ଆଠ ତାରିଖ ସକାଳେ ହଠାତ୍ ନୀଳଗିରି ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା। ଏହାସହ ୧୨ ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଥିଲା। ତେବେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର ହେବା ଯୋଗୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଯାଇଥିଲା।
Trending Photos
ବାଲେଶ୍ୱର: ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ। ବାଲେଶ୍ବର ଜିଲ୍ଲା ନୀଳଗିରିର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ଓ ସାମ୍ବାଦିକମାନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଗତ ୭ ତାରିଖ ଦିନ ଗୋଡରେ ହତକଡି ଲଗାଇ ସାମ୍ବାଦିକକୁ ମେଡିକାଲରେ ଚିକିତ୍ସା କରାଇବା ଘଟଣାକୁ ନିନ୍ଦା କରି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହାସହ ମିଛ ମାମଲା ପ୍ରତ୍ୟାହାର ଆଇଆଇସି ଓ ଆଇଓଙ୍କ ଉପରେ ଦୃଢ କାଯ୍ୟାନୁଷ୍ଠାନ ସହିତ ନ୍ୟାୟିକ ତଦନ୍ତ ଦାବିରେ ମଧ୍ୟ କରାଯାଇଛି।
ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲିସ ମିଛ ମାମଲାରେ ଫସାଇ ଗିରଫ କରିଥିବା ଘଟଣା ଓଡିଶା ଗଣମାଧ୍ୟରେ ବେଶ ଚହଳ ସୃଷ୍ଟି କରିଥିଲା। ଗତ ୭ ତାରିଖ ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ସାମନ୍ୟ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ସ୍ଥାନୀୟ ବାସିନ୍ଦାମାନେ ଉଭୟକୁ ବୁଝା ସୁଝା କରି ମାମଲାର ସମାଧାନ କରିଥିଲେ।
Also Read: ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି! ଆଜି ପୁଣି ସ୍ଥିର ରହିଲା ପେଟ୍ରୋଲ-ଡିଜେଲ ଦର
ଆଠ ତାରିଖ ସକାଳେ ହଠାତ୍ ନୀଳଗିରି ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିଥିଲା। ଏହାସହ ୧୨ ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣା ପଡିଥିଲା। ତେବେ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ତା ଗମ୍ଭୀର ହେବା ଯୋଗୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଇ ଚିକିତ୍ସା କରାଯାଇଥିଲା। ତେବେ ନୀଳଗିରି ପୋଲିସର ଏଭଳି ଆକ୍ରୋଶ ମୂଳକ ଭାବେ କରିଥିବା ଘଟଣାକୁ ସମସ୍ତ ମହଲରେ ନିନ୍ଦା କରାଯାଇଛି। ବାଲେଶ୍ବର ନୀଳଗିରି ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡିଶା ଶାଖା ରାଜ୍ୟ ସଭାପତି ସସ୍ମିତା ଦାସ, ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଆଲୋଚନା କରିବା ସହିତ ନୀଳଗିରି ଆଇଆଇସିଙ୍କ ଉପରେ କାଯ୍ୟାନୁଷାନ ଦାବି କରିଛନ୍ତି। ଏହା ସହିତ ପରବର୍ତ୍ତୀ ସମୟରେ ଡିଜି ଓ ଏଚଆରପିସିଙ୍କୁ ଭେଟି ଏ ସମର୍ମ୍ପକରେ ଆଲୋଚନା କରିଛନ୍ତି।
ପୋଲିସର ଏଭଳି କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ସାମ୍ବାଦିକଙ୍କ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ବାଲେଶ୍ବର ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ମଧ୍ୟ ନୀଳଗିରି ଆଇଆଇସିଙ୍କ ଉପରେ କାଯ୍ୟାନୁଷାନ ପାଇଁ ଦାବି କରାଯାଇଥିଲା। ତେବେ ଏହି ମଧ୍ୟରେ ନୀଳଗିରି ଆଇଆଇସିଙ୍କୁ ବାଲେଶ୍ବର ହେଡକ୍ବାଟରକୁ ବଦଳି କରାଯାଇଛି ସତ କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ। ଅନ୍ୟପଟେ ନୀଳଗିରି ସମ୍ବାଦିକକଙ୍କୁ ବେଡି ପକାଇ ପୋଲିସ ରଖିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନ ସୋ ମୋଟୋ ମାମଲା ରୁଜୁ କରିଛନ୍ତି। ୧୫ ଦିନ ମଧ୍ୟରେ ଜବାବ ରଖିବା ପାଇଁ ପୂର୍ବାଂଚଳ ଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।