Japan Helicopter Missing: ଯାତ୍ରା ବେଳେ ନିଖୋଜ ହୋଇଗଲା ଜାପାନୀ ସାମରିକ ହେଲିକ୍ୟାପ୍ଟର, କାରଣ ଅସ୍ପଷ୍ଟ
Advertisement
Article Detail0/zeeodisha/odisha1642011

Japan Helicopter Missing: ଯାତ୍ରା ବେଳେ ନିଖୋଜ ହୋଇଗଲା ଜାପାନୀ ସାମରିକ ହେଲିକ୍ୟାପ୍ଟର, କାରଣ ଅସ୍ପଷ୍ଟ

GSDF Helicopter Missing: ଗୁରୁବାର ଜାପାନ ଗ୍ରାଉଣ୍ଡ ସେଲଫ ଡିଫେନ୍ସ ଫୋର୍ସ ୟୁଏଚ-୬୦ ଜେଏ ହେଲିକ୍ୟାପ୍ଟର ଦିନ ୫.୦୫ ସମୟରେ ଓକିନାୱା ପ୍ରଦେଶର ମିଆକୋ ଦ୍ୱୀପକୁ ଫେରିଆସିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ଦ୍ୱୀପପୁଞ୍ଜରୁ ପ୍ରାୟ ୧୮ କିଲୋମିଟର ଦୂରରେ ଉତ୍ତର-ପଶ୍ଚିମ ଭାଗରେ ଏହାର ସ୍ଥିତି ସମ୍ପର୍କରେ କିଛି ଜଣା ପଡିନଥିଲା।

Japan Helicopter Missing: ଯାତ୍ରା ବେଳେ ନିଖୋଜ ହୋଇଗଲା ଜାପାନୀ ସାମରିକ ହେଲିକ୍ୟାପ୍ଟର, କାରଣ ଅସ୍ପଷ୍ଟ

Japan Military Helicopter Missing: ଅପ୍ରେଲ ୬ ତାରିଖ ଗୁରୁବାର ୧୦ ଜଣ କର୍ମଚାରୀଙ୍କ ସହ ଏକ ଗ୍ରାଉଣ୍ଡ ସେଲଫ ଡିଫେନ୍ସ ଫୋର୍ସ ହେଲିକ୍ୟାପ୍ଟର ନିଖୋଜ ହୋଇଯାଇଛି। ଗୁରୁବାର ଓକିନାୱା ପ୍ରଦେଶ ଅଞ୍ଚଳରେ ଜଳରେ ହେଲିକ୍ୟାପ୍ଟର ନିଖୋଜ ହୋଇଯାଇଥିବା କୁହାଯାଉଥିଲା। ସର୍ଚ୍ଚ ଅପରେସନ ଉଦ୍ୟମ ସମୟରେ ସମୁଦ୍ରରେ ନିଖୋଜ ହୋଇଥିବା ହେଲିକ୍ୟାପ୍ଟର କିଛି ମାତ୍ରାରେ ଦୃଶ୍ୟମାନ ହୋଇଥିବା କୁହାଯାଇଛି। ଗୁରୁବାର ଦିନ ୪.୩୦ ସମୟରେ ୟୁଏଚ-୬୦ ଜେଏ ନାମକ ଏକ ବହୁମୁଖୀ ହେଲିକପ୍ଟର ହଠାତ ରାଡାର ପରିସରରୁ ଅଦୃଶ୍ୟ ହୋଇଯାଇଥିବା କୁହାଯାଉଛି। 

ଜାପାନ (Japan) ଗ୍ରାଉଣ୍ଡ ସେଲଫ ଡିଫେନ୍ସ ଫୋର୍ସ (Ground Self-Defense Force) ଜିଏସଡିଏଫ (GSDF) ୟୁଏଚ-୬୦ ଜେଏ ହେଲିକ୍ୟାପ୍ଟର (UH-60JA Helicopter) ଦିନ ୫.୦୫ ସମୟରେ ଓକିନାୱା ପ୍ରଦେଶର (Okinawa Province) ମିଆକୋ ଦ୍ୱୀପକୁ (Miyako Island) ଫେରିଆସିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହି ଦ୍ୱୀପପୁଞ୍ଜରୁ ପ୍ରାୟ ୧୮ କିଲୋମିଟର ଦୂରରେ ଉତ୍ତର-ପଶ୍ଚିମ ଭାଗରେ ଏହାର ସ୍ଥିତି ସମ୍ପର୍କରେ କିଛି ଜଣା ପଡିନଥିଲା।

