ଭୁବନେଶ୍ୱର: ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ମାମଲାରେ ଦିନକୁ ଦିନ ନୂଆ ଦିଗ ସାମ୍ନାକୁ ଆସିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ରାତି ୪ଟାରେ ମହାଲିଙ୍ଗ ଷ୍ଟାଡିୟମକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ । କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଷ୍ଟାଡିୟମ ଆଣିଥିଲା ପୋଲିସ । ପୋଲିସକୁ କ୍ରାଇମ ସିନର ଡୋମୋ ଦେଖାଇଥିଲା ଗୋବିନ୍ଦ। ସେପଟେ ରାତିରେ କ୍ରାଇମ ସିନ ରିକ୍ରିଏସନ ନେଇ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ଗତକାଲି ଉତ୍ତରାଂଚଳ ଡିଆଇଜି ସମେତ କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଅନୁଧ୍ୟାନ କରି ଫେରି ଯାଇଥିଲେ । ଗତକାଲି ମଧ୍ୟ ଗଣମାଧ୍ୟମକୁ ପଡି଼ଆ ଭିତରକୁ ପ୍ରବେଶକୁ ବାରଣ କରିଥିଲା ପୋଲିସ । 


COMMERCIAL BREAK
SCROLL TO CONTINUE READING

ସେପଟେ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ (Gobinda sahu)ର ସହଯୋଗୀ ରାଧେ ଘରୁ ମିଳିଲା କିଛି ସୁରାକ୍ । ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି ସୁରାକ୍ । ରାଧେ ଘରୁ ମିଳିଛି ଏକ ମୋବାଇଲ ଫୋନ୍ ।  ଏହା ମମିତାର ହୋଇଥିବା ସନ୍ଦେହ । ତେବେ ସୁରାକ୍ ହସ୍ତାନ୍ତର ବେଳେ ରାଧେଙ୍କ ସ୍ତ୍ରୀ କାନ୍ଦି କାନ୍ଦି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ମୋ ସ୍ବାମୀ ନିର୍ଦ୍ଦୋଶ, ତାଙ୍କୁ ଫସାଇ ଦିଆଯାଇଛି । 


Also Read: Viral ହେଲା ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ସେକ୍ସ ଭିଡିଓ...ପଦରୁ ଦେଲେ ଇସ୍ତଫା


ଅନ୍ୟପଟେ ଶିକ୍ଷୟିତ୍ରୀ ମମିତା ମେହେର (Mamita Meher) ହତ୍ୟା ମାମଲାର କଣ୍ଟା ଏବେ ରାଜ୍ୟ ସରକାରଙ୍କ ତଣ୍ଟିରେ ଏମିତି ଲାଖିଛି ଯେ, ନା ତା'କୁ ଢୋକି ପାରୁଛନ୍ତି, ନା କାଢ଼ି ପାରୁଛନ୍ତି । ଓଲଟି କହୁଛନ୍ତି, ବିଜେପି ନେତାମାନେ ବି ଅପରାଧୀଙ୍କ ସହ ଫଟୋ ଉଠାଇଛନ୍ତି । ୟୁପିରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଚର୍ଚ୍ଚା ହେଲା, ମାତ୍ର ବିଜେପି ସିବିଆଇ ତଦନ୍ତ ଦାବି କଲାନି । ମାନେ ସିଧାକଥାରେ କହିଲେ, ସେମାନେ ଅପରାଧ କଲେ, ଆମେ ବି କରିବୁ । ଇଏ କିଭଳି ଯୁକ୍ତି କିଛି ବୁଝାପଡୁନି। ବିରୋଧୀ ମମିତା ହତ୍ୟା ମାମଲାରେ ଆନ୍ଦୋଳନକୁ ଶାଣିତ କରିଛନ୍ତି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର (Captain Dibyashankar Mishra ) ଙ୍କ ବରଖାସ୍ତ ଦାବି କରିଛନ୍ତି । ପ୍ରେସ ମିଟ୍ କରି ବିଜେପି ସିବିଆଇ ତଦନ୍ତ (CBI Investigation) ଦାବି କରିଛି । ମନ୍ତ୍ରୀଙ୍କ ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛି।


Also Read: ଭଲ ଖବର! ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


କଂଗ୍ରେସ (Congress) ବି ଆନ୍ଦୋଳନ ଓ ପ୍ରତିବାଦ ମାମଲାରେ ପଛରେ ପଡ଼ିନାହିଁ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ମହିଳା କଂଗ୍ରେସ ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସାଙ୍ଗକୁ ଧାରଣା ଦେଇଥିଲା । ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳ (Cabinet) ରୁ ବହିଷ୍କାର କରିବାକୁ ଜୋର ଧରିଛି ଦାବି ।ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ବ୍ଲକ ସ୍ତରକୁ ନେଇଯିବାକୁ ଚେତାବନୀ ଦେଇଛି ମହିଳା କଂଗ୍ରେସ।