Mamita Meher Gobinda Sahu Suicide: ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଗିରଫ ହୋଇ ଜେଲ ରେ ସଜ୍ଜା କାଟୁଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା। ଜେଲ ଭିତରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଗୋବିନ୍ଦ ସାହୁଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଏକମାତ୍ର ଅଭିଯୁକ୍ତ ଥିଲେ । ଏବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ମମିତାଙ୍କ ହତ୍ୟାକାଣ୍ଡ ବିଷୟରେ ଜାଣିଥିବା ସବୁ ସତ ସବୁଦିନ ପାଇଁ ଲୁଚିଗଲା ବୋଲି କୁହାଯାଉଛି। ଏହି ଘଟଣା ପୂର୍ବରୁ ଗତ ରଥଯାତ୍ରା ସମୟରେ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ସେ ବୁଲି ବୁଲି ରଥଯାତ୍ରା ଦେଖୁଥିବା ବେଳେ ଫଟୋ ଭାଇରାଲ ହୋଇଥିଲା ଯାହାକୁ ନେଇ ତୁମ୍ବି ତୋଫାନ ରାଜ୍ୟରେ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଲା ଗୋବିନ୍ଦ ସାହୁ ଥିଲେ ଅଣ୍ଡର ଟ୍ରାଏଲ ପ୍ରିଜନର (Under Trail Prisoner) । ତେବେ ଅନେକାଂଶରେ ଦେଖିବାକୁ ଗଲେ  ଅଣ୍ଡର ଟ୍ରାଏଲ ପ୍ରିଜନର ବା କଏଦୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ଥାଏ । ମାତ୍ର ଏତେ କଡା ସୁରକ୍ଷା ଥାଇ ମଧ୍ୟ ତାଙ୍କ ସେଲକୁ ଦଉଡି ଗଲା କେମିତି । କିଏ ତାଙ୍କୁ ଆତ୍ମହତ୍ୟା ପାଇଁ ରଶି ଯୋଗାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଆଜି ସକାଳୁ ଗୋବିନ୍ଦ ସାହୁ ଆତ୍ମହତ୍ୟା ଉଦ୍ୟମ (Suicide Attempt) କରିଥିଲା । ପରେ ଗୁରୁତର ଅବସ୍ଥାରେ ବଲାଙ୍ଗୀର କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 


Also Read: Saroj Devi Murder Case: ରୋଷେଇ ଘରେ ହତ୍ୟା କଲା, ଗାଧୁଆ ଘରେ ହାଣିଲା


ସୂଚନା ଯୋଗ୍ୟ, ୨୦୨୧ ଅକ୍ଟୋବର ୮ ତାରିଖରୁ ନିଖୋଜ ହେଇଯାଇଥିଲେ ମମିତା ମେହେର (Mamita Meher)। ଏହାକୁ ନେଇ ତାଙ୍କ ପରିବାର ତରଫରୁ ଥାନା ରେ ମାମଲା କରାଯାଇଥିଲା । ମମିତା କାମ କରୁଥିବା ସ୍କୁଲର ପ୍ରେସିଡେଣ୍ଟ ଗୋବିନ୍ଦ ସାହୁ ର ଏଥିରେ ସମ୍ପୃକ୍ତି ଥିବା ନେଇ ପରିବାର କହିଥିଲେ । ପରେ ପୋଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମର ଗୋଟିଏ ସ୍ଥାନରେ ଖୋଲିବା ପରେ ଜଣେ ମହିଳା ଙ୍କ ମୃତ ଶରୀର ପାଇଥିଲା । ଏଥିସହ ପାଉଁଜି, ସୁନା ଚେନ୍‌ ଓ ବ୍ୟାଗ ମିଳିଥିଲା। ଏବଂ ଏହି ମୃତ ଶରୀର ମମିତାଙ୍କ ବୋଲି ଜଣାପଡ଼ିଥିଲା । ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ (Gobinda Sahu) ଓ ତାର ସହଯୋଗୀକୁ ଖୋଜିଥିଲା ପୋଲିସ। 


Also Read:  Archana Nag: ED ଆଗରେ ସତ ଓଗାଳୁଛି ଅର୍ଚ୍ଚନା, ବଡ଼ବଡ଼ିଆଙ୍କ ଉପରେ ବଢିଲା ବିପଦ !


ପରେ ପୋଲିସ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗାଁ ରେ ଥିବା ଗୋଟିଏ ଆଖୁ ବାଡ଼ି ରେ ଲୁଚିଥିଲା ଗୋବିନ୍ଦ ସାହୁ । ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ବିଧାନସଭାରେ ହଟଚମଟ ସୃଷ୍ଟି ହୋଇଥିଲା । ଏହି ସମୟରେ ତତକାଳିନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ବିଜେପି ଓ କଂଗ୍ରେସ ଜୋରଦାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଆଜି ବିଜେପି ମଧ୍ୟ ପ୍ରେସମିଟ (Bjp Press Meet) ଜାରି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।