ପରଘର କଳିରେ ମୁଣ୍ଡ ପୁରାଇ ବଳି ପଡ଼ିଲେ ବୃଦ୍ଧ; ଗରମ ତେଲ ଢ଼ାଳି ମାରିଦେଲେ ବିଧବା ମହିଳା
ପରଘର କଥାରେ ଅଯଥାରେ ମୁଣ୍ଡ ପୁରାଇବା ହେଲା କାଳ। ସାମାନ୍ୟ ବଚସାରୁ ଚାଲିଗଲା ଜଣେ ବୟଷ୍କ ବ୍ୟକ୍ତିଙ୍କ ଜୀବନ । ଗରମ ତେଲ ଢ଼ାଳି ଶାଶୁ ଜ୍ୱାଇଁ କଲେ ହତ୍ୟା ।
ନୟାଗଡ଼: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ଶରଣକୂଳ ଥାନା ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ। ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ମଣିଆଙ୍କ ଦେହାନ୍ତ ହୋଇଛି। ଗତ ବୁଧବାର ମଣିଆଙ୍କ ଉପରେ ପଡୋଶୀ ଗରମ ତେଲ ପକାଇଥିଲେ। ପୋଲିସ ଅଭିଯୁକ୍ତ ଶାଶୂ ଓ ଜ୍ୱାଇଁକୁ ଗିରଫ କରି ମାମଲାର ତଦନ୍ତ ଚଳାଇଛି।
ନୟାଗଡ଼ (Nayagarah) ଶରଣକୂଳ ଥାନା ଚଢ଼େୟାପଲ୍ଲୀ ଗାଁରେ ମାଣିଆ ପ୍ରଧାନ ନିଜ ପରିବାର ସହ ରହୁଥିଲେ। ତାଙ୍କ ଘର ନିକଟରେ ଶ୍ରୀମତି ପାଳ ନାମତ ଜଣେ ବିଧବା ମହିଳା (Widow Lady) ବସବାସ କରନ୍ତି। ତେବେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ଥିବା ବେଳେ ଦୁଇ ପରିବାର ଭଲରେ ଚଳିଆସୁଥିଲେ। ତେବେ ଏପ୍ରିଲ୍ ୬ ତାରିଖରେ ମାଣିଆ କୌଣସି କାରଣରୁ ଶ୍ରୀମତି ପାଳଙ୍କ ଘରକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଶ୍ରୀମତି ପାଳ ଓ ତାଙ୍କ ଜ୍ୱାଇଁ ସନ୍ତୋଷ ଜେନାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।
Also Read: ଜୟପୁରରେ ସାଇକୋ କିଲରର ରାସଲୀଳା; ୫୦ ମହିଳାଙ୍କ ସହ ରଖିଥିଲା ଶାରୀରିକ ସମ୍ପର୍କ
ଶାଶୂ-ଜ୍ୱାଇଁ କଳହରେ ପଶି ମାଣିଆ ଅବାଞ୍ଛିତ ଭାବେ ନିଜର ମତ ରଖିବା ଆରମ୍ଭ କରିଥିଲେ। ମାଣିଆଙ୍କ ହସ୍ତକ୍ଷେପକୁ ପାଳଙ୍କ ଜ୍ୱାଇଁ ସନ୍ତୋଷ ଜେନା ବରଦାସ୍ତ କରିନଥିଲେ। ସନ୍ତୋଷ ଏଥିରେ କ୍ରୋଧିତ ହୋଇ ମାଣିଆଙ୍କ ଉପରକୁ ଗରମ ତେଲ (Oil) ଛାଟିଥିଲେ। ଏଥିରେ ତାଙ୍କ ଶାଶୂ ଶ୍ରୀମତୀ ପାଳ ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ମାଣିଆଙ୍କ ପରିବାର ଲୋକେ ଓ ତାଙ୍କ ପଡ଼ୋଶୀ ଏପରି ସଙ୍ଗିନ ଅଭିଯୋଗ ଆଣିଛନ୍ତି।
ଗୁରୁତର ମାଣିଆଙ୍କୁ ପରିବାର ଲୋକେ ପ୍ରଥମେ ଚିକିତ୍ସା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର (Community Health Center) ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାଣିଆଙ୍କ ଅବସ୍ଥା ବିଗିଡିବାରୁ ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କୁ କଟକ (Cuttack) ନିଆଯାଇଥିଲା। କିନ୍ତୁ ଜୀବନ ମୃତ୍ୟୁ ସହ ଦୀର୍ଘ ୭ ଦିନ ଧରି ମାଣିଆ ସଙ୍ଘର୍ଷରେ ଶେଷରେ ହାର୍ ମାନିଛନ୍ତି। ଆଜି ସକାଳେ ମଣିଆଙ୍କର ଦେହାନ୍ତ ହୋଇଛି।
Also Read: ସାମ୍ବାଦିକଙ୍କ ପାଇଁ ଜଳିଲା ନୀଳଗିରି!
ମାଣିଆଙ୍କ ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଚଢ଼େଇପଲ୍ଲୀ ଗାଁରେ ଏବେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ (FIR) କରି ଉଭୟ ଶାଶୂ ଓ ଜ୍ୱାଇଁକୁ ଗିରଫ (Arrest) କରି କୋର୍ଟ (Court) ଚାଲାଣ କରିଛି। ଏଥି ସହ ମୃତ୍ୟୁ ପୂର୍ବରୁ ପୋଲିସ ମାଣିଆଙ୍କ ଜମାନବନ୍ଦୀ ନେଇଥିବା ମଧ୍ୟ ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ।