ନୂଆଦିଲ୍ଲୀ: 'ଅତିରୁ ଇତି' ବୋଲି ଏକ ଲୋକବାଣୀ ଅଛି। ଯାହାର ଅର୍ଥ ଆବଶ୍ୟକତାଠାରୁ ଅଧିକ ବିପଦଜନକ। ଯାହାର ଏକ ପ୍ରମାଣ ଗତ ଗୁରୁବାର ମହାରାଷ୍ଚ୍ର ନାଗପୁରର ଖାପରଖେଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ନିଜ ପ୍ରେମିକା ସହ ଦୈହିକ ସମ୍ପର୍କ ରଖିବା ବେଳେ ଯୁବକର ମୃତ୍ୟୁ ହୋଇଛି। ସେପଟେ ପ୍ରେମିକର ମୃତ୍ୟୁ ପରେ ଯୁବତୀ ଏବେ ପୋଲିସର ତଦନ୍ତ ପରିସରକୁ ଆସିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଜଣେ ୨୭ ବର୍ଷୀୟ ଯୁବକ ତାଙ୍କ ପ୍ରେମିକା ସହ ବ୍ୟକ୍ତିଗତ ସମୟ ବିତାଇବାକୁ ନାଗପୁରର ଏକ ହୋଟେଲକୁ ଯାଇଥିଲେ। ସେଠାରେ ସେମାନେ ନିଜ ସମ୍ପର୍କକୁ ସ୍ମରଣୀୟ ରଖିବା ପାଇଁ Porn video ଶୈଳୀରେ ଯୌନ ସମ୍ପର୍କକୁ ଯୋଜନା କରିଥିଲେ। ଆଉ ଏଥିପାଇଁ ପ୍ରେମୀଯୁଗଳ Rope Positionକୁ ବଛି ଥିଲେ। ଭିଡିଓ ଦେଖି ପ୍ରେମିକା ଯୁବକଙ୍କୁ ଏକ ଚୌକିରେ ବସାଇ ତାଙ୍କ ହାତ ଓ ଗୋଡରକୁ ରସିରେ ବାନ୍ଧିଦେଲେ। ଅଧିକ ଉତ୍ତେଜିତ କରିବା ପାଇଁ ଯୁବକର ବେକରେ ଏକ ଫାଶ ମଧ୍ୟ ଲଗାଇଦେଇଥିଲେ।


Also Read: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ହତ୍ୟା ପାଇଁ ସୁପାରୀ!


ତେବେ ଏତିକି ଯାଏଁ ସବୁ ଠିକଠାକ୍ ଥିଲା। କିନ୍ତୁ ଯେତେବେଳେ ଯୁବତୀ ଜଣକ ବାଥରୁମକୁ ଗଲେ, ସେତେବେଳ ଦୁର୍ଘଟଣା ବଶତଃ ପ୍ରେମିକ ତଳେ ପଡିଯାଇଥିଲେ। ଆଉ ବେକରେ ଲାଗିଥିବା ରସି ଫାଶ ଭଳି ତଣ୍ଟିରେ ବାନ୍ଧି ହୋଇଯାଇଥିଲା। ଆଉ ପ୍ରେମିକା ବାହାରକୁ ଆସି ଦେଖିବା ବେଳକୁ ପ୍ରେମିକ ନିସ୍ତେଜ ହୋଇ ତଳେ ପଡିଥିଲେ। ପରେ ସେ ସାହାଯ୍ୟ ପାଇଁ ହୋଟେଲ କର୍ତ୍ତୃପକ୍ଷଙ୍କୁ ଡାକିଥିଲେ। କିନ୍ତୁ ସେତେବେଳକୁ ସବୁ ଶେଷ ହୋଇଯାଇଥିଲା।


ସେପଟେ ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରେମିକାକୁ ଅଟକ ରଖି ପଚାରାଉଚରା କରୁଛି। ଭୋକିଲା ପାଇଁ ଖାଦ୍ୟ ଯେତେ ଜରୁରୀ, ମଣିଷ ପାଇଁ ଯୌନ ସମ୍ପର୍କ ମଧ୍ୟ ସେତିକି ଜରୁରୀ। କିନ୍ତୁ ଟିକିଏ ଅସାବାଧାନତା ବା ଅତ୍ୟାଧିକ Fantacy ଜଣକଙ୍କର ଜୀବନ ବି ନେଇପାରେ। ତେଣୁ ଯେକୌଣସି ଜିନିଷ କରିବା ବେଳେ ସାବଧାନତା ଅବଲମ୍ବନ କରିବାକୁ ନାଗପୁର ଘଟଣା ସନ୍ଦେଶ ଦେଉଛି।