MP Crime: ମଧ୍ୟପ୍ରଦେଶ ମାଣ୍ତସୋର ଜିଲ୍ଲାରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିବ । ଜଣେ ଯୁବକ ଅନଲାଇନ ଗେମ୍ ଖେଳି ୮ ଲକ୍ଷ ଟଙ୍କା ହରାଇଥିଲେ। ତେବେ,ଏହି ଟଙ୍କା ପରିଶୋଧ କରିବାକୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ମିଶି ଜଣେ ୧୫ ବର୍ଷର ନାବାଳକକୁ ଅପହରଣ କରିଥିଲେ। ଏବଂ ଅପହରଣ ପରେ ନାବାଳକଙ୍କ ବାପାଙ୍କ ଠାରୁ ଟଙ୍କା ମାଗିଥିଲେ। ଟଙ୍କା ନ ମିଳିବାରୁ ନାବାଳକଙ୍କୁ  ହତ୍ୟା କରିଥିଲେ। ତେବେ,ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଏକ ଚୋରୀ ହୋଇଥିବା ସିମର ମଧ୍ୟ ବ୍ୟବହାର କରିଥିଲେ ଦୁଇ ଅଭିଯୁକ୍ତ।  ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବଂ ଜିଲ୍ଲା ପ୍ରଶାସନ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଲାଇ ଦେଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ,ମଧ୍ୟପ୍ରଦେଶର ମାଣ୍ତସୋର ଜିଲ୍ଲାର ଗୁରୁଡିଆପ୍ରତାପ ଗାଁର ୧୫  ବର୍ଷୀୟ ବିଜୟ ପ୍ରଜାପତ। ଫେବୃଆରୀ ୮ରେ ସେ ସକାଳୁ ସ୍କୁଲ ବାହାରିଥିଲେ ।  କିନ୍ତୁ,ସେ ସ୍କୁଲରେ ପହଞ୍ଚି ନଥିଲେ। ଅଧା ବାଟରେ ଇଟାଭାଟିର ମାଲିକ ଶୁଭମ୍ ପ୍ରଜାପତ ଏବଂ ତାଙ୍କ ସମ୍ପର୍କୀୟ ଅଜୟ ପ୍ରଜାପତ ତାଙ୍କୁ ଅପହରଣ କରି ନେଇଥିଲେ। ଏବଂ ଅପହରଣ ପରେ ବିଜୟଙ୍କ ପିତା ବଦ୍ରିଲାଲ୍ ଙ୍କୁ କଲ୍ କରି ମୋଟା ଅଙ୍କ ଟଙ୍କା ମାଗିଥିଲେ ଶୁଭମ୍ ଓ ଅଜୟ ।  ଏନେଇ ଅଜୟଙ୍କ ପିତା ପୋଲିସର ସହାୟତା ନେଇଥିଲେ। ଏବଂ ପୁଅ ଅପହରଣ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । 


Also Read : Crime News: ସ୍ୱାମୀଙ୍କ ବିରୋଧରେ ପ୍ରତାରଣ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା, ଜାଣନ୍ତୁ ପୁରା ଘଟଣାକ୍ରମ


Also Read : Crime News: ମାଆ ନା ପିଶାଚୀ ? ନିଜ ଜନ୍ମ କଲା ଛୁଆକୁ ଜିଅନ୍ତା ଦେଲା କବର


ବଦ୍ରିଲାଲ ପୋଲିସକୁ କହିଥିଲେ ଯେ, ଇଟାଭାଟି ମାଲିକ ଶୁଭମ ପ୍ରଜାପତି ତାଙ୍କୁ କଲ କରିଥିଲେ। ଏବଂ ପୁଅର ଅପହରଣ କରିଥିବା ନେଇ ଖବର ଦେଇଥିଲା । ଏହାସହ ୫ ଲକ୍ଷ ଟଙ୍କା ମାଗିଥିଲା। ପ୍ରଥମେ ପୋଲିସ ଏଥିପ୍ରତି ଧ୍ୟାନ ଦେଇନଥିଲା, କିନ୍ତୁ ଯେତେବେଳେ ବିଜୟ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେତେବେଳେକୁ ବିଜୟଙ୍କୁ ହତ୍ୟା କରିସାରିଥିଲେ ଶୁଭମ୍ ଓ ତାଙ୍କ ସମ୍ପର୍କୀୟ । ଅଭିଯୁକ୍ତ ତାଙ୍କୁ ହତ୍ୟା କରି ମୃତଦେହକୁ ଏକ ଅଖା ଭିତରେ ଭର୍ତ୍ତି କରିଥିଲା। ଏହା ପରେ ଜଙ୍ଗଲକୁ ଫିଙ୍ଗି ଦେଇଥିଲେ।


ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ଯେ, ବଦ୍ରିଲାଲଙ୍କୁ ଶୁଭମ୍ ଯେଉଁ ନମ୍ବରରୁ କଲ କରିଥିଲା। ତାହା ଶୁଭମର ନମ୍ବର ନଥିଲା । ବଂର ତାଙ୍କ ଇଟାଭାଟିରେ କାମ କରୁଥିବା ଜଣେ କର୍ମଚାରୀ ବାପୁସିନଙ୍କ ସିମ୍ ଥିଲା । ବାପୁସିନଙ୍କ ଫୋନ ଦିର୍ଘ ଦିନ ହେବ ଚୋରି ହୋଇଯାଇଥିଲା। କିନ୍ତୁ ଅଭିଯୁକ୍ତ ଶୁଭମ କର୍ମଚାରୀଙ୍କ ସିମ୍ ରଖି ବଦ୍ରିଲାଲଙ୍କୁ ଅପହରଣ ପାଇଁ ଟଙ୍କା ମାଗିଥିଲା ।  ଯେତେବେଳେ ପୋଲିସ ଶୁଭମକୁ ପଚରାଉଚରା କଲା । ସେତେବେଳେ  ସେ ସତ ମାନି ଯାଇଥିଲା। 


ପୋଲିସ୍ ଅଧୀକ୍ଷକ ଅନୁରାଗ ସୁଜାନିଆ କହିଛନ୍ତି ଯେ, ଅଭିଯୁକ୍ତ ଶୁଭମ୍ ଅନଲାଇନରେ ରୁମ୍ ଗେମ୍ ଖେଳୁଥିଲେ। ସେ ଏହି ଖେଳରେ ୮ ଲକ୍ଷ ଟଙ୍କା ହରାଇଥିଲେ। ସମାନ ପରିମାଣର ଅର୍ଥ ଦେବାକୁ ସେ ବିଜୟଙ୍କୁ ଅପହରଣ କରି ୫ ଲକ୍ଷ ଟଙ୍କା ମାଗିଥିଲେ। ପୋଲିସ ଏହି ଦୁଇ ଅଭିଯୁକ୍ତକୁ ଗିରଫ କରିଛି।  ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଜେଲକୁ ପଠାଇଥିଲା। ଏବଂ ପ୍ରଶାସନ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଲାଇଥିଲେ ।