Naba Kishore Das Murder Case: ଏ କ'ଣ କହିଗଲେ ପଶୁପାଳନ ମନ୍ତ୍ରୀ, ଓଡ଼ିଶାକୁ କହିଲେ ଅଲଗା ଦେଶ; ନବ ଦାସଙ୍କୁ ନେଇ ପ୍ରଶ୍ନ ଉପରେ କହିଲେ-ଆମେ ଅନ୍ୟ ଦେଶ ବିଷୟରେ...
Advertisement

Naba Kishore Das Murder Case: ଏ କ'ଣ କହିଗଲେ ପଶୁପାଳନ ମନ୍ତ୍ରୀ, ଓଡ଼ିଶାକୁ କହିଲେ ଅଲଗା ଦେଶ; ନବ ଦାସଙ୍କୁ ନେଇ ପ୍ରଶ୍ନ ଉପରେ କହିଲେ-ଆମେ ଅନ୍ୟ ଦେଶ ବିଷୟରେ...

Naba Kishore Das Death Case: ଯେତେବେଳେ ମନ୍ତ୍ରୀଙ୍କୁ ପଚାରାଗଲା ଯେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମରାଯାଇଛି । ପୋଲିସ ଗୁଳି ଚଳାଇଥିଲା । ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଉ କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏହା ଉପରେ ମନ୍ତ୍ରୀ ପ୍ରେମସିଂ ପଟେଲ କହିଛନ୍ତି ଯେ, ଦେଖ, ଆମେ ଏହି ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନାହୁଁ ।

Naba Kishore Das Murder Case: ଏ କ'ଣ କହିଗଲେ ପଶୁପାଳନ ମନ୍ତ୍ରୀ, ଓଡ଼ିଶାକୁ କହିଲେ ଅଲଗା ଦେଶ; ନବ ଦାସଙ୍କୁ ନେଇ ପ୍ରଶ୍ନ ଉପରେ କହିଲେ-ଆମେ ଅନ୍ୟ ଦେଶ ବିଷୟରେ...

Naba Kishore Das Death Case: ମଧ୍ୟପ୍ରଦେଶର ପଶୁପାଳନ ମନ୍ତ୍ରୀ ତଥା ବୁରହାନପୁର ପ୍ରଭାରୀ ପ୍ରେମ ସିଂ ପଟେଲ (Prem Singh Patel) ଙ୍କ ଏକ ବୟାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମନ୍ତ୍ରୀ ଓଡ଼ିଶାକୁ ଅନ୍ୟ ଦେଶ ଭାବେ ମନେ କରନ୍ତି । ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ସେ ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ( Odisha Health Ministe) ନବ କିଶୋର ଦାସ (Naba Kishore Das) ତଥା ତାଙ୍କ ସୁରକ୍ଷା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଆମେ ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନାହୁଁ । 

ଏଠାରେ କହି ରଖୁଛୁ ଯେ, ମଧ୍ୟ ପ୍ରଦେଶର ପଶୁପାଳନ ତଥା ବୁରହାନପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ପ୍ରେମସିଂହ ପଟେଲ ସୋମବାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଜାନୁଆରୀ ୨୯ରେ ବୁରହାନପୁରରେ ପହଞ୍ଚିଥିଲେ । ଜାନୁଆରୀ ୩୦ରେ ସକାଳ ୧୧ଟାରୁ ସେ କଲେକ୍ଟର କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସେ ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ଯେତେବେଳେ ମନ୍ତ୍ରୀଙ୍କୁ ପଚାରାଗଲା ଯେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମରାଯାଇଛି । ପୋଲିସ ଗୁଳି ଚଳାଇଥିଲା । ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଉ କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏହା ଉପରେ ମନ୍ତ୍ରୀ ପ୍ରେମସିଂ ପଟେଲ କହିଛନ୍ତି ଯେ, ଦେଖ, ଆମେ ଏହି ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନାହୁଁ ।

ଅଧିକ ପଢ଼ନ୍ତୁ-ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ

ଅଧିକ ପଢ଼ନ୍ତୁ-ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!

ଏଠାରେ କହି ରଖୁଖୁଛୁ ଯେ ମନ୍ତ୍ରୀ ନବ କିଶୋର ଦାସ (Naba Kishore Das) ଙ୍କୁ ରବିବାର ଦିନ ପ୍ରାୟ ୧ଟାରେ ବ୍ରଜରାଜନଗରରେ ଓଡିଶା ପୋଲିସର ଏଏସଆଇ ଗୋପାଳ ଦାସ ଗୁଳି ମାରିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ଝାରସୁଗୁଡାରୁ ଭୁବନେଶ୍ୱରକୁ ନିଆଯିବା ପରେ ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଅପରେସନ କରିଥିଲେ ମଧ୍ୟ ନବ କିଶୋର ଦାସ (Naba Kishore Das) ଙ୍କ ଜୀବନ ବଞ୍ଚାଯାଇ ପାରି ନଥିଲା । ନବ କିଶୋର ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik), ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଦୁଃଖ ପ୍ରକାଶ କରିଥିଲେ । ଓଡିଶା ସରକାରରେ ଜଣେ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ସେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଏହି ଦୁଃଖର ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପିଏମ ମୋଦି ।