ମୁଖ୍ୟମନ୍ତ୍ରୀ ନବୀନଙ୍କୁ ହତ୍ୟା ପାଇଁ ସୁପାରୀ!
Advertisement
Article Detail0/zeeodisha/odisha823521

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ହତ୍ୟା ପାଇଁ ସୁପାରୀ!

କିଏ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପ୍ଲାନିଂ କରିଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଯେକୌଣସି ସମୟରେ ତାଙ୍କ ଉପରେ AK-47 ଓ ସେମି-ଅଟୋମେଟିକ ପିସ୍ତଲରେ ଆକ୍ରମଣ ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ହତ୍ୟା ପାଇଁ ସୁପାରୀ!

ଭୁବନେଶ୍ୱର: ବିପଦରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଜୀବନ। ହତ୍ୟା କରିବା ପାଇଁ ନିୟୋଜିତ ହୋଇଛନ୍ତି ସୁପାରୀ କିଲର। ଏଭଳି ଏକ ଚାଞ୍ଚଲ୍ୟକର ବେନାମୀ ଚିଠି ନବୀନ ନିବାସକୁ ଆସିଛି। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। 

ଗତ ୪ ତାରିଖ ଦିନ ଏକ ବେନାମୀ ଚିଠି ନବୀନ ନିବାସକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର (murder planing) କରାଯାଇଥିବା ଚିଠିରେ ଦାବି କରାଯାଇଛି। ତେବେ କିଏ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପ୍ଲାନିଂ କରିଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଯେକୌଣସି ସମୟରେ ତାଙ୍କ ଉପରେ AK-47 ଓ ସେମି-ଅଟୋମେଟିକ ପିସ୍ତଲରେ ଆକ୍ରମଣ ହୋଇପାରେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

fallback

 

ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କୁ ପ୍ରାୟ ୧୭ଟି ଗାଡି ପିଛା କରୁଛନ୍ତି। ସେଥିରେ ଓଡିଶାର-୫, ପଶ୍ଚିମବଙ୍ଗର-୪, ଛତିଶଗଡର-୨, ପଞ୍ଜାବର-୨, ଦିଲ୍ଲୀ-୧, ସିକ୍କିମ-୧, ହରିୟାଣା-୧, ମହାରାଷ୍ଟ୍ରର-୧ଟି ରେଜିଷ୍ଟ୍ରେଡ ଗାଡି ଅଛି। ତେବେ OD 02  AC 4525 ଓ OD 05 AA 8701 ଗାଡିରେ ଆସି ଅପରାଧିମାନେ ମୁଖ୍ୟମନ୍ତ୍ରୀଙ୍କ କ୍ଷତି କରିପାରନ୍ତି। ହତ୍ୟା ଯୋଜନାର ମାଷ୍ଟରମାଇଣ୍ଡ (Mistermind) ନାଗପୁର (Nagpur) ରୁ ଆସୁଥିବା ବେଳେ ସେ MH 49 BK 5295 ଓ MH 49 BK 5295 ନମ୍ବରର ଗାଡି ବ୍ୟବହାର କରିବ ବୋଲି ଚିଠିରେ ଲେଖାହୋଇଛି।

fallback

ସେପେଟେ ଏହି ବେନାମୀ ଚିଠି (anonymous letter) ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ଗୃହ ବିଭାଗ (Odisha Home Dept)ର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ନିର୍ଦ୍ଦେଶ ଦେଇଛନ୍ତି। ନବୀନ ନିବାସ ଠାରୁ ଲୋକସେବା ଭବନ, ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।