Advertisement
Article Detail0/zeeodisha/odisha1492515
Zee OdishaZee Odisha CrimeSaroj Devi Murder Case: ରୋଷେଇ ଘରେ ହତ୍ୟା କଲା, ଗାଧୁଆ ଘରେ ହାଣିଲା

Saroj Devi Murder Case: ରୋଷେଇ ଘରେ ହତ୍ୟା କଲା, ଗାଧୁଆ ଘରେ ହାଣିଲା

ସେପଟେ ଜଙ୍ଗଲରେ ପହଞ୍ଚି ଅଭିଯୁକ୍ତ ଘଟଣାସ୍ଥଳରେ ମୃତଦେହର ଅଂଶବିଶେଷ ଖୋଜିବାକୁ ପ୍ରୟାସ ଜାରି ରଖିଛି। ତେବେ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ବିଦ୍ୟାଧର ନଗର ଥାନା ପ୍ରଭାରୀ ବିରେନ୍ଦ୍ର କୁରିଲ ନେତୃତ୍ୱରେ ପୋଲିସର ଏକ ଟିମ ଅଭିଯୁକ୍ତକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଲାଗିଛି। ଅଭିଯୁକ୍ତ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରହିଛି। 

Saroj Devi Murder Case:  ରୋଷେଇ ଘରେ ହତ୍ୟା କଲା, ଗାଧୁଆ ଘରେ ହାଣିଲା

Saroj Devi Murder Case:  ଜୟପୁର: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ (Shraddha Murder Case) ପରେ ଏବେ ଦେଶରେ ଏହିଭଳି ହତ୍ୟାକାଣ୍ଡର ଖବର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି। ନିକଟରେ ଝାଡ଼ଖଣ୍ଡରୁ ଜଣେ ନରହନ୍ତା ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ସହିତ ୨୦ରୁ ଅଧିକ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। ଠିକ ସେହିପରି ଯେଉଁ ଭଳି ଭାବରେ ଦିଲ୍ଲୀ ଶ୍ରଦ୍ଧା ହତ୍ୟାକାଣ୍ଡ ଘଟିଥିଲା। ତେବେ ଆଜି ରାଜସ୍ଥାନର ଜୟପୁରରେ ମଧ୍ୟ ଏଭଳି ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ପୁତୁରା ତାଙ୍କ ମାଉସୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଅନୁଜ ଶର୍ମାଙ୍କୁ ପୋଲିସ ଗିରଫ କରିଛି। ଅଧିକ ଛାନଭିନ ପାଇଁ ରବିବାର ବିଦ୍ୟାଧର ନଗର ଥାନାରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳ ଓ ଦିଲ୍ଲୀ ରୋଡ଼ ସ୍ଥିତ ଜଙ୍ଗଲରେ ପହଞ୍ଚିଥିଲା। 

ସେପଟେ ଜଙ୍ଗଲରେ ପହଞ୍ଚି ଅଭିଯୁକ୍ତ ଘଟଣାସ୍ଥଳରେ ମୃତଦେହର ଅଂଶବିଶେଷ ଖୋଜିବାକୁ ପ୍ରୟାସ ଜାରି ରଖିଛି। ତେବେ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ବିଦ୍ୟାଧର ନଗର ଥାନା ପ୍ରଭାରୀ ବିରେନ୍ଦ୍ର କୁରିଲ ନେତୃତ୍ୱରେ ପୋଲିସର ଏକ ଟିମ ଅଭିଯୁକ୍ତକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଲାଗିଛି। ଅଭିଯୁକ୍ତ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରହିଛି। 

ଥାନା ପ୍ରଭାରୀ ବିରେନ୍ଦ୍ର କୁରିଲଙ୍କ ଅନୁଯାୟୀ ୧୧ ଡିସେମ୍ବରରେ ଅଭିଯୁକ୍ତ ନିଜ ମାଉସୀଙ୍କୁ ହତ୍ୟା କରିଥିଲା। ତେବେ ମୃତଦେହକୁ ନଷ୍ଟ କରିବା ପାଇଁ ଭରପୁର ପ୍ରୟାସ କରିଥିଲେ। ଏଥିପାଇଁ ସେ ସୁଚିନ୍ତିତ ଷଡ଼ଯନ୍ତ୍ର କରିଥିଲେ। ରୋଷେଇ ଘରେ ଅଭିଯୁକ୍ତ ଅନୁଜ ହତ୍ୟା କରିବା ପରେ ତାଙ୍କୁ ଘୋଷାଡ଼ି ଆଣିଥିଲା। ଘୋଷାଡ଼ି ଆଣିବା ପରେ ସେ ଗାଧୁଆ ଘରେ ମୃତଦେହକୁ ରଖିଦେଇ ଘରକୁ ତାଲା ଲଗାଇ ନିକଟରେ ଥିବା ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଯାଇଥିଲା। ସେଠାରେ ସେ ଏକ ଧାରୁଆ ଛୁରି କିଣିଥିଲା। ତେବେ ସେହି ଛୁରିରେ ମାଉସୀଙ୍କ ମୃତଦେହକୁ କାଟିଥିଲା। କିନ୍ତୁ ମୃତଦେହ ଛୁରୀରେ କଟିନଥିଲା। 

