Minor Molestation, ମୁମ୍ବାଇ: ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ମହାରାଷ୍ଟ୍ରର ପୁଣେରୁ ଏକ ଲୋମହର୍ଷଣକାରୀ ମାମଲା ସାମନାକୁ ଆସିଛି। ଜଣେ ନାବାଳିକାକୁ ତାଙ୍କର ପରିବାରର ୪ ଜଣ ପୁରୁଷ ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେଉଥିବାର ଅଭିଯୋଗ ଆସିଛି। ଅଭିଯୁକ୍ତ ବାପାକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାବାଳିକା ତାଙ୍କ ସହ ହୋଇଥିବା ଅମାନୁଷିକ ଘଟଣା ବିଷୟରେ କହିଥିଲେ। 


COMMERCIAL BREAK
SCROLL TO CONTINUE READING

ନିଜ ଘରେ ବି ସୁରକ୍ଷିତ ନାହାନ୍ତି ମହିଳା ଓ ଶିଶୁ କନ୍ୟା। ଯାହାର ଏକ ଜ୍ୱଳନ୍ତ ଉଦାହରଣ ପୁଣେରେ ଦେଖିବାକୁ ମିଳିଛି। ଗୋଟିଏ ପରିବାରର ୪ ଜଣ ପୁରୁଷ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସ୍କୁଲର ଏକ କାର୍ଯ୍ୟକ୍ରମରେ ପୀଡିତା ଛାତ୍ରୀ ତାଙ୍କ ସହ ଘଟିଥିବା ଭୟାନକ ଘଟଣା ବିଷୟରେ କହିଥିଲେ। ଯାହାପରେ ସ୍କୁଲ କର୍ତ୍ତୃପକ୍ଷ ପୀଡିତାଙ୍କ ବାପା, ଦାଦା (୨୫), ନାବାଳକ ଭାଇ (୧୪) ଓ ଜେଜେବାପା (୬୦)ଙ୍କ ନାମରେ ମାମଲା ରୁଜୁ କରିଛି। ୪୫ ବର୍ଷୀୟ ବାପାକୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଥିବା ସୂଚନା ମିଳିଛି। 


Also Read: Cruel love story: ତିନୋଟି ବଟିକା ଖାଇ ପ୍ରେମିକା ସହ ଯୌନ ସମ୍ପର୍କ ରଖିଲାବେଳେ ଘଟିଗଲା ଅଘଟଣ


ଗତ ମାର୍ଚ୍ଚ ୧୮ରେ ପୁଣେର ବଣ୍ଡ ଗାର୍ଡେନ୍ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଗୋଟିଏ ସ୍କୁଲ ଦ୍ୱାରା କରାଯାଇଥିଲା। ଯେଉଁଠି ଉଲ୍ଲେଖ ଥିଲା ଯେ, ୨୦୧୭ ମସିହା ଠାରୁ ନାବାଳିକାଙ୍କୁ ଲଗାତର ତାଙ୍କ ବାପା, ଭାଇ, ଦାଦା ଓ ଜେଜେବାପା ଯୌନ ଶୋଷଣ କରୁଛନ୍ତି। ପୀଡିତାଙ୍କ ବୟସ ଯେତେବେଳେ ଆଠ ବର୍ଷ ହୋଇଥିଲା, ସେତେବେଳୁ ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଏତଲାରେ ଉଲ୍ଲେଖ ଥିଲା। ଏହି ଏତଲାକୁ ଭିତ୍ତିକରି ପୋଲିସ, IPCର ଦଫା ୩୭୬(କ) (ଖ), ୩୭୫, ୩୭୭ ଓ ପୋକ୍ସୋ ଆଇନର ଦଫା ୩(ବି), ୪, ୫(ଏମ୍)(ଏନ୍), ୮ ଓ ୧୨ରେ ମାମଲା ରୁଜୁ କରିଛି।


ପୋଲିସର କହିବା ଅନୁସାରେ, ନାବାଳିକା ପଠୁଥିବା ସ୍କୁଲରେ ବିଶାଖା କମିଟି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଭଲ ଓ ଖରାପ ସ୍ପର୍ଷ ବିଷୟରେ ବୁଝାଯାଏ। ଏହା ସହ ସେମାନଙ୍କ ଅନୁଭବ ଓ ସମସ୍ୟା ଉପରେ ଆଲୋଚନା କରାଯାଇଥାଏ। ବିଶାଖା କମିଟିର ଏହି କାର୍ଯ୍ୟକ୍ରମରେ ପୀଡିତା, ତାଙ୍କ ସହ ହୋଇଥିବା ଅତ୍ୟାଚାର ବିଷୟରେ କହିଥିଲେ। ଯାହା ପରେ ସ୍କୁଲ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ପଞ୍ଜିକୃତ କରିବା ସହ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯାଇଛି।


Also Read: ଶ୍ରଦ୍ଧାଙ୍କ ପିତାଙ୍କ 'ଲଭ ଜିହାଦ୍' ସନ୍ଦେହ; ହତ୍ୟାକାରୀ ଅଫତାବଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦାବି


ଜୋନ-୨ର ଡେପୁଟି ପୋଲିସ କମିଶନର ସାଗର ପାଟିଲ କହିଛନ୍ତି ଯେ, ପୀଡିତା ବିହାରର ବାସିନ୍ଦା। ତାଙ୍କ ବାପା ଜଣେ ଦିନ ମଜୁରିଆ ଓ ମାଁ ଘରୋଇ ସହାୟିକା ଭାବେ କାମ କରନ୍ତି। ସେ ପୁଣେ ଆସିବା ପୂର୍ବରୁ ୨୦୧୭ରେ ତାଙ୍କ ବାପାଙ୍କ ଦ୍ୱାରା ଶୋଷଣର ଶିକାର ହୋଇଥିଲେ। ଘଟଣା ବିଷୟରେ ତାଙ୍କ ମାଆ ଜାଣିନାହାନ୍ତି। ପୁଣେ ଆସିବା ପରେ ଦାଦା, ଜେଜେବାପା ଯୌନ ଶୋଷଣ କଲେ। ଗତ ୨୦୨୦ ନଭେମ୍ବରରୁ ତାଙ୍କ ବଡ ଭାଇ ମଧ୍ୟ ଅନ୍ୟମାନଙ୍କ ପରି ବ୍ୟବହାର କଲେ। କିନ୍ତୁ ସମସ୍ତୋ ଗୋଟିଏ ସମୟରେ ଯୌନ ଶୋଷଣ କରିନଥିବାରୁ ଏହାକୁ ଗଣଦୁଷ୍କର୍ମ ବୋଲି କୁହାଯିବ ନାହିଁ ବୋଲି ପୋଲିସ କହିଛି।


National Crime Records Bureauର ରିପୋର୍ଟ ଅନୁସାରେ, ୨୦୨୦ରେ ଦେଶରେ ଯେତିକି ଅପରାଧ ଘଟିଥିଲା ସେଥିରୁ ୩୮.୮ ପ୍ରତିଶତ ଅପରାଧ ଶିଶୁଙ୍କୁ ଉପରେ ହୋଇଥିଲା। ଏଥିରେ ଯୌନ ଶୋଷଣ ମାମଲା ବୁହତ ଥିଲା। ରିପୋର୍ଟରେ ଦେଖାଯାଇଥିଲା ଯେ, ୨୦୧୯ ତୁଳନାରେ ଦେଶରେ ପୋକ୍ସୋ ଆକ୍ଟରେ ପଞ୍ଜିକୃତ ହେଉଥିବା ମାମଲାରେ ଅହେତୁକ ବୃଦ୍ଧି ଘଟିଛି। ତେବେ ୯୬ ପ୍ରତିଶତ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ, ପୀଡିତାଙ୍କ ପରିବାର ଲୋକ, ନିକଟତର ସମ୍ପର୍କୀୟ କିମ୍ବା ପରିଚିତ ବ୍ୟକ୍ତି ଅଟନ୍ତି।