Crime News: ଫେସବୁକ ପ୍ରେମରୁ ବିବାହ, ତାପରେ ମୃତ୍ୟୁର ପୂର୍ଣ୍ଣଛେଦରେ କାହାଣୀ ଶେଷ
Advertisement
Article Detail0/zeeodisha/odisha2284806

Crime News: ଫେସବୁକ ପ୍ରେମରୁ ବିବାହ, ତାପରେ ମୃତ୍ୟୁର ପୂର୍ଣ୍ଣଛେଦରେ କାହାଣୀ ଶେଷ

ଲକ୍ଷ୍ନୌର ଜଣେ ଝିଅ ଫେସବୁକ୍ ମାଧ୍ୟମରେ ଅରୟାର ଫାଫଣ୍ଡ ଥାନା ଅନ୍ତର୍ଗତ ବାରୁ ଗାଁର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ପ୍ରଥମେ ବନ୍ଧୁତା ଆଉ ତାପରେ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ । 

Crime News: ଫେସବୁକ ପ୍ରେମରୁ ବିବାହ, ତାପରେ ମୃତ୍ୟୁର ପୂର୍ଣ୍ଣଛେଦରେ କାହାଣୀ ଶେଷ

Love and Murder: ଉତ୍ତରପ୍ରଦେଶରୁ ଏକ ଲୋମଟାଙ୍କୁରା ପ୍ରେମ ଏବଂ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ପ୍ରେମରେ ଏତେ ବିଶ୍ୱାସଘାତକତା କରିଥିଲେ ଯେ, ତାଙ୍କ ଜୀବନ ନେଇଥିଲେ ପ୍ରେମିକ । ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ନୌର ଜଣେ ଝିଅ ଫେସବୁକ୍ ମାଧ୍ୟମରେ ଅରୟାର ଫାଫଣ୍ଡ ଥାନା ଅନ୍ତର୍ଗତ ବାରୁ ଗାଁର ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ପ୍ରଥମେ ବନ୍ଧୁତା ଆଉ ତାପରେ ପ୍ରେମରେ ପରିଣତ ହୋଇଥିଲା ସମ୍ପର୍କ । ଦୁହେଁ ଲୁଚାଛପାରେ ପରସ୍ପରଙ୍କୁ ଭେଟିବା ଆରମ୍ଭ କରିଥିଲେ । ଉଭୟଙ୍କ ପରିବାର ମଧ୍ୟ ପ୍ରେମ ସମ୍ପର୍କ ବିଷୟରେ ଜାଣିବାକୁ ପାଇଥିଲେ । ଜାତିର ପ୍ରତିବନ୍ଧକକୁ ଅଣଦେଖା କରି ଉଭୟଙ୍କ ପରିବାର କିଛି ଦିନ ପୂର୍ବରୁ ଦୁହିଁଙ୍କ ବିବାହ କରାଇଦେଇଥିଲେ।

ବିବାହ ପରେ ଝିଅ ପଲ୍ଲବୀ ଏବଂ ପୁଅ ସୁମିତଙ୍କ ମଧ୍ୟରେ ବାରମ୍ବାର ବିବାଦ ଆରମ୍ଭ ହୋଇଥିଲା । ସୁମିତ ତାଙ୍କ ପତ୍ନୀଙ୍କୁ ଏକ ବାହାନା କରି ଘରୁ ବାହାରକୁ ନେଇଥିଲେ ଆଉ ତାପରେ ତାଙ୍କ ପତ୍ନୀ ପଲ୍ଲବୀଙ୍କ ଗଳା କାଟି ହତ୍ୟା କରିଥିଲେ । ସେ ଦିବ୍ୟାପୁର ଥାନା ଅନ୍ତର୍ଗତ ଆସାଇନି ଗ୍ରାମରେ ଥିବା ଆମ୍ବ ତୋଟାରେ ପତ୍ନ ଆଢୁଆଳରେ ମୃତଦେହ ରଖି ଫେରାର୍ ହୋଇଯାଇଥିଲେ ।

ମୃତଦେହ ଗ୍ରାମବାସୀଙ୍କ ନଜରରେ ପଡିବା ପରେ ସେମାନେ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଯେତେବେଳେ ପୋଲିସ ସୂଚନା ପାଇ ଶବକୁ ଚିହ୍ନଟ କଲା, ସେତେବେଳେ ମୃତଦେହଟି ସୁମିତ କୁମାରଙ୍କ ପତ୍ନୀ ପଲ୍ଲବୀଙ୍କର ବୋଲି ଜଣା ପଡିଥିଲା । ବର୍ତ୍ତମାନ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି।

ପୋଲିସ ଅଧୀକ୍ଷକ ଚାରୁ ନିଗମ କହିଛନ୍ତି ଯେ, ଏହି ମାମଲାରେ ସୁମିତଙ୍କ ପରିବାର ସଦସ୍ୟଙ୍କୁ ଗିରଫ କରାଯାଇଛି । ଅଧିକ ସୂଚନା ପାଇଁ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଏହା ସହିତ ଝିଅର ପରିବାରକୁ ମଧ୍ୟ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି । ସେ ପହଞ୍ଚିବା ପରେ ଅଭିଯୋଗ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି।

Also Read- Vi Recharge Plan: ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ରିଚାର୍ଜରେ ୫୬ ଦିନ ପର୍ଯ୍ୟନ୍ତ ଟେନସନ୍ ଫ୍ରି

Also Read- Eid Al Adha 2024: ଚାନ୍ଦ ଦେଖାହେଲା... ଜାଣନ୍ତୁ କେଉଁ ଦିନ ପାଳନ ହେବ ବକ୍ରିଦ