Uttar Pradesh: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଅକବର ରାଇନା ଗାଁରେ ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା । ଯାହା ଆପଣଙ୍କୁ କୌଣସି ଫିଲ୍ମ କାହାଣୀ ପରି ମନେ ହେବ । ସ୍ନିଫର ଡ଼ଗ (Sniffer Dog) ସାହାଯ୍ୟରେ ଏକ ବଡ଼ ହତ୍ୟାକଣ୍ତର ପର୍ଦ୍ଦାଫାଶ କରିଛି ୟୁପି ପୋଲିସ (UP Police) । କେଇଟା ଟଙ୍କା ପାଇଁ ସାବିତ୍ରୀ ଦେବୀଙ୍କୁ (୬୨) ଅତ୍ୟନ୍ତ ନୃଶଂସ ଭାବରେ ହତ୍ୟା କରିଛି ପୁତୁରା (Nephew) ସାଗର ସିଂ । ହତ୍ଯାକାଣ୍ତ ନେଇ ସୂଚନା ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା, ସନ୍ଧାନୀ କୁକୁର ସାହାଯ୍ୟରେ ହତ୍ୟାକାରୀ ସାଗର ସିଂକୁ (୨୨) ଗିରଫ କରିଥିଲା ପୋଲିସ ।


COMMERCIAL BREAK
SCROLL TO CONTINUE READING

ସାଗର ସିଂଙ୍କୁ ପଚରାଉଚରା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଥି୍ଲା ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ସାଗର ସିଂ ନିଜ ଗର୍ଲଫ୍ରେଣ୍ତକୁ ଲଦାଖ (Ladakh Trip) ଟ୍ରିପରେ ନେବା ଲାଗି ସାବିତ୍ରୀ ଦେବୀଙ୍କୁ ଟଙ୍କା ଓ କାର ଚାବି ମାଗିଥିଲେ । ସାବିତ୍ରୀ ଦେବୀ ଏଥିରେ ରାଜି ନ ହେବାରୁ ସାଗର ଉତ୍‌କ୍ଷିପ୍ତ ହୋଇ ହାତୁଡ଼ି ସାହାଯ୍ୟରେ ସାବିତ୍ରୀ ଦେବୀଙ୍କ ମୁଣ୍ତକୁ ଆଘାତ ଦେଇଥିଲା । ଆଉ ଘଟଣାସ୍ଥଳରେ ଟଳି ପଡି଼ଥିଲେ ସାବିତ୍ରୀ ଦେବୀ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚମ୍ପଟ୍ ମାରିଥିଲା ହତ୍ଯାକାରୀ ସାଗର ସିଂ ।


ସାବିତ୍ରୀ ଦେବୀଙ୍କ ସ୍ୱାମୀ ଗଜବୀର ସିଂ( ୬୫) ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୋଦିନଗର ଯାଇଥିଲେ ।  ସେ ଘରକୁ ଫେରିବା ପରେ ଦେଖିଥିଲେ ଯେ ପୁଲ ଭିତରେ ରକ୍ତ ଜୁଡୁବୁଡୁ ଆବସ୍ଥାରେ ସାବିତ୍ରୀ ଦେବୀଙ୍କ ମର ଶରୀର ପଡି଼ଥିଲା ଓ ତାଙ୍କ ମୁଣ୍ତରେ ଗଭୀର ଆଘାତ ଚିହ୍ନ ରହିଥିଲା । ଏନେଇ ସେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ୍ଯୁଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଥିଲା । ହତ୍ଯାକାଣ୍ତ ଘଟାଇ ଫେରାର ଥିବା ସାଗର ସିଂର ଖୋଜ ଖବର ପାଇ ନଥିଲା ପୋଲିସ । ପରେ ସ୍ନିଫର ଡ଼ଗ ସହାୟତାରେ ଛାନଭିନ୍ (Investigation) ଆରମ୍ଭ କରିଥିଲା । ହତ୍ଯାକାରୀ ସାଗର ନିଜ ଘରର ଛାତ ଉପରେ ତାର ସାଙ୍ଗ ମାନଙ୍କ ସହିତ ଥିବା ବେଳେ ସନ୍ଧାନୀ କୁକୁର ତାକୁ ଦେଖି ଭୁକିବାକୁ ଲାଗିଥିଲା ତାପରେ ପୋଲିସର ସନ୍ଦେହ ସାଗର ଉପରକୁ ଯାଇଥିଲା । ପରେ ପଚରାଉଚରା କରିବା ପାଇଁ ପୋଲିସ ତାକୁ ଥାନାକୁ ନେଇଥିଲା । 


Also Read-Naba Kishore Das Death Case: ଏ କ'ଣ କହିଗଲେ ପଶୁପାଳନ ମନ୍ତ୍ରୀ, ଓଡ଼ିଶାକୁ କହିଲେ ଅଲଗା ଦେଶ; ନବ ଦାସଙ୍କୁ ନେଇ ପ୍ରଶ୍ନ ଉପରେ କହିଲେ-ଆମେ ଅନ୍ୟ ଦେଶ ବିଷୟରେ...


ପୋଲିସର କହିବା ଅନୁଯାୟୀ, ପ୍ରଥମେ ଜଣେ ସ୍ଥାନୀୟ ଲୋକଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲା ସାଗର ସିଂ । କିନ୍ତୁ ତାର ଡ୍ରେସରେ ଥିବା ରକ୍ତ ଛିଟାରୁ ସେ ସନ୍ଦେହ ଘେରକୁ ଆସିଥିଲା । ଏହାପରେ ପଚରାଉଚରା ସମୟରେ ସେ ହତ୍ୟା କରିଥିବା ପୋଲିସ ଆଗରେ ମାନିଥିଲା ।