ସୂଚନାଯୋଗ୍ୟ କି ଆଜି ସନ୍ଧ୍ୟାରେ ଉପାସନା ନାମକ ଏକ ବସ ନଂ- OD - A L -5031 ଯେ କି ଦାଦନ ଶ୍ରମିକ ମାନଙ୍କୁ ଧରି ବାଲେଶ୍ୱର ଜିଲ୍ଲା କମର୍ଦ୍ଧl ରୁ ହାଇଦ୍ରାବାଦ ଆଭିମୂଖେ ଯାତ୍ରା କରୁଥିଲା l ଯେତେବେଳେ ବସଟି ଅନ୍ୟ କିଛି ଜଣ ଶ୍ରମିକ ମାନଙ୍କୁ ବାଟରୁ ଉଠାଇବା ପାଇଁ ବାଲେଶ୍ୱର ଜିଲ୍ଲା ୬୦ ନଂ ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଅଟକିଯାଇଥିଲାl ବସ ଅଟକିବା ଦେଖି ହାଇଦ୍ରାବାଦ ଯିବା ଯାତ୍ରୀମାନେ ବସରେ ଚଢ଼ିବାକୁ ଲାଗିଲେ,ଏହି ସମୟରେ କିଛି ଦୁର୍ବୁକ୍ତ ହଠାତ ଗାଡି ଭିତରକୁ ପସିଯାଇ ଦାଦନ ମାନଙ୍କ କଣ୍ଟ୍ରାକଟରକୁ ଭୟବିତ କରାଇ ୧୫ଲକ୍ଷ ଟଙ୍କା ସହିତ ଅନ୍ୟମାନଙ୍କ ସୁନା ଗହଣା ଲୁଟି ନେଇଥବା ଅଭିଯୋଗ ହୋଇଛି lତେବେ ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗଣେଶକୁ ଖୋଜିବା ସହିତ ତଦନ୍ତ ଜାରି ରଖିଛି lତେବେ ଅଭିଯୁକ୍ତ ଗଣେଶ୍ୱର ଘର ଜଳେଶ୍ୱର ଥାନା ଅନ୍ତର୍ଗତ ବାଇଗଣ ବାଡି଼ ଗ୍ରାମରେ ବୋଲି ପୋଲିସ ଜାଣି ପାରିଛି।


COMMERCIAL BREAK
SCROLL TO CONTINUE READING

ସୁତରାଂ ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତର ସୁରାଗ ପାଇଯାଇଛି, ଏବଂ ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ଉଠିଯିବ ଏଥିରେ କିଛି ସନ୍ଦେହ ନାହିଁ l ଅନ୍ୟପକ୍ଷରେ ଘଟଣା ଟି ଯେଉଁଭଳି ଭାବରେ ଜାତୀୟ ରାଜପଥରେ ଘଟିଛି, ଏହାକୁ ନେଇ ସମସ୍ତେ ଆତଙ୍କିତ ହୋଇଯାଇଛନ୍ତି lଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ଠିକ ଭାବରେ ହେଉନଥିବା ଅନେକାଂଶରେ ଅଭିଯୋଗ ହେଉଥିବା ବେଳେ , ଯାତ୍ରୀବାହୀ ବସ୍ରୁ ସିଧା ଜାତୀୟ ରାଜପଥରୁ ଲୁଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l