Add Zee News as a Preferred Source

ପରେ ସେ ଦେଢ ହଜାର ଦେଇ ପଥର କାଟିବା ମେସିନ କିଣି ଆଣିଥିଲା। ନିକଟସ୍ଥ ବିଶ୍ୱକର୍ମା ଶିଳ୍ପାଞ୍ଚଳରୁ ଏହି ମେସିନକୁ କିଣିଥିବା ଜଣାପଡ଼ିଥିଲା। ଏହି ମେସିନ କିଣିକି ଆଣିବା ପରେ ଦୁଇ ଘଣ୍ଟା ଧରି ମାଉସୀଙ୍କ ମୃତଦେହକୁ କାଟିଥିଲା। ୧୦ ଖଣ୍ଡ କରିଥିଲା। ପରେ ଉକ୍ତ ଖଣ୍ଡ ବିଖଣ୍ଡିତ ଶରୀରକୁ ଏକ ବାଲଟି ଓ ଆଟାଚୀ ମାଧ୍ୟମରେ ପୁରାଇ ଘଟଣାସ୍ଥଳରୁ ପ୍ରାୟ ୨୦ କିମି ଦୂର ଦିଲ୍ଲୀ ରାଜପଥ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଆସିଥିଲା। ଫିଙ୍ଗିବା କାର୍ଯ୍ୟ ସରିବା ପରେ ସେ ଘରକୁ ଫେରିଥିଲା। ଅଭିଯୁକ୍ତଙ୍କୁ ପୋଲିସ ଜେରା କରୁଛି। ତେବେ ଥାନାପ୍ରଭାରୀ କହିଥିଲେ କି ଏହି ଘଟଣା ସମୟରେ ହେଡ଼ କନେଷ୍ଟବଳ ଦେବିଲାଲ ଓ କନଷ୍ଟେବଳ ମୁକେଶ ବେଶ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଏଥିପାଇଁ ଡିସିପି ପରିସ ଦେଶମୁଖ ଓ ଅତିରିକ୍ତ ଡିସିପି ଧର୍ମେନ୍ଦ୍ର ସାଗର ଉଭୟ ପୋଲିସ କର୍ମୀଙ୍କୁ ସାବାସୀ ଜଣାଇଥିଲେ। 

ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତ ଅନୁଜ ନିଜର ମାଉସୀଙ୍କ ନିକଟରେ ରହି ଆସୁଥିଲା। ଘଟଣା ସମୟରେ ମୃତ ସରୋଜ ଦେବୀ ଓ ଅନୁଜ ହିଁ ଥିଲେ। ତେବେ ସରୋଜ ଦେବୀ ତାଙ୍କୁ ବାହାରକୁ ଯିବାକୁ ପ୍ରତିରୋଧ କରୁଥିଲେ। ଏଥିରେ କ୍ଷୋଭ ପ୍ରକାଶ କରି ଅନୁଜ ନିଜ ମାଉସୀଙ୍କୁ ହତ୍ୟା କରିଥିଲା। ଦୁଇ ଦିନ ପରେ ୧୧ ଡିସେମ୍ବରରେ ନିଜେ ଅଭିଯୁକ୍ତ ଅନୁଜ ତାଙ୍କ ମାଉସୀଙ୍କ ନିଖୋଜ ହେବା ନେଇ ମାମଲା ଲେଖାଇବାକୁ ଥାନାକୁ ଯାଇଥିଲା। କିନ୍ତୁ ଥାନାରୁ ଆସି ରୋଷେଇ ଘରେ ଯେତେବେଳେ ଅନୁଜ ରକ୍ତଛିଟାକୁ ସଫା କରିବାକୁ ଉଦ୍ୟମ କରୁଥିଲା ସେତେବେଳେ ତାହା ଉପରେ ସମ୍ପର୍କୀୟଙ୍କ ସନ୍ଦେହ ବଢିବାରେ ଲାଗିଥିଲା। ଏହାପରେ ଅନୁଜଙ୍କୁ ଗିରଫ କରି ପୋଲିସ ମାମଲା ତଦନ୍ତକୁ ଜୋରଦାର କରିଥିଲା। 

About the Author