୯.୪୫ ସମୟରେ ଟ୍ରେନ୍ କୋଝିକୋଡ ଟାଉନ୍ ପାର ହେବା ପରେ କୋରାପୁଜା ରେଳ ବ୍ରିଜରେ ପହଞ୍ଚିଥିଲା । କେରଳର କୋଝିକୋଡ ଜିଲ୍ଲାର ଏଲାଥୁର ନିକଟରେ ଜଣେ ଅଜ୍ଞାତ ବ୍ୟକ୍ତି ଯାତ୍ରୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ଚଳନ୍ତା ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ବୋଲି ଖବର ମିଳିଥିଲା। ପୋଲିସ ଓ ରେଳ ବିଭାଗ ପୋଲିସ ଏହି ଘଟଣା ଜାଣିବାରେ ଘଟଣାସ୍ଥଳରେ ଫୋରେନସିକ୍ ବିଶେଷଜ୍ଞମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।


ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଯାତ୍ରୀ
ରେଳ ବିଭାଗର ସୂତ୍ର ଅନୁସାରେ, ଘଟଣା ଘଟିବା ପରେ ସେଥିରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀ ମାନେ ଡ଼ରିଯାଇଥିଲେ । ଫଳରେ ଚେନ ଟାଣିଦେବାରୁ ଅଭିଯୁକ୍ତକୁ ଖସି ପଳାଇଯିବାରେ ସୁବିଧା ହୋଇଥିଲା। ହେଲେ ବହୁ ଚେଷ୍ଟା ସତ୍ତ୍ୱେ ଅଭିଯୁକ୍ତ ଶାହରୁଖ ସୈଫିକୁ ଗିରଫ କରିଥିଲା ପୋଲିସ।


Also Read: ଯିଶୁଙ୍କୁ କାହିଁକି ମିଳିଥିଲା କ୍ରୁଷବିଦ୍ଧ ଦଣ୍ଡ, ଶୁଳୀରେ ଚଢାଇ ଦଣ୍ଡିତ କରିବା ପ୍ରଥା କେବେଠୁ ଓ କିପରି ଆରମ୍ଭ ହୋଇଥିଲା, ପଢନ୍ତୁ ପୂରା ରିପୋର୍ଟ


Also Read: Japan Helicopter Missing: ଯାତ୍ରା ବେଳେ ନିଖୋଜ ହୋଇଗଲା ଜାପାନୀ ସାମରିକ ହେଲିକ୍ୟାପ୍ଟର, କାରଣ ଅସ୍ପଷ୍ଟ


Also Read: Loan Fraud Case: ୮ କୋଟିରୁ ଅଧିକ ଋଣ ଠକେଇ ମାମଲାରେ ଗିରଫ ହେଲେ ଏସବିଆଇ ଫୁଲବାଣୀ ଶାଖା ଡେପୁଟି ମ୍ୟାନେଜର