Crime News: ମାଆ ନା ପିଶାଚୀ ? ନିଜ ଜନ୍ମ କଲା ଛୁଆକୁ ଜିଅନ୍ତା ଦେଲା କବର
Advertisement

Crime News: ମାଆ ନା ପିଶାଚୀ ? ନିଜ ଜନ୍ମ କଲା ଛୁଆକୁ ଜିଅନ୍ତା ଦେଲା କବର

Mother Buried Her Daughter: ମାଆ ନା ପିଶାଚୀ ? ନିଜ ଜନ୍ମ କଲା ଛୁଆକୁ ମାରିଦେଲା। ଚଣ୍ତିଗଡରେ ଏଭଳି ଏକ ଜଘନ୍ୟକାଣ୍ତ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ମାଆ ନିଜ ଜନ୍ମକଲା ଦିନକର ଛୁଆକୁ ଜିଅନ୍ତା ପୋତି ମାରି ଦେଇଛି । ତେବେ କୁହାଯାଇଛି ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ପୋଲିସ ଘଟଣାସ୍ଥରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କୁ ହେପାଜତକୁ ନେଇଛି । ମହିଳାଙ୍କ ନାଁ ଅନୀତା ବୋଲି ଜଣାପଡିଛି । ସେ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ବୋଲି କୁହାଯାଉଛି ।

ସୌଜନ୍ୟ- ସୋସିଆଲ ମିଡିଆ

ସୂଚନା ଅନୁସାରେ, ୨୬ ବର୍ଷିୟ ଅନୀତା ସ୍ବାମୀ ରାଜକୁମାରଙ୍କ ସହ ପଞ୍ଜାବର (Nayagaon) ନାୟୋଗାଁଓ ଅଞ୍ଚଳରେ ନିଜ ଦୁଇ ସନ୍ତାନଙ୍କ ସହ ରୁହନ୍ତି । କିନ୍ତୁ ଗତ ଶୁକ୍ରବାର ଦିନ ଅନୀତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।  କିନ୍ତୁ ଶନିବାର ଦିନ ସ୍ବାମୀ କାମକୁ ଯାଇଥିବା ବେଳେ  ନିଜ ଜନ୍ମକଲା ଝିଅକୁ ନିକଟସ୍ତ ଜଙ୍ଗଲରେ ଜିଅନ୍ତା ପୋତି ଦେଇଥିଲେ  ଅନୀତା । ପରେ ରାଜକୁମାର ଘରକୁ ଆସିବା ପରେ ନିଜ ଝିଅକୁ ପାଇନ ଥିଲେ । ସ୍ତ୍ରୀର ଅଜବ ହାବଭାବ ଦେଖି ପୋଲିସକୁ ଖବର ଦେଇଥିଲେ। 

Also Read : Crime News: ଯୌତୁକ ଆଣି ନ ଥିବାରୁ ବୋହୂକୁ ଉଲଗ୍ନ କରି ରଖୁଥିଲେ ଶାଶୁଘର ଲୋକେ, ଦେଉଥିଲେ ପ୍ରତିଦିନ ଚେଙ୍କ

Also Read : Mumbai Fake Marriage: ହନିମୁନ୍ ବେଳେ ସ୍ତ୍ରୀର ଖୋଲିଗଲା ପୋଲ, ଆଉ ତାପରେ....

ପୋଲିସ ପହଞ୍ଚିଲା ପରେ ସତ ଓଗାଳିଥିଲେ ମହିଳା । ଏବଂ ଜଙ୍ଗଲରେ ଝିଅକୁ ଜୀଅନ୍ତା ପୋତି ଥିବା ସ୍ଥାନକୁ ନେଇ ଯାଇଥିଲା। ଏବଂ ଘଟଣାସ୍ଥଳରୁ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଚଣ୍ତିଗଡର( PGIMER) ପିଜିଆଇ ଏମଇଆରକୁ ରେଫର କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲା ନବଜାତକ । ସୋମବାର ଦିନ ଶିଶୁଟିର ମୃତ୍ୟୁ ହୋଇଛି।

ରାଜକୁମାର ପୋଲିସକୁ କହିଛି ଯେ ,ତାଙ୍କ ପତ୍ନୀ ମାନସିକ ଅବସ୍ଥା ଠିକ୍ ନଥିଲା।  ଏବଂ ସେ ଏକ ମେଡିକାଲେରେ ଚିକିତ୍ସିତ ମଧ୍ୟ ହେଉଛନ୍ତି। ସେ ଏହା ମଧ୍ୟ ପୋଲିସକୁ କହିଛନ୍ତି ଯେ ତାଙ୍କ ପତ୍ନୀ ସନ୍ଦେହ କରିଛନ୍ତି ଯେ, ତାଙ୍କ ଝିଅ କଳା ଯାଦୁ ମାଧ୍ୟମରେ ଜନ୍ମ ହୋଇଛି । ଏବଂ ଶିଶୁଟି ଜନ୍ମ ହେବା ଦିନଠାରୁ ସେ ଅଜବ ବ୍ୟବହାର କରି ଆସୁଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ,ହତ୍ୟା ମାମଲାରେ ଆମେ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ଏଥିସହ ସେ କହିଛନ୍ତି ଯେ ମହିଳାଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ଥିବା ନେଇ ସେ ସ୍ୱାମୀଙ୍କ ଦାବିକୁ ମଧ୍ୟ ଦେଖିବେ। ଅଧିକାରୀ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ (ହତ୍ୟା) ଅନୁଯାୟୀ ନୟାଗାଓଁ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।