Cyber Crime in Bhubaneswar, ଭୁବନେଶ୍ୱର: ଦୀର୍ଘ ଚାଳିଶ ଦିନ ପରେ ୩୫ ବର୍ଷିୟ ଭଣ୍ଡବାବାକୁ ଗିରଫ କରିଛି ଭୁବନେଶ୍ୱର ସାଇବର ପୋଲିସ। ଝିଅଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ଢେଙ୍କାନାଳର ପରୀକ୍ଷିତ ନାୟକ ଓରଫ କାଳିଆକୁ ପୋଲିସ ଗିରଫ କରିଛି। ଗୁରୁବାର ଗିରଫର ପରେ କାଳିଆକୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ୱର ସାଇବର ଥାନାରେ କାଳିଆ ବିରୋଧରେ ୪୧୯, ୪୬୯, ୩୨୩ ,୫୦୯ ଦଫା ଓ ଆଇଟି ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି।


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ଢେଙ୍କାନାଳର ଝାଡବନ୍ଧ ଅଞ୍ଚଳର ପରୀକ୍ଷିତ ନାୟକ ନିଜକୁ ଇସ୍କନ ମନ୍ଦିରର ଦୀକ୍ଷିତ କହି ଦିନବେଳା ଚିତା ଚୈତନ୍ୟ ମାରି ବୁଲୁଥିଲା, ଆଉ ରାତିରେ ଯୌନ ଶୋଷଣ କରୁଥିଲା। ନାବାଳିକାଙ୍କ ନକଲି ଆଇଡି ବନାଇ ସୋସିଆଲ ମିଡିଆରେ ନଗ୍ନ ଫଟୋ ଭାଇରାଲ କରୁଥିଲା। ଝିଅର ଫଟୋ ଦେଖାଇ ପରିବାର ଲୋକଙ୍କୁ ବ୍ଲାକମେଲ କରି ଲକ୍ଷାଧିକ ଟଙ୍କା ମାଗୁଥିଲା। କେବଳ ଜଣେ କି ଦୁଇ ଜଣ ନାବାଳିକା ନୁହେଁ, ୧୮ରୁ ୨୫ ବର୍ଷିୟା ଏକାଧିକ ଯୁବତୀଙ୍କ ଫଟୋକୁ ଏଡିଟ କରି କାଳିଆ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଯୌନ ଶୋଷଣ ଓ ବ୍ଲାକମେଲ ଅଭିଯୋଗକୁ ପରୀକ୍ଷିତ ମିଥ୍ୟା ବୋଲି କହିଛି।


Also Read: Red sandal wood smuggling: 'ପୁଷ୍ପା' ଫେରାର! ଓଡ଼ିଶାରୁ ଚେନ୍ନାଇ ଚୋରାଚାଲାଣ ବେଳେ  


ଅଭିଯୁକ୍ତ ପରୀକ୍ଷିତ ନାୟକ ୧୮ରୁ ୨୫ ବର୍ଷିୟା ଯୁବତୀଙ୍କୁ ଟାର୍ଗେଟ କରିଥିଲା। ପୋର୍ଣ୍ଣଷ୍ଟାରଙ୍କ ଫଟୋରେ ସ୍ଥାନୀୟ ଯୁବତୀଙ୍କ ମୁହଁ ଏଡିଟ କରି ସେମାନଙ୍କୁ ବିପୁଳ ପରିମାଣର ଟଙ୍କା ମାଗୁଥିଲା। ଚିତା ଚୈତନ୍ୟ କାଟି ନିଜକୁ ଇସ୍କନ ସଦସ୍ୟ ବୋଲି ପରିଚୟ ଦେଇ ମହିଳା ହଷ୍ଟେଲରେ କାର୍ଯ୍ୟ କରି ସେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ସେପଟେ ଏହି ଘଟଣାରେ ଇସ୍କନ ପ୍ରତିକ୍ରିୟା ଦେଇ କହିଛି ଯେ, ୯ ବର୍ଷ ତଳେ ପରୀକ୍ଷିତ ଇସ୍କନରେ ଥିଲା। କିନ୍ତୁ ଦୀକ୍ଷା ନେଇଥିବା କଥା ମିଛ। ଯଦି କେହି ଇସ୍କନ ନାଁ ବ୍ୟବହାର କରୁଛି ତବେ ତୁରନ୍ତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଇସ୍କନ ମନ୍ଦିରର ସହ ଅଧ୍ୟକ୍ଷ ସତତ୍ୱ ପତି ଦାସ କହିଛନ୍ତି।


ଗତ ଜୁଲାଇ ୨୪ ତାରିଖରେ ଭୁବନେଶ୍ୱର ସାଇବର ଥାନାରେ ପରୀକ୍ଷିତ ନାୟକ ନାମରେ ଏକ ଅଭିଯୋଗ ହୋଇଥିଲା। ପରୀକ୍ଷିତ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲା। ସେଠାରେ ରମାଦେବୀ କଲେଜରେ ପଢୁଥିବା ଛାତ୍ରୀମାନେ ରହୁଥିଲେ। ସେହି ସମୟରେ କାଳିଆ ଝିଅଙ୍କୁ ପ୍ରେମ ନିବେଦନ କରିଥିଲା। ରାଜି ନ ହେଲେ ଅନ୍ତେବାସୀଙ୍କୁ ହଇରାଣ ହରକତ କରୁଥିଲା। ପରୀକ୍ଷିତର ଆଚରଣ ପାଇଁ  ଅଭିଯୋଗକାରିଣୀ ଦୁଇ ଭଉଣୀ ହଷ୍ଟେଲ ଛାଡିଥିଲେ। ଏଥିରେ ରାଗିଯାଇ ପରୀକ୍ଷିତ ସେମାନଙ୍କ ଫଟୋ ଏଡିଟ କରି ସୋସଆଲ ମିଡିଆରେ ଭାଇରାଲ କରିଥିଲା। ଏପରିକି ନାବାଳିକାଙ୍କ ଘର ଲୋକଙ୍କୁ ମଧ୍ୟ ପଠାଇଥିଲା।


Also Read: Blasphemy: ମହଙ୍ଗା ପଡିଲା ଭଗବାନଙ୍କୁ ଅପମାନ, ଅଭିଯୁକ୍ତଙ୍କୁ ଘରୁ ଉଠାଇ ନେଲା ପୋଲିସ


ଥାନାରେ ଅଭିଯୋଗ ପରଠୁ ପରୀକ୍ଷିତ ଫେରାର ଥିଲା। ଗୁରୁବାର ସାଇବର ପୋଲିସ ତାକୁ ଅନୁଗୁଳରୁ ଗିରଫ କରିଛି। ପରୀକ୍ଷିତ ନିକଟରୁ ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି। ଗରିଫ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାକୁ ଝରପଡା ଜେଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ସେପଟେ ଅଭିଯୋଗକାରିଣୀ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୁକ୍ତ କହିଛି। ତାର କହିବାନୁସାରେ ଉଭୟ ପରସ୍ପରଙ୍କୁ ପ୍ରେମ କରୁଥିଲେ। କିନ୍ତୁ ସେ କୌଣସି ଅଶ୍ଳୀଳ ଫଟୋ ପଠାଇ ନାହିଁ ବୋଲି କହିଛି। ଅଭିଯୁକ୍ତ ପରୀକ୍ଷିତ ନାୟକ ବିବାହିତ ହୋଇଥିବା ବେଳେ ତାର ୪ ବର୍ଷର ଗୋଟିଏ ଝିଅ ଅଛି।