ଭଲ ଖବର! ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର
topStories0hindi1012410

ଭଲ ଖବର! ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଯଦି ଆମେ କୃଷି ଉତ୍ପାଦନ ବଜାର କମିଟି ଦ୍ୱାରା ଜାରି କରାଯାଇଥିବା ଦରକୁ ଦେଖିବା, ତେବେ ବିଭିନ୍ନ ବ୍ରାଣ୍ଡର ସୋରିଷ ତେଲର ମୂଲ୍ୟ ପୂର୍ବ ଦିନ ତୁଳନାରେ ୧୦ ରୁ ୩୮ ଟଙ୍କା ହ୍ରାସ ପାଇଥିବାର ଦେଖାଯାଉଛି । 

ଭଲ ଖବର! ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ନୂଆଦିଲ୍ଲୀ: Edible Oil Price: ଦୀପାବଳୀ ପାଖେଇ ଆସୁଛି ଏପରି ସମୟରେ ସାଧାରଣ ଲୋକଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ଆଶ୍ୱସ୍ତି ଖବର ରୋଷେଇ ଘର ସହିତ ଜଡିତ । ଆଜ୍ଞା ହଁ, ସରକାରଙ୍କ ଦ୍ୱାରା ଆମଦାନୀ ଶୁଳ୍କ ହ୍ରାସ ହେତୁ ଖାଇବା ତେଲର ମୂଲ୍ୟ (Edible oil price) ହ୍ରାସ ପାଇଛି । ସୋରିଷ ତେଲ (Mustard oil), ରିଫାଇନ (Refined Oil) ଏବଂ ପାମୋଲିନ (Palmolein) ର ହୋଲସେଲ ମୂଲ୍ୟରେ ଏହି ହ୍ରାସ ହେତୁ ଖୁଚୁରା ହାର ମଧ୍ୟ ହ୍ରାସ ପାଇଛି । ହୋଲସେଲ ଦରରେ କିଲୋଗ୍ରାମ ପିଛା ପ୍ରାୟ ୫୦ରୁ ୬୦ ଟଙ୍କା ଓ ଖୁଚୁରା ମୂଲ୍ୟରେ ୪ରୁ ୧୦ ଟଙ୍କା ପ୍ରତି ଲିଟର ହ୍ରାସ ରେକର୍ଡ କରାଯାଇଛି । ଏଥି ସହିତ ଟମାଟୋ, ପିଆଜ ସହିତ ସବୁଜ ପନିପରିବାର ହୋଲସେଲ ଦରରେ ମଧ୍ୟ ହ୍ରାସ ଘଟିଛି ।

ଖାଇବା ତେଲ  ହୋଲସେଲ ମୂଲ୍ୟ   ଖୁଚୁରା ମୂଲ୍ୟ   (ଗତ ସପ୍ତାହ - ଏହି ସପ୍ତାହ)

ସୋରିଷ ତେଲ   2950-2960  2920-2930- 190-185 

ରିଫାଇନ          2220-2230 2170-2180 - 155-150 

ପାଲମୋଲିନ୍     2140-2150 2100 - 130 - 125 

ନୋଟ୍: ସୋରିଷ ତେଲ ଓ ପାଲମୋଲେନର ମୂଲ୍ୟ ପ୍ରତି ୧୫ କିଲୋଗ୍ରାମ ଟିଣ ଓ  ରିଫାଇନ ମୂଲ୍ୟ ୧୫ ଲିଟର ଟିଣରେ ।

ଯଦି ଆମେ କୃଷି ଉତ୍ପାଦନ ବଜାର କମିଟି ଦ୍ୱାରା ଜାରି କରାଯାଇଥିବା ଦରକୁ ଦେଖିବା, ତେବେ ବିଭିନ୍ନ ବ୍ରାଣ୍ଡର ସୋରିଷ ତେଲ (Mustard Oil) ର ମୂଲ୍ୟ ପୂର୍ବ ଦିନ ତୁଳନାରେ ୧୦ ରୁ ୩୮ ଟଙ୍କା ହ୍ରାସ ପାଇଥିବାର ଦେଖାଯାଉଛି । ସୋରିଷ ତେଲ ଯାହା ଲିଟର ପିଛା ୨୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିଲା ତାହା ବର୍ତ୍ତମାନ ୧୬୦ ଟଙ୍କା ହୋଇଗଲାଣି । ଏଥିସହିତ ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି ହୋଇଥିବା ସୋରିଷ ତେଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୧୬୨ ଟଙ୍କାକୁ ହୋଇଯାଇଛି ।

ଇଞ୍ଜିନ ସୋରିଷ ତେଲ -୨୦ ଲିଟର ପିଛା ୩୨୦୦ ଟଙ୍କା - ଲିଟର ପିଛା ୧୬୦ ଟଙ୍କା

ହାତୀ ସୋରିଷ ତେଲ - ୧୬ ଲିଟର ପିଛା ୨୪୬୮ ଟଙ୍କା - ଲିଟର ପିଛା ୧୫୫ ଟଙ୍କା 

ସଲୋନି ସୋରିଷ ତେଲ - ୧୬ ଲିଟର ପିଛା ୨୬୦୪ ଟଙ୍କା - ଲିଟର ପିଛା ୧୬୨ ଟଙ୍କା 

ଫର୍ଚ୍ୟୁନ୍ ସୋରିଷ ତେଲ - ୧୬ ଲିଟର ପିଛା ୨୬୪୦ ଟଙ୍କା - ଲିଟର ପିଛା ୧୭୦ ଟଙ୍କା 

ରିଫାଇନ୍ ଫର୍ଚ୍ୟୁନ୍ - ୧୬ ଲିଟର ପିଛା ୨୪୭୦ ଟଙ୍କା - ଲିଟର ପିଛା ୧୬୨ ଟଙ୍କା

ରିଫାଇନ୍ ମହାକୋଶ ତେଲ - ୧୨ ଲିଟର ପ୍ରତି ୧୭୨୦ ଟଙ୍କା - ଲିଟର ପିଛା ୧୫୨ ଟଙ୍କା 

ଏହା ବି ପଢ଼ନ୍ତୁ:-କଂଗ୍ରେସ ଛାଡିବାକୁ ନେଇ ପ୍ରଦୀପଙ୍କ ଉପରେ ବର୍ଷିଲେ ସୁରେଶ ରାଉତରାୟ, କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ଋଷରେ ମୃତ୍ୟୁର ତାଣ୍ଡବ କରୁଛି କୋରୋନା, ଚିହ୍ନଟ ହେଲା ଡେଲ୍ଟା ଅପେକ୍ଷା ଅଧିକ ମାରାତ୍ମକ ସବ୍-ଭାରିଆଣ୍ଟ ; ସାରା ଦୁନିଆରେ ପୁଣି ବଢିବାକୁ ଲାଗିଛି କୋଭିଡ-19 ସଙ୍କଟ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

Trending news