ସେହି ସମୟରେ ପାଣିପାଗର ଅବସ୍ଥା ମଧ୍ୟମ ରହିଥିବାର ବର୍ଣ୍ଣନା କରାଯାଇଛି। ନିଖୋଜ ହେଲିକପ୍ଟର ଖୋଜିବା ପାଇଁ ଜାପାନ କୋଷ୍ଟଗାର୍ଡ ଜାହାଜକୁ (Japan Coast Guard Ship) ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ନିଖୋଜ ହେଲିକପ୍ଟର କୁମାମୋଟୋ ପ୍ରାନ୍ତର (Kumamoto Province) ଜିଏସଡିଏଫ ଟାକାୟୁବାରୁ କ୍ୟାମ୍ପ (GSDF Takayubaru Camp) ଠାରେ ଅବସ୍ଥିତ ରହିଥିଲା। ଏହି ଜିଏସଡିଏଫ ହେଲିକ୍ୟାପ୍ଟର ଯୋଗେ ଦୁଇ ପାଇଲଟ, ଦୁଇ ମେକାନିକ ଏବଂ ୬ ଜଣ ଚାଳକ ଦଳ ସଦସ୍ୟ ଯାତ୍ରା କରୁଥିଲେ। ସମସ୍ତେ ଆତ୍ମରକ୍ଷା ବାହିନୀର ସଦସ୍ୟ ରହିଥିଲେ ବୋଲି ଜିଏସଡିଏଫ (GSDF) ପକ୍ଷରୁ କୁହାଯାଇଛି।

ଦେଶରେ ସାମରିକ ବାହିନୀ ହେଲିକ୍ୟାପ୍ଟର ନିଖୋଜ ହୋଇଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା (Japanese Prime Minister Fumio Kishida)। ରାଜଧାନୀ ଟୋକିଓ ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାର ଅନୁସନ୍ଧାନ କରୁଛି। ହେଲିକ୍ୟାପ୍ଟର ନିଖୋଜ ହୋଇଯିବା ଘଟଣାରେ ଦେଶର ସରକାର ମାନବୀୟ ଜୀବନ ରକ୍ଷା ଏବଂ ଉଦ୍ଧାର କାର୍ଯ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି।  

ତାଇୱାନ ଠାରୁ ପ୍ରାୟ ୪୦୦ କିଲୋମିଟର ପୂର୍ବରେ ମିଆକୋ ଦ୍ୱୀପ ଅବସ୍ଥିତ। ଯେଉଁଠାରେ ଏକ ଜିଏସଡିଏଫ ମିସାଇଲ ୟୁନିଟ୍ (Miyako Island GSDF Missile Unit) ରହିଛି। ଏହା ପୂର୍ବ ଚୀନ୍ ସାଗର (East China Sea) ଏବଂ ଜାପାନ ନିୟନ୍ତ୍ରିତ ସେନକାକୁ ଦ୍ୱୀପପୁଞ୍ଜ (Japan Controlled senkaku Islands) ନିକଟରେ ଅବସ୍ଥିତ। ଜାପାନ ନିୟନ୍ତ୍ରିତ ସେନକାକୁ ଦ୍ୱୀପ ଉପରେ ଚୀନ (China) ନିଜର ଅଧିକାର ଜାହିର କରୁଛି। 

ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ଜିଏସଡିଏଫ ପାଖରେ ୪୦ ୟୁଏଚ-୬୦ ଜେଏ ହେଲିକ୍ୟାପ୍ଟର ରହିଛି। ଏହି ହେଲିକ୍ୟାପ୍ଟର ୧୪ ଜଣ ଲୋକଙ୍କୁ ନେଇ ଯାତ୍ରା କରିପାରିବ। ଦୂର ଦ୍ୱୀପପୁଞ୍ଜ ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅଞ୍ଚଳରେ ଜରୁରୀକାଳୀନ ସେବା ଏବଂ ଉଦ୍ଧାର ଜନିତ ପରିବହନ କାର୍ଯ୍ୟ ପାଇଁ  ୟୁଏଚ-୬୦ ଜେଏ ହେଲିକ୍ୟାପ୍ଟର ବ୍ୟବହୃତ ହୋଇଥାଏ।

ଗତ ୨୦୧୬ ବର୍ଷରେ, ଏକ ଏୟାର ସେଲ୍ଫ୍ ଡିଫେନ୍ସ ଫୋର୍ସ ଯାଞ୍ଚ ବିମାନ ୟୁ-୧୨୫ ବିମାନ (Air Self Defense Force Reconnaissance Aircraft U-125 Plane) କାଗୋସିମା ପ୍ରଦେଶର (Kagoshima Province) ଏକ ପର୍ବତ ଉପରେ ଖସିପଡିବା ପରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯାହାକି ଗତ କିଛି ବର୍ଷ ମଧ୍ୟରେ ଏସଡ଼ିଏଫ ବିମାନ ସହିତ ଜଡିତ ଏକ ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ।