Crime News: ସ୍ୱାମୀଙ୍କ ବିରୋଧରେ ପ୍ରତାରଣ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1562235

Crime News: ସ୍ୱାମୀଙ୍କ ବିରୋଧରେ ପ୍ରତାରଣ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା, ଜାଣନ୍ତୁ ପୁରା ଘଟଣାକ୍ରମ

Pregnant Woman Allegedly Cheated By Husband: ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ପୀଡିତାଙ୍କ ସୁଧାର ଗୃହକୁ ପଠାଯାଇଛି। ଏ ମାମଲାରେ ଅଧିକ ତଦନ୍ତ ଚାଲିଥିବା ସରକାରୀ ସୂତ୍ରରୁ ପ୍ରକାଶ। 

 

 Crime News: ସ୍ୱାମୀଙ୍କ ବିରୋଧରେ ପ୍ରତାରଣ ଅଭିଯୋଗ ଆଣିଲେ ଗର୍ଭବତୀ ମହିଳା, ଜାଣନ୍ତୁ ପୁରା ଘଟଣାକ୍ରମ

Pregnant Woman Filed Fraud Complaint Against Husband: ସ୍ୱାମୀଙ୍କ ବିରୋଧରେ ପ୍ରତାରଣା କରିଥିବାର ଅଭିଯୋଗ ଆଣି ଓଡ଼ିଶାରେ ପହଞ୍ଚିଛନ୍ତି ଜଣେ ମହିଳା। ପୀଡିତା ମହିଳା ଜଣଙ୍କ ବିହାରର ବୋଲି ଜଣାପଡ଼ିଛି। ଏହି ୨୨ ବର୍ଷୀୟ ଗର୍ଭବତୀ ମହିଳା ଜଣଙ୍କ ସୋମବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲାର ସୋରୋ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ପୀଡିତା ମହିଳା ଜଣଙ୍କ ନ୍ୟାୟ ଆଶାରେ ହାଇଦ୍ରାବାଦ ଠାରୁ ଆସି ତାଙ୍କ ସ୍ୱାମୀଙ୍କ ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲାର ସୋରୋ ଅଞ୍ଚଳରେ ପହଞ୍ଚିଥିଲେ।

ଏନେଇ ମିଳିଥିବା ଖବର ଅନୁସାରେ ସୋରୋ ଥାନା ଅନ୍ତର୍ଗତ ସବିରା ଅଞ୍ଚଳର ଅବିନାଶ ପରିଡା ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦସ୍ଥିତ ଏକ ରେସ୍ତୁରାଁ ଠାରେ କାମ କରୁଥିଲେ। ଯେଉଁଠାରେ ପୀଡ଼ିତ ମହିଳା ଜଣଙ୍କ ମଧ୍ୟ କାମ କରୁଥିଲେ। କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବା ସହ ଉଭୟେ ପ୍ରେମରେ ପଡିଯାଇଥିଲେ। ଗତ ବର୍ଷ ଡିସେମ୍ବରରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ପରବର୍ତ୍ତୀ ମାସରେ ନୋଟାରୀ ବିବାହ କରିଥିଲେ। 

ପୀଡ଼ିତା ମହିଳାଙ୍କ ଦାବି ଅନୁଯାୟୀ ଅବିନାଶ ପରିଡା କିଛି ଦିନ ପୂରେ ତାଙ୍କ ଲାପଟପ୍, ମୋବାଇଲ୍ ଫୋନ୍, ଅଳଙ୍କାର ଏବଂ ନଗଦ ୬୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଫେରାର ହୋଇଯିବା ପରେ ଅବିନାଶଙ୍କ ସହ ପୀଡିତାଙ୍କ କୌଣସି ଯୋଗାଯୋଗ ହୋଇପାରିନଥିଲା। ଶେଷରେ ପୀଡି଼ତା  ହାଇଦ୍ରାବାଦରୁ ସୋରୋରେ ଆସି ପହଞ୍ଚି ପୋଲିସ ଅଭିଯୋଗ ଦାଖଲ କରିଥିଲେ। 

ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ପୀଡିତାଙ୍କ ସୁଧାର ଗୃହକୁ ପଠାଯାଇଛି। ଏ ମାମଲାରେ ଅଧିକ ତଦନ୍ତ ଚାଲିଥିବା ସରକାରୀ ସୂତ୍ରରୁ ପ୍ରକାଶ।